Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଧନତେରସ ଦିନ ଯଦି କିଣି ପାରୁନାହାନ୍ତୁ ସୁନା ରୁପା ତା’ହେଲେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ: ପ୍ରାପ୍ତ ହେବ ମା’ ଲକ୍ଷ୍ମୀଙ୍କ କୃପା

8/11/2020 at 1:50 PM

ଭୁବନେଶ୍ୱର ୦୮/୧୧ : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପର୍ବ ପାଳନ କରଯାଏ। ଧନତେରସ ଦିନ ଧନ୍ଵନ୍ତରୀ ଜୟନ୍ତୀ ମଧ୍ୟ ପାଳନ କରାଯାଏ। ଧନତେରସ ଦିନ ଧାତୁ କିଣିବା ପରମ୍ପରା ରହିଛି। ଧନତେରସ ଦିନ ସୁନା, ରୁପା କିଣିଲେ ଘରେ ଧନ-ବୈଭବ ଓ ସୁଖ-ସମୃଦ୍ଧି ବୃଦ୍ଧି ହୁଅ ବୋଲି ବିଶ୍ୱାସ ରହିଛି। କିନ୍ତୁ ସୁନା, ରୁପା ଭଳି ମହଙ୍ଗା ଧାତୁ କିଣିବା ସକ୍ଷମ ସମସ୍ତଙ୍କର ନଥାଏ। ଯଦି ମହଙ୍ଗା ଧାତୁ କିଣିବା ପାଇଁ ସକ୍ଷମ ନୁହନ୍ତି ତାହେଲେ ଚିନ୍ତା କରନ୍ତୁନି। ଧାତୁ ଛଡା ଅନ୍ୟ ସାମଗ୍ରୀ ମଧ୍ୟ ଅଛି ଯାହା କିଣିବା ଶୁଭ ହୋଇଥାଏ। ଧନତେରସ ଦିନ ଏହି ୫ଟି ସାମଗ୍ରୀ କିଣିବା ମଧ୍ୟ ଶୁଭ ହୋଇଥାଏ।

୧. ପିତ୍ତଳ – ଧନତେରସ ଦିନ ପିତ୍ତଳ ବସ୍ତୁ କିଣିବା ମଧ୍ୟ ଶୁଭ ଫଳ ପ୍ରଦାନ କରିଥାଏ। ସୁନା ରୁପା ଭଳି ପିତ୍ତଳ ଧାତୁ ମଧ୍ୟ ଶୁଭ ହୋଇଥାଏ। ଏହି ଦିନ ପିତ୍ତଳ ବସ୍ତୁ କିଣି ମା’ ଲକ୍ଷ୍ମୀଙ୍କୁ ପୂଜା କରି ପ୍ରସନ୍ନ କରିପାରିବେ।

୨. ଧନିଆ – ଧନତେରସ ଦିନ ଧନିଆ କିଣିବା ମଧ୍ୟ ଶୁଭ ହୋଇଥାଏ। ଧନିଆ ଧନ ବୃଦ୍ଧି କରିଥାଏ ବୋଲି ବିଶ୍ୱାସ ରହିଛି। ଧନତେରସ ଦିନ ଧନିଆ କିଣି ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରି ପୂଜା କରିପାରିବେ। କିଛି ଧନିଆ ଏକ ମାଟି କୁଣ୍ଡରେ ମଧ୍ୟ ବୁଣି ପାରିବେ। ଧନିଆ ଗଛ ହେଲେ ବର୍ଷ ସାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ।

୩. ଝାଡୁ – ଝାଡୁକୁ ମା’ ଲକ୍ଷ୍ମୀଙ୍କ ରୁପା ବୋଲି କୁହାଯାଏ। ଧନତେରସ ଦିନ ଝାଡୁ କିଣି ଘରକୁ ଆଣିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ। ଏହି ଦିନ ଘରକୁ ଝାଡୁ ଆଣିବା ମା’ ଲକ୍ଷ୍ମୀଙ୍କୁ ଘରକୁ ଆଣିବା ସହ ସମାନ। ଝାଡୁ ଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ସେଥିପାଇଁ ଏହାର ମହତ୍ତ୍ୱ ସୁନା ରୁପା ସହ ସମାନ। 

. ଅକ୍ଷତ ଧନତେରସ ଦିନ ଘରକୁ ଅକ୍ଷତ ଆଣିବା ଶୁଭ ହୋଇଥାଏ। ଅକ୍ଷତ ଅର୍ଥାତ ଧାନ କିମ୍ବା ଚାଉଳ। ଶାସ୍ତ୍ରରେ ଅନ୍ନ ବା ଚାଉଳ ସବୁଠାରୁ ଶୁଭ ବୋଲି କୁହାଯାଇଛି। ଅକ୍ଷତ ଅର୍ଥାତ ଧନ ସମ୍ପତ୍ତିରେ ଅନନ୍ତ ବୃଦ୍ଧି। ଶାସ୍ତ୍ରରେ କୁହାଯାଇଛି ଧନତେରସ ଦିନ ଧାନ କିମ୍ବା ଚାଉଳ କିଣି ଘରକୁ ଆଣିଲେ ଧନ, ବୈଭବ ଓ ଐଶ୍ୱର୍ଯ୍ୟରେ ବୃଦ୍ଧି ହୋଇଥାଏ। ଧାନ କିଣି ଆଣିବା ସୁନା ରୁପା କିଣି ଆଣିବା ସହ ସମାନ।

୫. ଜବ ଧାନ – ପୌରାଣିକ କଥାରେ କୁହାଯାଇଛି ଯେ ଜବ ଧାନ ସୁନା ସହ ସମାନ। ଧନତେରସ ଦିନ ଜବ ଧାନ କିଣି ଘରକୁ ଆଣିବା ଦ୍ୱାରା ସୁନା କିଣିବା ଭଳି ସମାନ ଫଳ ପ୍ରଦାନ କରିଥାଏ। ଧନତେରସ ଦିନ ଚାଉଳ କିଣି ଘରକୁ ଆଣିବା ସବୁଠାରୁ ଶୁଭ ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts