ଆଗକୁ ଭୋଟ : ଆପଣ ଏବେବି ମାଗଣାରେ କରି କରିପାରିବେ ଭୋଟ ପରିଚୟ ପତ୍ର, ଜାଣନ୍ତୁ କେମିତି…

Published By : Prameya-News7 Bureau | March 28, 2019 IST

ନୂଆଦିଲ୍ଲୀ ୨୮/୩: ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି। ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି କହିଛି ଯେ ଭାରତରେ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ। ମଇ ୨୩ତାରିଖ ଦିନ ଭୋଟ ଗଣତି ହେବ । ଦେଶରେ ନୂଆ ସରକାର ଗଠନ ହେବ। ଏଥର ସମଗ୍ର ଦେଶରେ ୯୦କୋଟିରୁ ଅଧିକ ଭୋଟର  ନିଜର ମତାଧିକାର ସାବ୍ୟସ୍ତ କରିବେ। ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରଙ୍କ ସଂଖ୍ୟା ପାଖାପାଖି ୧.୫କୋଟି ହେବ।

ଯଦି ଭୋଟ ପରିଚୟ ପତ୍ର କରିନଥିବା କାରଣରୁ କିମ୍ବା ଆପଣଙ୍କ ଭୋଟର କାର୍ଡ଼ ହଜିଯାଇଛି ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ପ୍ରକୃତରେ ଏବେ ଡୁପ୍ଲିକେଟ କଲର ଭୋଟର କାର୍ଡ଼  ମାର୍ଚ୍ଚ ୩୦ତାରିଖରେ ମାଗଣାରେ ମିଳିବ। ଏବେ କିନ୍ତୁ କଲର ଭୋଟର କାର୍ଡ଼ କରିବା ପାଇଁ ପ୍ରତି କାର୍ଡ଼କୁ ୨୫ଟଙ୍କା ନିଆଯାଉଥିଲା। ଏହାପରେ ଭୋଟରମାନେ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିଥିଲେ।

ନିର୍ବାଚନ ପାଇଁ ଭୋଟରଙ୍କ ନାଁ ଯୋଡ଼ିବା ଏବଂ ଡୁପ୍ଲିକେଟ୍ ଭୋଟର କାର୍ଡ଼ ଆବେଦନ ଜମା କରିବା ନିମନ୍ତେ ନିର୍ବାଚନ ଆୟୋଗ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହା ଏଥିପାଇଁ କାରଣ ଅଧିକରୁ ଅଧିକ ଭୋଟରଙ୍କ ନାଁ ଏହି ତାଲିକାରେ ସାମିଲ ହୋଇପାରିବ ଏବଂ ନିର୍ବାଚନରେ ଲୋକଙ୍କୁ ଭୋଟ୍ ଦେବା ପାଇଁ କୈାଣସି ସମସ୍ୟା ହେବ ନାହିଁ।

ନିର୍ବାଚନ ଆୟୋଗ ଅନୁସାରେ ମାର୍ଚ୍ଚ ୩୦ଯାଏଁ ଭୋଟରଙ୍କ ଡୁପ୍ଲିକେଟ ଭୋଟର କାର୍ଡ଼ ନିମନ୍ତେ ଆବେଦନ ନିଆ ଯିବ। ଏହି ଅଭିଯାନରେ ଯେଉଁ ଭୋଟର ନିଜର ଆବେଦନ ଜମା କରିବେ ତାଙ୍କଠୁ କୈାଣସି ଶୁଳ୍କ ନିଆଯିବ ନାହିଁ। ଏହି ଅଭିଯାନ ପରେ ଯେଉଁ ଆବେଦକ ଭୋଟର କାର୍ଡ଼ ନିମନ୍ତେ​ ଆବେଦନ କରିବେ ତାଙ୍କଠାରୁ ୨୫ଟଙ୍କା ନିଆଯିବ। ଜିଲ୍ଲା ସ୍ତରରେ ଭୋଟରଙ୍କ ନିମନ୍ତେ ହେଲ୍ପଲାଇନ୍ ନମ୍ବର ୧୯୫୦ଆରମ୍ଭ କରାଯାଇଛି। ଲୋକସଭା ନିର୍ବାଚନ​ରେ ମତଦାନ କେନ୍ଦ୍ରରେ ମତଦାତାକୁ ନିଜ ପରିଚୟ ଦେବା ପାଇଁ ଭୋଟର ସ୍ଲିପ୍ ସହ ଭୋଟର ଆଇଡି ଏବଂ ଅନ୍ୟ ବିକଳ୍ପ ପରିଚୟ ପତ୍ର ଅନିବାର୍ଯ୍ୟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.