Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

ଯୋଗୀ ଆଦିତ୍ୟନାଥଙ୍କୁ ନିଜର ପ୍ରେମିକ କହୁଥିବା ଯୁବତୀ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନିବାସ, ପଠାଇଲେ ପ୍ରେମପତ୍ର

6/06/2019 at 6:57 PM

ଲକ୍ଷ୍ନୌ ୬।୬:  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ନିଜର ପ୍ରେମିକ ବୋଲି  ଦାବି କରୁଥିବା ଜନୈକା ଯୁବତୀ ଏବେ ଲକ୍ଷ୍ନୌରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଜନ୍ମ ଦିନରେ ଯୁବତୀ ଭେଟିବାକୁ ଆସି ୫, କାଳିଦାସ ମାର୍ଗରେ ଅବସ୍ଥିତ ମୁଖ୍ୟମନ୍ତ୍ରୀ ଆବାସରେ ଅପେକ୍ଷା କରି ରହିଥିଲେ। ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାର ସୁଯୋଗ ମିଳିପାରିନଥିଲା। ଏଣୁ ତାଙ୍କୁ ଗୁରୁବାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଅପେକ୍ଷା କରିଥିବା ଦେଖାଯାଇଛି।

ଯୁବତୀ ନିଜକୁ ହେମା ସକ୍ସେନା ବୋଲି କହୁଥିବା ବେଳେ ସେ କାନପୁରର ବାସିନ୍ଦା। ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କର ପ୍ରେମିକ ବୋଲି ଯୁବତୀ କହୁଥିବା ବେଳେ ସେ ପୂର୍ବରୁ  ଗୋରଖପୁରରେ ତାଙ୍କୁ ଦୁଇ ଦୁଇଥର ଭେଟିଥିବା କହିଛନ୍ତି। ହେଲେ ଲକ୍ଷ୍ନୌରେ ତାଙ୍କୁ ଭେଟିବାକୁ ଦିଆଯାଉନଥିବାରୁ ସେ ଯୋଗୀଙ୍କୁ ଭେଟିବା ଜିଦରେ ଏବେ ଅଡି ଯାଇଛନ୍ତି।  ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିବା ଏହି ଯୁବତୀ ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ତାଙ୍କ ପ୍ରେମପତ୍ର ଯୋଗୀଙ୍କ ନିକଟକୁ ପଠାଇଥିବା ମଧ୍ୟ ଜଣାପଡିଛି।

ତେବେ ଭିତରୁ ତାଙ୍କ ପତ୍ରର ଜବାବ ମିଳିନଥିବାରୁ ସେ ବାହାର ଅପେକ୍ଷା କରି ରହିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପ୍ରେମପତ୍ରରେ ସାରା ଜୀବନ ଯୋଗୀଙ୍କ ସାଥୀ ହେବାକୁ ଚାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ହେଲେ ଯୋଗୀଙ୍କ ନିକଟରେ ତାଙ୍କ ପ୍ରେମପତ୍ର ପହଞ୍ଚିଛି କି ନା ସେ ନେଇ ହେମା ସ୍ପଷ୍ଟ ହୋଇ ପାରୁନାହାନ୍ତି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ବାହାରେ ତାଙ୍କ ପ୍ରେମିକଙ୍କ ବାଟ ଚାହିଁ ବସିଥିବା କହିଛନ୍ତି ।

   Related Posts