ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟାକଲେ ସମ୍ପର୍କୀୟ, ଘର ଡିହ ଭାଗବଣ୍ଟାକୁ ନେଇ ଦୀର୍ଘ ବର୍ଷ ଧରି ଚାଲିଥିଲା ବିବାଦ

Published By : Prameya-News7 Bureau | July 04, 2021 IST

କେନ୍ଦ୍ରପଡା ୪।୭: ଜମିବାଡି ବିବାଦରୁ ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟା । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଖସାଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ରବିବାର ସକାଳୁ ଏହି ଗ୍ରାମର ଦିବ୍ୟାଙ୍ଗ ଯୁବକ ଏକାଦଶୀ ସ୍ବାଇଁ ଘରୁ ବାହାରି କାମରେ ଯାଉଥିବା ବେଳେ ତାଙ୍କ ସମ୍ପର୍କୀୟ ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ସମ୍ପର୍କୀୟଙ୍କ ମାଡରେ ଲହୁଲୁହାଣ ହୋଇ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଏକାଦଶୀ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ମୃତ ଏକାଦଶୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଘର ଡିହ ଭାଗବଣ୍ଟାକୁ ନେଇ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିଲା । ପୂର୍ବ ରାଗ ସୁଝାଇବାକୁ ଯାଇ ତାଙ୍କୁ ହତ୍ୟା କରାଯାଇଥିବା ଏକାଦଶୀଙ୍କ ଭଉଣୀ ଦେବକୀ ଅଭିଯୋଗ କରିଛନ୍ତି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.