Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଚାଷୀଙ୍କ ପୁଅ ହେବାକୁ ଯାଉଛନ୍ତି ଜାପାନର ନୂଆ ପ୍ରଧାନମନ୍ତ୍ରୀ, ଏମିତି ଥିଲା ୟୋସିହିଦେ ସୁଗାଙ୍କ ଜୀବନ ସଂଘର୍ଷ

14/09/2020 at 3:32 PM

ଟୋକିଓ ୧୪।୯: ଜାପାନ କ୍ୟାବିନେଟ୍ ସଚିବ ୟୋସିହିଦେ ସୁଗା ହେବେ ଦେଶର ନୂଆ ପ୍ରଧାନମନ୍ତ୍ରୀ।  ଜାପାନର କ୍ଷମତାସୀନ ଲିବରାଲ ଡେମୋକ୍ରାଟିକ ପାର୍ଟି ସୋମବାର ସୁଗାଙ୍କୁ ନେତା ନିର୍ବାଚିତ କରିଛି। ଏଥିଲାଗି ଲିବରାଲ ଡେମୋକ୍ରାଟିକ ପାର୍ଟି ଓ କ୍ଷେତ୍ରିୟ ପ୍ରତିନିଧିଙ୍କ ନିର୍ବାଚନରେ ସୁଗା ବହୁମତରେ ବିଜୟୀ ହୋଇଛନ୍ତି। ତାଙ୍କୁ ମୋଟ ୫୩୪ଟିରୁ ୩୭୭ଟି ବୈଧ ଭୋଟ ମିଳିଛି।

ତେବେ ୭୧ ବର୍ଷ ବୟସ୍କ ସୁଗା ଏତେ ସହଜରେ ଜାପାନର ପ୍ରଧାନମନ୍ତ୍ରୀ ହୋଇନାହାନ୍ତି। ତାଙ୍କ ସଂଘର୍ଷମୟ ଜୀବନକୁ ନେଇ ଜପାନରେ ଏବେ ରୋମାଞ୍ଚକ କାହାଣୀ ଶୁଣିବାକୁ ମିଳୁଛି। ଜାପାନର ଅକିତାରେ ସୁଗାଙ୍କ ଜନ୍ମ। ତାଙ୍କ ପିତା ଜଣେ ଷ୍ଟ୍ରବେରୀ ଚାଷୀ। ଆଇନ ପଢିବା ଲାଗି ସୁଗା ରାଜଧାନୀ ଟୋକିଓର ହୋସଇ ୟୁନିଭର୍ସିଟିକୁ ବାଛିଥିଲେ। କାରଣ ଉତ୍କଟ ଅର୍ଥାଭାବରେ ପାଠ ପଢା ଜାରି ରଖିବା ତାଙ୍କ ଲାଗି  ସବୁଠୁ ବଡ ଆହ୍ୱାନ ଥିଲା। ରାଜଧାନୀରେ ଛୋଟମୋଟ କାମ ମିଳିଯିବାର ସମ୍ଭାବନାକୁ ଆଖିରେ ରଖି ସେ ଏଠାରେ ପାଠ ପଢିବା ଲାଗି ନିଷ୍ପତ୍ତି ନେଇଥିଲେ। 

ପାଠ ପଢା ସହ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଏକ କାର୍ଡବୋର୍ଡ କାରଖାନାରେ ମଧ୍ୟ ସେ ଚାକିରୀ କରୁଥିଲେ। କେବେ କେବେ ମାଛ ହାଟରେ  ତାଙ୍କୁ ଲୋକେ ମାଛ ବିକୁଥିବାର ଦେଖିଛନ୍ତି। ବିଶ୍ୱବିଦ୍ୟାଳୟରୁ ପାଠପଢା ଶେଷ ହେବା ପରେ ସେ ଅପର ହାଉସ୍ ନିର୍ବଚନ ଲାଗି ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ରାଜନୀତି ସହ ତାଙ୍କର ନା କୌଣସି ସମ୍ପର୍କ ଥିଲା ନା ଏକ୍ଷେତ୍ରରେ ଅଭିଜ୍ଞତା, ତଥାପି ସେ ନିର୍ବାଚନ ମୈଦାନରେ ନିଜକୁ ଓହ୍ଲାଇଦେଇଥିଲେ।

ଲୋକଙ୍କ ଘରକୁ ଘର ବୁଲି ସେ ନିଜ ଲାଗି ନିର୍ବାଚନ ପ୍ରଚାର କରିଥିଲେ। ଦେଶରେ ନିର୍ବାଚନ ଶେଷ ହେବା ବେଳକୁ ସେ ପ୍ରାୟ ୩୦ ହଜାର ଘରେ ପହଞ୍ଚି ପାରିଥିଲେ। ଜାପାନର ବ୍ୟସ୍ତତମ ଷ୍ଟେସନମାନଙ୍କରେ ଲୋକଙ୍କୁ ଭାଷଣା ଦେବାର ପ୍ରଥା ଦେଶରେ ସୁଗା ହିଁ ଆରମ୍ଭ କରିଥିଲେ। ତାଙ୍କର ପ୍ରଚାର ଶୈଳୀ ସେତେବେଳେ ଏତେ ଲୋକପ୍ରିୟ ହୋଇଥିଲା ଯେ ଆଜି ମଧ୍ୟ ଦେଶରେ ଅନେକ ନେତା ତାଙ୍କୁ ଅନୁକରଣ କରୁଛନ୍ତି। ଏହି ନିର୍ବାଚନ ଶେଷ ହେବା ବେଳକୁ ସୁଗାଙ୍କ ୬ ହଳ ଜୋତା ଛିଡିଯାଇଥିଲା। ହେଲେ ନିର୍ବାଚନ ତାଙ୍କୁ ଜଣେ ଟାଣୁଆ ନେତା ଭାବେ ଛିଡାକରିବାର ସହାୟକ ହୋଇଥିଲା।

ସୁଗା ଓ ବିଦାୟୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଏବେଙ୍କ ଭେଟ ୨୦୧୨ ମସିହାରେ ହୋଇଥିଲା। ସୁଗାଙ୍କ ରାଜନୈତିକ ବୋଧଶକ୍ତି ଯୋଗୁ ତାଙ୍କୁ  ପ୍ରଧାନମନ୍ତ୍ରୀଙ୍କ ଡାହାଣ ହାତ ବୋଲି ଦେଶରେ କୁହାଯାଉଥିଲା। ଏବେ ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଇଛନ୍ତି। ଏଥିରେ ଦେଶବାସୀ ଏବେ ବେଶ ଖୁସ୍। ସିଞ୍ଜୋ ଏବେଙ୍କ ସ୍ଥାନରେ ଦେଶବସୀ ତାଙ୍କପରି ଜଣେ ନେତା ଚାହୁଁଥିଲେ। ଯାହା ଦଳ ଦେଶବାସୀଙ୍କୁ ଦେଇପାରିଥିବାରୁ ଆଶ୍ୱସ୍ତ ହୋଇଛି।     

   Related Posts