ଆପଣ କନିଅର ଫୁଲ ତ ଦେଖିଥିବେ। ଏହା ୩ଟି ରଙ୍ଗର ହୋଇଥାଏ-ଧଳା,କମଳା,ହଳଦିଆ। ଏହା ଦେଖିବାକୁ ଯେତେ ସୁନ୍ଦର ହୋଇଥାଏ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଏହାର ଲାଭ ବିଷୟରେ ନ ଜାଣିଥିବାରୁ ଆମେ ଏହାକୁ ଏକ ସାଧାରଣ ଫୁଲ ବୋଲି ଭାବିଥାଉ। କନିଅର ଗଛ ସମଗ୍ର ଭାରତରେ ଦେଖାଯାଇଥାଏ।
{"id":162492}କନିଅର ଫୁଲ ତ୍ବଚାରେ ହୋଇଥିବା ବଥକୁ ଭଲ କରିବାରେ ସହାୟକ ହୋଇଥାଏ। କନିଅର ଫୁଲକୁ ପେଶି ଲେପ ପ୍ରସ୍ତୁତ କରନ୍ତୁ ଏବଂ ଏହି ଲେପକୁ ବଥରେ ୨-୩ଥର ଲଗାନ୍ତୁ। କିଛି ଦିନ ମଧ୍ୟରେ ବଥ ସମ୍ପୂର୍ଣ୍ଣ ଭଲ ହୋଇଯିବ। କନିଅର ଫୁଲକୁ ଅର୍ଶ ଚିକିତ୍ସା ପାଇଁ ମଧ୍ୟ ଲାଭଦାୟକ ବୋଲି କୁହାଯାଇଥାଏ।
{"id":162493}ଏହା ବ୍ୟତୀତ ଏହା ଯେକୌଣସି ବିଷାକ୍ତ ଜୀବର ବିଷକୁ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ। ଯଦି ଆପଣଙ୍କୁ କୌଣସି ବିଷାକ୍ତ ଜୀବ ଯେପରିକି ବିଛା ଦଂଶନ କରେ ତେବେ ଆପଣ କନିଅର ଗଛର ଚେରରୁ ରସ ବାହାର କରି ସେହି ସ୍ଥାନରେ ଲଗାନ୍ତୁ। ଏହା ଦ୍ବାରା ବିଷ କମ୍ ହୋଇଥାଏ।
{"id":162494}