Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଏବେ ସହଜରେ ବଦଳାଇ ପାରିବେ ଆଧାର କାର୍ଡର ଫଟୋ, ଜାଣନ୍ତୁ କିପରି

27/05/2019 at 10:04 PM

ଭାରତରେ ଆଧାର କାର୍ଡ ଏକ ସରକାରୀ ପରିଚୟପତ୍ର। ଯେଉଁଥିରେ ଆପଣଙ୍କର ବାୟୋମେଟ୍ରିକ ଡାଟା ଓ ଆପଣଙ୍କ  ସମ୍ପର୍କିତ କିଛି ସୂଚନା ରହିଥାଏ। ଭାରତରେ କୌଣସି ବ୍ୟକ୍ତିଙ୍କ ପରିଚୟର ଏହା ସବୁଠାରୁ ବଡ ପ୍ରମାଣପତ୍ର ଭାବେ ଏବେ ଗ୍ରହଣୀୟ ହେଉଛି। ତେବେ ଆଧାରକାର୍ଡ ପ୍ରସ୍ତୁତି ବେଳେ ଦିଆଯାଇଥିବା ଠିକଣା ଓ ଫୋନ ନମ୍ବର ଆଦି ପରେ ବଦଳିଯାଇଥାଏ । ଏଣୁ ଏସବୁକୁ ସମୟ ସମୟରେ ଅପଡେଟ କରିବାକୁ ପଡିଥାଏ। ସେହିପରି ଆଧାରକାର୍ଡର ଫଟୋ ମଧ୍ୟ ଅପଡେଟ କରି ହେଉଛି। ଏଠାରେ ଆପଣ ଆଧାର କାର୍ଡରେ କିପରି ଫଟୋ ଅପଡେଟ କରିବେ ସେ ନେଇ କିଛି ଟିପ୍ସ ଦେଉଛୁ । ଯାହା ଆପଣଙ୍କୁ ସହାୟକ ହେବ ବୋଲି ଆମେ ଆଶା କରୁଛୁ।

କିପରି ଅପଡେଟ କରିବେ ଫଟୋ, ଏଥିପାଇଁ ଆପଣଙ୍କୁ ପ୍ରଥମେ ନିଜ ଆଖପାଖରେ ଥିବା ଆଧାର ଏନରୋଲମେଣ୍ଟ ସେଣ୍ଟର ଖୋଜନ୍ତୁ । ଏହା ପୂ୍ର୍ବରୁ ୟୁଆଇଡିଏଆଇଙ୍କ ଅଧିକାରିକ ୱେବ୍ ସାଇଟରୁ  ଏକ ଏନରୋଲମେଣ୍ଟ ଫର୍ମ ଡାଉନ ଲୋଡ କରିବା ସହ ତାକୁ ଧ୍ୟାନ ଦେଇ ପଢନ୍ତୁ। ଦିଆଯାଇଥିବା ମାର୍ଗଦର୍ଶନ ଅନୁସାରେ ଫର୍ମକୁ ପୁରଣ କରି ଆଧାରକେନ୍ଦ୍ରର ଏକଜ୍ୟୁକୁଟିଭଙ୍କୁ ଦେଇ ଆପଣଙ୍କ ବାୟୋମେଟ୍ରିକ ବିବରଣୀ ଉପଲବ୍ଧ କରନ୍ତୁ। ସେଣ୍ଟରରେ ଏକଜ୍ୟୁକୁଟିଭ  ଆପଣଙ୍କ ନୂଆ ଫଟୋ ଉତ୍ତୋଳନ କରିବେ। ଏଥିପାଇଁ ଆପଣଙ୍କୁ ଶୁଳ୍କ ବାବଦରେ ୨୫ଟଙ୍କା ଯୁକ୍ତ ଜିଏସଟି ପୈଠ କରିବାକୁ ପଡିବ। ଏହା ବଦଳେ ସେ ଆପଣଙ୍କୁ ଏକ ୟୁଆରଏନ୍ ନମ୍ବର ଦେବେ। ଏହି ନମ୍ବର ଦ୍ବାରା ଆପଣଙ୍କ ଆଧାର ଅପଡେଟ୍ ଯାଞ୍ଚ କରିପାରିବେ।

ଏହା ଛଡା ଆପଣ ୟୁଆଇଡିଏଆଇଙ୍କ ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରି ମଧ୍ୟ ଫଟୋ ଅପଡେଟ୍ କରିପାରିବେ। ଏଥିପାଇଁ ଆପଣ ଆପଣଙ୍କର ନୂଆ ଫଟୋ ସହ ଆଧାର କାର୍ଡର ଫଟୋ କପି ପ୍ରଦାନ କରିବାକୁ ପଡିବ। ଆପଣଙ୍କ ଠିକଣାରେ ୧୫ରୁ ୨୦ ଦିନ ମଧ୍ୟରେ ନୂଆ ଆଧାରକାର୍ଡ ପଠାଇ ଦିଆଯିବ ।

   Related Posts