'ଆପଣଙ୍କୁ ଦଳରେ ପ୍ରତିଭା ଦମରେ ଚୟନ କରାଯାଏ, ବୁଲିବା ପାଇଁ ନୁହେଁ'

Published By : Prameya-News7 Bureau | July 29, 2021 IST

କଲୋମ୍ବୋ ୨୯।୦୭: ଭାରତୀୟ କ୍ରିକେଟ୍‌ ଦଳର ପ୍ରାୟ ୯ ଜଣ ଖେଳାଳି ଆଇସୋଲେସନରେ ଅଛନ୍ତି। ତେଣୁ ବାକି ଖେଳାଳିଙ୍କୁ ନେଇ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ପଡିଆକୁ ଓହ୍ଲାଇଥିଲା। କୋଭିଡ୍-୧୯ର ପ୍ରଭାବ କାରଣରୁ ଦଳ ପ୍ରବନ୍ଧକଙ୍କ ପାଖରେ ଆଉ କୌଣସି ବିକଳ୍ପ ମଧ୍ୟ ନାହିଁ। ଦଳ ପ୍ରବନ୍ଧକଙ୍କୁ ବାଧ୍ୟ ହୋଇ ସମସ୍ତ ଖେଳାଳିଙ୍କୁ ମଇଦାନକୁ ଓହ୍ଲାଇବାକୁ ପଡିଛି।

ବୁଧବାର ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦେବଦତ୍ତ ପାଡିକଲ, ଋତୁରାଜ ଗାଏକଓ୍ଵାଡ, ନୀତୀଶ ରାଣା ଓ ଚେତନ ସକାରିଆ ପଦାର୍ପଣ କରିଥିଲେ। ଭାରତୀୟ କୋଚ୍ ରାହୁଲ ଦ୍ରାବିଡ ଏହି ଖେଳାଳିଙ୍କ ଦଳରେ ଚୟନ ନେଇ ହେଉଥିବା ଆଲୋଚନା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁ ଖେଳାଳିଙ୍କୁ ଏହି ଗସ୍ତ ପାଇଁ ଚୟନ କରାଯାଇଛି, ସେମାନେ ଭାରତର ପ୍ରତିନିଧିତ୍ଵ କରିବା ପାଇଁ ସଂପୂର୍ଣ୍ଣ ଫିଟ୍।

wp:html /wp:html

ଦ୍ରାବିଡ କହିଛନ୍ତି, ଯେବେ ଆମେ ଦିନିକିଆ ସିରିଜ୍ ଜିତିଲୁ ତେବେ ଶେଷ ମ୍ୟାଚ୍‌ରେ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦେବା କଥା ଚିନ୍ତା କରିଥିଲୁ। କିନ୍ତୁ ଏବେ ପରିସ୍ଥିତି ଏମିତି ଯେ, ଆମକୁ ସିରିଜ୍ ଜିତିବା ପୂର୍ବରୁ ଏମିତି କରିବାକୁ ପଡିଛି। ମାତ୍ର ମୋର ବିଶ୍ଵାସ ଯେ, ଯଦି ଆପଣଙ୍କୁ ଭାରତ ପାଇଁ ଖେଳିବାକୁ ଚୟନ କରାଯାଇଛି, ସେ ଟି-୨୦ ହେଉ କି ଦିନିକିଆ ହେଉ, ଆପଣ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବାକୁ ଯୋଗ୍ୟ। ମୋତେ ଲାଗୁନାହିଁ ଯେ, ଚୟନକର୍ତ୍ତା ଆପଣଙ୍କୁ ୧୫ ଜଣିଆ ଦଳରେ ଏଥିପାଇଁ ଚୟନ କରୁଛନ୍ତି ଯେ, ଆପଣ କେବଳ ବେଞ୍ଚରେ ବସିବେ କିମ୍ବା ଛୁଟି ମନାଇବେ।

ପଦାର୍ପଣ କରିଥିବା ଖେଳାଳି ଏହି ସୁବର୍ଣ୍ଣ ସୁଯୋଗର ସଦୁପଯୋଗ କରି ପାରିନଥିଲେ ଏବଂ ଦ୍ଵିତୀୟ ଟି-୨୦ରେ ଭାରତ ରୋମାଞ୍ଚକର ମକାବିଲାରେ ଶ୍ରୀଲଙ୍କାଠୁ ୪ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ଦ୍ରାବିଡ କହିଛନ୍ତି ଯେ, ନିଃସନ୍ଦେହ ଯେଉଁ ୨୦ ଜଣଙ୍କୁ ଦଳରେ ଚୟନ କରାଯାଇଛି ସେମାନେ ନିଶ୍ଚିତ ରୂପେ ଭଲ ପ୍ରଦର୍ଶନ କରି ଏଠାକୁ ଆସିଛନ୍ତି। ଭାରତରେ ଏହା ଏତେ ସହଜ ନୁହେଁ। ଯେଉଁ ଖେଳାଳି ଏ ପର୍ଯ୍ୟନ୍ତ ଆସିଛନ୍ତି, ସେମାନେ ସବୁ ଯୋଗ୍ୟ ଅଟନ୍ତି। କିନ୍ତୁ ପ୍ରତି ଥର ଏମିତି ହୋଇପାରିବ ନାହିଁ ଯେ, ସବୁ ଖେଳାଳିଙ୍କୁ ଦଳରେ ନିଆଯିବ। ଏହା ଭଲ କଥା ଯେ, ଆମେ ଅଧିକାଂଶ ଖେଳାଳିଙ୍କ ସୁଯୋଗ ଦେଇ ପାରିଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.