ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର : ଟାଟା କାର କିଣିଲେ ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ରିହାତି

Published By : Prameya-News7 Bureau | June 25, 2019 IST

ନୂଆଦିଲ୍ଲୀ ୨୫/୬ : କାର କିଣିବା ପ୍ରତ୍ୟେକ ମଣିଷର ସ୍ବପ୍ନ ଥାଏ । ଯଦି ଆପଣ ମଧ୍ୟ କାର କିଣିବା ପାଇଁ ଚାହୁଁଛନ୍ତି ତାହେଲେ ଦେଶର ସରକାରୀ ବ୍ୟାଙ୍କ ଏସବିଆଇ ଏକ ବିଶେଷ ଅଫର ଆରମ୍ଭ କରିଛି । ଏହି ଅଫର ଅନୁଯାୟୀ ଯଦି ଆପଣ ଟାଟାର କୌଣସି କାର କିଣୁଛନ୍ତି ତାହେଲେ ଆପଣଙ୍କୁ ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଆସନ୍ତୁ ଜାଣିବା ପୁରା ଅଫର ସମ୍ପର୍କରେ :

ଏସବିଆଇର ୟୋନୋ ଆପ ଜରିଆରେ ଟାଟା Tigor କାର ବୁକ କଲେ ଆପଣଙ୍କୁ ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଯଦି ଆପଣ ଆଗକୁ କାର କିଣିବାକୁ ଇଛା କରିଛନ୍ତି ତାହେଲେ ଏହି ଅଫରର ଫାଇଦା ଉଠାଇପାରିବେ । ଏହାଛଡା ୩ ହଜାର ଟଙ୍କାର ସ୍ୱତନ୍ତ୍ର ଗିଫ୍ଟ ମଧ୍ୟ ପାଇବେ । ଏସବିଆଇ ତରଫରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି ।

{"id":127062}

ବ୍ୟାଙ୍କ ଅନୁଯାୟୀ, ୟୋନୋ ଆପ ଜରିଆରେ ଟାଟା Tigor କାରରେ ୬୫ ହଜାର ଟଙ୍କା ରିହାତି ସହ ଏକ୍ସଚେଂଜ ଅଫର ମଧ୍ୟ ରହିଛି । ୨୫ ହଜାର ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି । ଏହାସହ ୩୪ ହଜାର ଟଙ୍କାର ବୀମା ଲାଭ ମଧ୍ୟ ମିଳୁଛି । କେବଳ ସେତିକି ନୁହେଁ ୬ ହଜାର ଟଙ୍କାର କର୍ପୋରେଟ ବେନେଫିଟ୍ ମଧ୍ୟ ରହିଛି । ଅଟୋ ଋଣ ପାଇଁ ମଧ୍ୟ ଏହି ଆପ ବ୍ୟବହାର କରିପାରିବେ ।

ଏସବିଆଇ ତରଫରୁ ଆଉ କଥା ସ୍ପଷ୍ଟ କରାଯାଇଛି । କାର ସହ ଜଡିତ କୌଣସି ଫିଚର କିମ୍ବା ଅନ୍ୟ କୌଣସି ସର୍ଭିସ ପାଇଁ ବ୍ୟାଙ୍କ ଦାୟୀ ନୁହେଁ ।

{"id":127063,"width":585,"height":293}

ସୂଚନାଯୋଗ୍ୟ ଯେ, ନିକଟରେ ଟାଟା ମୋଟର୍ସ Tata Tigor ର ନୂଆ ଭେରିଏଣ୍ଟ କାର ଲାଞ୍ଚ କରିଛି । ଦୁଇଟି ଭେରିଏଣ୍ଟ ହେଲା XMA ଓ XZA+ > କାରର ଦାମ କ୍ରମଶଃ ୬.୩୯ ଲକ୍ଷ ଏବଂ ୭.୨୪ ଲକ୍ଷ ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.