Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ନଡ୍ଡାଙ୍କୁ ରକ୍ତରେ ଚିଠି ଲେଖିଲେ ଯୋଗୀଙ୍କ ଡାଏ ହାର୍ଡ ଫ୍ୟାନ୍‌: ରଖିଲେ ଅଜବ ଦାବି, ଆତ୍ମହତ୍ୟା ଧମକ ବି ଦେଲେ

1/06/2021 at 10:55 PM

ଲକ୍ଷ୍ନୌ ୧/୬: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥକ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ରକ୍ତରେ ଚିଠି ଲେଖି ପଠାଇଛନ୍ତି। ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଚେଷ୍ଟା କଲେ ଆତ୍ମହତ୍ୟା କରିଦେବେ ବୋଲି ଚିଠିରେ ଲେଖିଛନ୍ତି ସମର୍ଥକ ।  ହିନ୍ଦୁବାଦୀ ନେତା ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଗୁଜବ ଶୁଣିବା କ୍ଷଣି ତାଙ୍କର ସମର୍ଥକ ବିଜେପି ପ୍ରତି ନିଜର ଅସନ୍ତୋଷ ଜାହିର କରିଛନ୍ତି।

ଜିଲ୍ଲାର ନଗର କ୍ଷେତ୍ର ବାସିନ୍ଦା ସୋନୁ ଠାକୁର ନାମକ ଯୋଗୀଙ୍କ ସମର୍ଥକ ନିଜ ରକ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି । ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର ନକରିବାକୁ ଅପିଲ୍‌ କରିଛନ୍ତି ସୋନୁ। ଯଦି ତାଙ୍କର ଅପିଲ୍‌ ରକ୍ଷା କରାନଯାଏ ତେବେ ସେ ଲକ୍ଷ୍ନୌର ବିଜେପି କାର୍ଯ୍ୟାଳୟ ସାମ୍ନାରେ ଆତ୍ମହତ୍ୟା କରିବେ ବୋଲି ଚିଠି ମାଧ୍ୟମରେ ଧମକ ବି ଦେଇଛନ୍ତି ।

ଏଥିପାଇଁ ରାଜ୍ୟର ଶୀର୍ଷ ନେତୃତ୍ବଙ୍କୁ ଦାୟୀ ରଖିବେ ବୋଲି ଲେଖିଛନ୍ତି। ମଙ୍ଗଳବାର ସୋନୁ ଠାକୁର କହିଛନ୍ତି ଯୋଗୀ ରାଜ୍ୟର ପ୍ରତି ଜିଲ୍ଲା ବୁଲି କରୋନାରୁ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି। ଲଗାତାର ରାଜ୍ୟର ଗୁଣ୍ଡା, ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ବିଜେପି କାର୍ଯ୍ୟକର୍ତ୍ତା ସୋନୁ ଠାକୁର ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଚାଳିସା ପାଠ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ରକ୍ତ ଲେଖା ଚିଠି ଭାଇରାଲ୍‌ ହେବା ପରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ସୋନୁ ଠାକୁର।  

   Related Posts