ଏଣିକି ଭୁଲ୍ ଚାଲାଣ କାଟିଲେ ଖସିପାରିବେନି ପୁଲିସ, ଜନତାଙ୍କ ଗୋଟିଏ ଅଭିଯୋଗରେ ହେବ ତୁରନ୍ତ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 06, 2019 IST

ଭୁବନେଶ୍ବର୬/୯: ଚଳିତ ମାସ ପହିଲାରୁ ଅର୍ଥାତ୍  ସେପ୍ଟେମ୍ବର  ୧ରୁ  ସାରା ଦେଶରେ ନୂଆ ମୋଟର   ଯାନ  ନିୟମ ଲାଗୁ ହୋଇସାରିଛି । ଯେଉଁ କାରଣରୁ ଟ୍ରାଫିକ୍ ନିୟମ ବର୍ତ୍ତମାନ ପୂର୍ବପେକ୍ଷା ଆହୁରୀ କଡାକଡି କରିଦିଆଯାଇଛି । ତେବେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ଦ୍ବାର ଏଣିକି ଆଉ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ମିଳୁନାହିଁ । ନିୟମ ଭାଙ୍ଗି କିଏ ହଜାର ହଜାର ଟଙ୍କା ତଣ୍ଡ ଗଣିଲାନି ତ ପୁଣି କେହି ଜରିମାନା ଭୟରେ ଘରୁ ଗାଡି ବାହାର କରିବାକୁ ଭୟ କରୁଛନ୍ତି । ତେବେ ନୂଆ ନିୟମ ବର୍ତ୍ତମାନ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଇଛି । କିନ୍ତୁ ଅଧିକାଂଶ ସମୟରେ ଏଭଳି ବି ଅଭିଯୋଗ ରହିଛି କି, ଟ୍ରାଫିକ୍ ନିୟମ ପାଳନ କରିବା ସତ୍ବେ ବି ଲୋକଙ୍କଠାରୁ ପୁଲିସ୍ ଭୁଲବଶତଃ ଚାଲାଣ କାଟିଦେଇଥାଏ । ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ଆଦୌ  ଭୟଭୀତ ନହୋଇ ସାମ୍ନା କରିବାକୁ ହେବ । କାହିଁକି ନାଁ ଏଭଳି ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲାଣ ଟୁ କୋର୍ଟ କରାଯାଉଛି  । ଯେଉଁଥିରେ ଆପଣଙ୍କର ଅନ ଦି ସ୍ପଟ୍‌ ଚାଲାଣ କଟାଯାଇପାରିବ ନାହିଁ ।

ଅର୍ଥାତ୍ ଯଦି କୌଣସି ଟ୍ରାଫିକ୍ ପୁଲିସ ଆପଣଙ୍କ ଗାଡିର ଚାଲାଣ କାଟି ଦିଅନ୍ତି ତେବେ ଆପଣଙ୍କୁ ସଂପୃକ୍ତ ଅଂଚଳରେ ଥିବା କୋର୍ଟକୁ ଯାଇ ଚାଲାଣ ଭରିବାକୁ ପଡିଥାଏ ।  ଯେଉଁଠି  ଆପଣଙ୍କଠାରୁ ଚାଲାଣ କଟାଯାଇଛି । କାହିଁକି ନା ପୁଲିସ ଅନସ୍ପଟ୍‌ ଚାଲାଣ ଭରିବା ପାଇଁ ବାଧ୍ୟ କରିପାରିବେ ନାହିଁ ।  ଯେତେବେଳେ ଆପଣ  ଚାଲାଣ ଭରିବାକୁ କୋର୍ଟ  ଯାଉଛନ୍ତି, ସେତେବଳେ ଆପଣଙ୍କ ନିକଟରେ ଦୁଇଟି ବିକଳ୍ପ ରହିଥାଏ ।  ପ୍ରଥମ ବିକଳ୍ପଟି ହେଲା, ଆପଣ କୋର୍ଟକୁ ଯାଇ  ଜରିମାନା ଭରିପାରିବେ  ଏବଂ ଅନ୍ୟଟି ହେଲା ଆପଣ ଆପଣଙ୍କ ଅପରାଧ ସ୍ବୀକାର ନକରି ଏ ସଂକ୍ରାନ୍ତୀୟ ପ୍ରମାଣ ଦାଖଲ କରିପାରିବେ ।   ଫଳରେ ମାମଲାର ସମରୀ ଟ୍ରାଏଲ ଆରମ୍ଭ ହୋଇଥାଏ ।

ସମରୀ ଟ୍ରାଏଲ କଣ

ଯଦି ଆପଣଙ୍କଠାରୁ ଭୁଲବଶତଃ କୌଣସି ପୁଲିସ୍ ଚାଲାଣ କାଟିଦେଇଥାନ୍ତି ତେବେ କୋର୍ଟରୁ ଆପଣଙ୍କୁ ଆଶ୍ବସ୍ତି ମିଳିପାରେ ।  ଯଦି ଆପଣ  ଦୋଷୀ ସାବ୍ୟସ୍ତ ହୁଅନ୍ତି  ତେବେ ଆପଣଙ୍କୁ ଏଥିପାଇଁ ଜରିମାନା ଭରିବାକୁ ପଡିପାରେ ।  ତେବେ ଏଭଳି ମାମାଲାରେ  ଜଣେ ସାକ୍ଷ୍ୟଙ୍କର ଦସ୍ତଖତ ରହିବା ମଧ୍ୟ ନିହାତି ଜରୁରୀ ।  ଯଦି କୋର୍ଟରେ ମାମଲାର ସମରୀ ଟ୍ରାଏଲ ଚାଲିଥାଏ ତେବେ  ଟ୍ରାଫିକ୍ ପୁଲିସଙ୍କୁ  ଏଥିପାଇଁ  ପ୍ରମାଣ ବାବଦକୁ ଜଣେ ସାକ୍ଷ୍ୟକୁ ହାଜର କରିବାକୁ ପଡିବ ।  ତେବେ ଯଦି ପୁଲିସ୍ ଏଥିରେ ବିଫଳ ହୁଏ ତେବେ  ମାମଲାଟି ଖାରଜ ହୋଇଯିବ । ଆଉ ପୁଲିସକୁ ସମରୀ ଟ୍ରାଏଲ ପ୍ରକ୍ରିୟା ଦେଇ ଗତିକରିବାକୁ ପଡିବ । ତେବେ ସମରୀ ଟ୍ରାଏଲର ଅର୍ଥ ହେଲା, ଏଭଳି ମାମଲାଗୁଡିକୁ ଶୀଘ୍ରରୁ ଅତି ଶୀଘ୍ର ସମାଧାନ କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.