Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଟ୍ରେନ୍ ଟିକେଟ ଶସ୍ତାରେ ବୁକ୍ କରିବାକୁ ଚାହୁଁଛନ୍ତି କି ? ତେବେ କରନ୍ତୁ ଏହି ଉପାୟ

19/11/2019 at 4:22 PM

ନୂଆଦିଲ୍ଲୀ ୧୯/୧୧: ଆମେ ସବୁବେଳେ ଟ୍ରେନ୍ ଟିକେଟ ବୁକ୍ କରିବାର ଶସ୍ତା ଉପାୟ ଖୋଜିଥାଉ କିନ୍ତୁ ଏଥିପାଇଁ କୌଣସି ଅଫର,କୁପନ,ଡିସକାଉଣ୍ଟ ଆଦି ଆମକୁ ମିଳିନଥାଏ। ଟ୍ରେନ୍ ଟିକେଟ ବୁକ୍ କରିବା ସମୟରେ ଆମ ପାଖରେ ଏପରି କୌଣସି ଅପସନ ନଥାଏ ଯେ ଆମେ ଧାର୍ଯ୍ୟ ଶୁଳ୍କ ଏବଂ କମ୍ ମୂଲ୍ୟରେ ଟିକେଟ ବୁକ୍ କରିପାରିବୁ। ଏବେ ଆଇଆରସିଟିସି ଏଥିପାଇଁ ଏକ ଭଲ ଉପାୟ ନିଜ ଗ୍ରାହକଙ୍କୁ କହିଛି।

ଇଣ୍ଡିଆନ୍ ରେଲଓ୍ବେ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଏବେ ଗ୍ରାହକଙ୍କୁ କହିଛି ଯେ କିପରି ସେମାନେ ଟିକେଟ ବୁକ୍ କରିବା ସମୟରେ କିଛି ଟଙ୍କା ସେଭ୍ କରି ପାରିବେ। ଏଥିପାଇଁ ଆଇଆରସିଟିସି ଏକ ଟ୍ବିଟ୍ କରିଛି ଏବଂ ଏଥିରେ ଗ୍ରାହକଙ୍କୁ କହିଛି ଯେ ସେମାନେ ଡେବିଟ୍ କାର୍ଡ଼ରୁ ପେମେଣ୍ଟ ଜରିଆରେ ଜିରୋ ପେମେଣ୍ଟ ଗେଟଓ୍ବେ ଚାର୍ଜ ସେଭ କରି ପାରିବେ। ଏଥିପାଇଁ ଏକ ସର୍ତ ରହିଛି ଯେ ଏକ ଲକ୍ଷ ଟଙ୍କାର ନେଣଦେଣରେ ଏହି ସେଭ ଆପଣଙ୍କୁ ମିଳି ପାରିବ।

ଯେତେବେଳେ ଆପଣ ଆଇଆରସିଟିସିରୁ ଟିକେଟ ବୁକ୍ କରାଉଛନ୍ତି ସେତେବେଳେ ଟିକେଟ ବୁକ୍ କରିବା ସମୟରେ ପେମେଣ୍ଟର ଅପ୍ସନ୍ ଆସିଲେ ଆପଣଙ୍କୁ ଡେବିଟ୍ କାର୍ଡ଼ର ଅପ୍ସନ୍ ଟିକେଟ ବୁକ୍ କରିବା ପାଇଁ ସିଲେକ୍ଟ କରିବା ଉଚିତ୍। ଏହା ଦ୍ବାରା ଆପଣ ଜିରୋ ପେମେଣ୍ଟ ଗେଟଓ୍ବେ ଚାର୍ଜ ଜରିଆରେ ଟିକେଟ ଉପରେ ଲାଗୁଥିବା ଟ୍ୟାକ୍ସ ଏବଂ ଅନ୍ୟ ଚାର୍ଜକୁ ସେଭ କରି ପାରିବେ।

ରେଲଓ୍ବେ ଆଇଆରସିଟିସିରୁ ଟ୍ରେନ୍ ବୁକ୍ କରାଉଥିବା​‌ ବ୍ୟକ୍ତିଙ୍କଠୁ ଓଟିପି ବେସ୍ ରିଫଣ୍ଡ ସୁବିଧା ଦେବାର ଘୋଷଣା କରିଛି। ଇ-ଟିକେଟ ରିଫଣ୍ଡରେ ଟ୍ରାନ୍ସପରେନ୍ସି ବଢ଼ାଇବା ପାଇଁ ରେଲଓ୍ବେ ଏହି ନିଷ୍ପତ୍ତି ନେଇଛି। ଏହା ଅନୁସାରେ ଯଦି ଆପଣ ଆଇଆରସିଟିସିର ଏଜେଣ୍ଟ ଜରିଆରେ ଟିକେଟ ବୁକ୍ କରାଇଛନ୍ତି ତେବେ ଆପଣଙ୍କର ବିନା ଅନୁମତିରେ ଟିକେଟ କ୍ୟାନସଲ ହୋଇପାରିବ ନାହିଁ।

ଏଥିପାଇଁ ଆପଣଙ୍କ ରେଜିଷ୍ଟାରର୍ଡ଼ ମୋବାଇଲ୍ ନମ୍ବର ଟିକେଟ ବୁକ୍ କରିବା ସମୟରେ ଦେବାକୁ ପଡ଼ିବ। ଯଦି ଆପଣଙ୍କ ଏଜେଣ୍ଟ ଟିକେଟ କ୍ୟାନସଲ୍ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଆପଣଙ୍କ ମୋବାଇଲ୍ ନମ୍ବରରେ ଆସିଥିବା ଓଟିପିକୁ ଦେବାକୁ ପଡ଼ିବ। ଏହାକୁ ନଦେଲେ ଆପଣଙ୍କ ଟିକେଟ କ୍ୟାନସଲ୍ ହୋଇପାରିବ ନାହିଁ।

   Related Posts