ଏବେ ଯାଏଁ କରିନାହାନ୍ତି ଭୋଟର ପରିଚୟ ପତ୍ର ? ଆବେଦନ କରିବାର ଶେଷ ତାରିଖ ଅପ୍ରେଲ୍ ୮

Published By : Prameya-News7 Bureau | April 03, 2019 IST

ନୂଆଦିଲ୍ଲୀ ୩/୪: ଲୋକସଭା ନିର୍ବାଚନର ଭୋଟର ତାଲିକାରେ ଯେଉଁ ଲୋକଙ୍କ ନାଁ ସାମିଲ ହୋଇନାହିଁ,​‌ସେମାନେ ଅପ୍ରେଲ୍ ୮ତାରିଖ ଯାଏଁ ଅନଲାଇନ୍ କିମ୍ବା​‌ ଅଫଲାଇନ୍ ଆବେଦନ କରି ପାରିବେ। ଏଥିପାଇଁ ଆବଶ୍ୟକୀୟ କାଗଜପତ୍ର ଗାଖଲ କରିବାକୁ ପଡ଼ିବ।

ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଏବେ ଯାଏଁ ଯେଉଁ ଭୋଟରଙ୍କ ପରିଚୟ ପତ୍ର ହୋଇପାରିନାହିଁ ସେମାନେ ଅପ୍ରେଲ୍ ୮ତାରିଖ ଯାଏଁ ଅନଲାଇନ୍ କିମ୍ବା ଅଫଲାଇନ ଦ୍ବାରା ଆବେଦନ କରିପାରିବେ।

ଆବେଦନ କରୁଥିବା ଲୋକଙ୍କୁ ଭୋଟର ତାଲିକାରେ ସାମିଲ କରାଯିବ, ଯାହାର ସୂଚନା ଅଧିକାରୀଙ୍କୁ ଦିଆଯାଇଛି। ୮ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିବେ ସେମାନଙ୍କ ନାଁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯିବ।

ଭୋଟରଙ୍କ ପରିଚୟ ପତ୍ର କରିବା ପାଇଁ ହେଲ୍ପଲାଇନ୍ ନମ୍ବର ୧୯୫୦କୁ କଲ୍ କରି ସମ୍ପର୍କ କରି ପାରିବେ। ଆବେଦନ କରୁଥିବା ଭୋଟରଙ୍କ ବୟସ ୧୮ବର୍ଷ ହୋଇଥିବା ଦରକାର। ଭୋଟର ତାଲିକାରେ ଆବେଦନ ପାଇଁ ରଙ୍ଗୀନ ଫଟୋ,ଜନ୍ମତିଥି ପ୍ରମାଣ ପତ୍ର,ଘରର ପ୍ରମାଣ ପତ୍ର,ଡୁପ୍ଲିକେଟ ଭୋଟର ପରିଚୟପତ୍ର ପାଇଁ ୨୫ଟଙ୍କାର ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.