Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଯୁବକଙ୍କୁ ରୋଜଗାର ଦେବା ପାଇଁ ଯୋଗୀ ସରକାରଙ୍କ ବଡ ଯୋଜନା: ୨୦ ଲକ୍ଷ ଛାତ୍ରଙ୍କର ତିଆରି ହେବ ଡାଟା ବ୍ୟାଙ୍କ

24/09/2020 at 3:10 PM

ଲଖନଉ ୨୪୦୯ : ଇଞ୍ଜିନିୟରିଙ୍ଗ ଓ ବୈଷୟିକ ଶିକ୍ଷାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଉପହାର ଦେଇଛନ୍ତି । ଉତ୍ତର ପ୍ରଦେଶରେ ଇଞ୍ଜିନିୟରିଙ୍ଗ ଓ ବ୍ୟବସାୟିକ ଶିକ୍ଷାର ୨୦ ଲକ୍ଷ ଛାତ୍ରଙ୍କ ତଥ୍ୟ ସରକାର ପ୍ରସ୍ତୁତ କରିବେ । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ୟୁ ରାଇଜର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ୟୁ ରାଇଜ ସଫ୍ଟୱେୟାରରେ ପ୍ରତ୍ୟେକ ଛାତ୍ରଙ୍କ ପ୍ରବେଶ ନେଇ ରୋଜଗାର ଯାଏଁ ପ୍ରତ୍ୟେକ ଛାତ୍ରଙ୍କ ସମ୍ପୂର୍ଣ୍ଣ ବିବରଣୀ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ଶିକ୍ଷା ନୀତି ୨୦୨୦ ଲାଗୁ କରିବାରେ ଉତ୍ତର ପ୍ରଦେଶ ପ୍ରଥମ ରାଜ୍ୟ ହୋଇଛି । ଏହାଛଡା ସରକାରଙ୍କ ଟେକନିକାଲ ଓ ବ୍ୟବସାୟିକ ଶିକ୍ଷଣୀୟ ସଂସ୍ଥାର କାୟାକଳ୍ପ ପାଇଁ ଯୋଗୀ ସରକାର ଆଜି ୨୦୦ କୋଟି ଟଙ୍କା ଦେବେ । ସୂଚନା ଅନୁଯାୟୀ, ପଣ୍ଡିତ ଦିନଦୟାଲ ଉପାଧ୍ୟକ୍ଷ ପ୍ରୋତ୍ସାହନ ଯୋଜନା ଅନୁଯାୟୀ ସରକାରୀ ସଂସ୍ଥାଗୁଡିକୁ ଯୋଗୀ ସରକାର ପୂର୍ବରୁ ହିଁ ୨୦୦ କୋଟି ଟଙ୍କା ଦେଇସାରିଛନ୍ତି ।

ୟୁ ରାଇଜ ସଫ୍ଟୱେୟାରରେ ଛାତ୍ରଙ୍କ ବିବରଣୀ ସହ ଛାତ୍ରଙ୍କ ଇ-କଣ୍ଟେଣ୍ଟ ଓ ଇ-ଲାଇବ୍ରେରୀ ହେବ । ଯେକୌଣସି ଛାତ୍ର, ଶିକ୍ଷକ କିମ୍ବା ସଂସ୍ଥା ଅଧୟନ ପାଇଁ ଯେକୌଣସି ସ୍ଥାନରୁ ଇ-କଣ୍ଟେଣ୍ଟ ଓ ଇ-ଲାଇବ୍ରେରୀର ଉପଯୋଗ କରିପାରିବେ । ମେଧାବୀ ଓ ଆର୍ଥିକ ଭାବେ ସ୍ୱଚ୍ଛଳ ନଥିବା ଛାତ୍ରଙ୍କୁ ଏଥିରୁ ସହାୟତା ମିଳିବ । ୨୦ ଲକ୍ଷ ଛାତ୍ରଙ୍କ ଏହି ତଥ୍ୟ ରୋଜଗାର ପାଇଁ ଅତ୍ୟନ୍ତ ମହତ୍ଵପୁର୍ଣ ହେବ । ଏହା ଜରିଆରେ କମ୍ପାନୀଗୁଡିକୁ କର୍ମଚାରୀ ଖୋଜିବାରେ ମଧ୍ୟ ସାହାଯ୍ୟ ମିଳିବ । ୟୁ ରାଇଜ ୟୂନିଫଏଡ ସଫ୍ଟୱେୟାରରେ ପୁରା ଛାତ୍ର ଚକ୍ର ରେକର୍ଡ କରାଯିବ ।

ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଛାତ୍ର ସଂଯୋଜିତ ହେବେ । ସୂଚନାଯୋଗ୍ୟ ଯେ, ଦିନଦୟାଲ ଉପାଧ୍ୟାୟା ପ୍ରୋତ୍ସାହନ କାର୍ଯ୍ୟକ୍ରମ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ଏକେଟିୟୁର ସମସ୍ତ ଇଞ୍ଜିନିୟରିଙ୍ଗ କଲେଜ ଏହି ସହ ସମ୍ବନ୍ଧିତ ।

   Related Posts