ସିନ୍ଧିଆ ପରିବାରରେ ଉଠିଥିବା ପ୍ରାଚୀର ଭାଙ୍ଗିଲା, ଜାଣନ୍ତୁ BJPରେ ଜ୍ୟୋତିରାଦିତ୍ୟଙ୍କ ଯୋଗଦାନକୁ ନେଇ କ’ଣ କହିଲେ ପିୟୁସୀ

Published By : Prameya-News7 Bureau | March 12, 2020 IST

ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସାନ ଭଉଣୀ ଯଶୋଧରା ରାଜେ ଏକ ପ୍ରମୁଖ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସିନ୍ଧିଆ ପରିବାରରେ ଉଠିଥିବା ପ୍ରାଚୀର ଏବେ ଭାଙ୍ଗିଛି ବୋଲି କହିଛନ୍ତି। ଭାଇ ଓ ମାଙ୍କ ମଧ୍ୟରେ ଥିବା ବିବାଦ ସେମାନଙ୍କ ମୃତ୍ୟୁରେ ବି ସମାଧାନ ହୋଇନଥିଲା। ଏଣୁ   ସମସ୍ୟା ଜ୍ୟୋତି ରାଜେ ଓ ମୋ ମଧ୍ୟରେ ଆସିଥିବା ବେଳେ ଜ୍ୟୋତି ବିଜେପିରେ ଯୋଗଦେଇ ମୋ କାନ୍ଧରେ ଥିବା ବୋଝ ଓହ୍ଲେଇଛନ୍ତି। ଏଣୁ ସେ ଏବେଠୁ ଜ୍ୟୋତିରାଦିତ୍ୟଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି।

{"id":237113,"sizeSlug":"large"}

ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡିବା କିଛି ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି କହିଛନ୍ତି ଯଶୋଧରା। ଦିନେ ନା ଦିନେ ଏହାହିଁ ହେବାର ଥିଲା ବୋଲି କହିଛନ୍ତି। ଯେଉଁଠି ସମ୍ମାନ ନଥିଲା, ଉତ୍ପିଡନ କରାଯାଉଥିଲା ସେଠୁ ସେ ବାହାରିବା ନିଶ୍ଚିତ ଥିଲା। ଏଣୁ ସେ ନିଜେ ଜ୍ୟୋତିରାଦିତ୍ୟଙ୍କ ସ୍ୱାଗତ ସମାରୋହରେ ଯୋଗଦେବାକୁ ଆସିଥିବା କହିଛନ୍ତି। ସେହିପରି ତାଙ୍କ ପ୍ରତି ହେଉଥିବା ଗଦ୍ଦାର ଅଭିଯୋଗ ସମ୍ପର୍କରେ ପଚରା ଯିବାରୁ ଯଶୋଧରା କହିଥିଲେ ଯେ ସମସ୍ତ ବିକଳ୍ପ ଶେଷ ହୋଇଥିବା ବେଳେ ଏବେ ବ୍ୟକ୍ତିଗତ ଆକ୍ଷେପ କରାଯାଉଛି।

{"id":237114,"width":580,"height":290,"sizeSlug":"large"}

ଜ୍ୟୋତିରାଦିତ୍ୟଙ୍କୁ ମାଫିଆ କୁହାଯାଉଥିବା ନେଇ ପଚରା ଯିବାରୁ ଏହା ଅତ୍ୟନ୍ତ ନିନ୍ଦନୀୟ କଥା ଏ ସମ୍ପର୍କରେ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ। ତେବେ ଦିଗବିଜୟ ସିଂହଙ୍କ ଅଭିଯୋଗର ପ୍ରତିକ୍ରିୟା ଦେଇ ଯଶୋଧରା କହିଥିଲେ ଯେ ଦିଗବିଜୟଙ୍କ ପିତା ମୋ ମାଙ୍କ ଅତି ନିକଟତମ ଓ ତାଙ୍କ ସର୍ଦ୍ଦାର ଥିଲେ। ଏହା ସତ୍ତ୍ୱେ ସେ କଂଗ୍ରେସରେ ଯୋଗଦେଇଥିଲେ। ତେବେ ମଧ୍ୟପ୍ରଦେଶରେ ଏବେ ବିଜେପି ସରକାର ପୁଣି ଫେରିବ ଏତିକି ଜାଣି ରଖନ୍ତୁ ବୋଲି ଗଣମାଧ୍ୟମକୁ  କହିଛନ୍ତି ଯଶୋଧରା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.