Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ହାଥରସ ଗଣଦୁଷ୍କର୍ମ ମାମଲା: ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏସପି ଓ ଡିଏସପି ସମେତ ଅନେକ ଅଧିକାରୀ ସସପେଣ୍ଡ

2/10/2020 at 8:55 PM

ହାଥରସ ୦୨।୧୦: ହାଥରସରେ ଦଳିତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଯୋଗୀ ସରକାର ଏବେ ତତ୍ପର ହୋଇ ଉଠିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଏସପି, ଡିଏସପି ଓ ଇନ୍ସପେକ୍ଟରଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରିଛନ୍ତି। ଏହା ବ୍ୟତୀତ ଚନ୍ଦପାର କିଛି ଅନ୍ୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ହେଲେ ଜିଲ୍ଲାପାଳ ପ୍ରବୀଣ କୁମାର ପକ୍ଷକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଖଣ୍ଡା ଝୁଲୁଛି। ଏହି ମାମଲାରେ ଆରମ୍ଭରୁ ପୋଲିସ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଉଭୟ ପୋଲିସ ଅଧୀକ୍ଷକ ଓ ଜିଲ୍ଲାପାଳ ଯେଉଁଭଳି ଭାବେ ଏହି ମାମଲାକୁ ପରିଚାଳନା କଲେ ସେଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖପ୍ପା ଥିଲେ। ଏବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସିଧାସଳଖ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି।

ଥାନାର ସମସ୍ତ ପୋଲିସ କର୍ମଚାରୀଙ୍କ ନାର୍କୋ ପଲିଗ୍ରାଫି ଟେଷ୍ଟ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ବର୍ତ୍ତମାନର ଏସପି, ଡିଏସପି, ଇନ୍ସପେକ୍ଟର ଓ କିଛି ଅନ୍ୟ କର୍ମଚାରୀଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ଵନ କରିବାକୁ ଆଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ପୂରା ମାମଲାରେ ଡିଏମ ଓ ଏସପିଙ୍କ ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଅସନ୍ତୋଷ ପ୍ରକଟ କରିଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦୁଇ ଅଧିକାରୀଙ୍କ ଭୂମିକା ଉପରେ ରିପୋର୍ଟ ମଗାଇଥିଲେ।। ଏହା ଉପରେ ଏବେ କାର୍ଯ୍ୟାନୁଷ୍ଠାନ ନେଇ ଏସପି ଓ ଡିଏସପଙ୍କୁ ନିଲମ୍ବନ କରାଯାଇଛି। ଏହା ବ୍ୟତୀତ ଚନ୍ଦପା ଥାନାର ଇନ୍ସପେକ୍ଟର ସମେତ କିଛି ଅନ୍ୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି। ହାଥରସର ଜିଲ୍ଲାପାଳ ପ୍ରବୀଣ କୁମାର ଲକ୍ଷକାରଙ୍କ ଉପରେ ପୀଡିତାଙ୍କ ପରିଜନ ଗମ୍ଭୀର ଅଭିଯୋଗ କରିଥିଲେ।

ଗୁରୁବାର ଏକ ଭିଡିଓ ସାମ୍ନାକୁ ଆସିଥିଲେ। ଭିଡିଓରେ ଜିଲ୍ଲାପାଳ ପୀଡିତାଙ୍କ ପରିବାରକୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳ କହୁଛନ୍ତି, ମିଡିଆ ତ ଚାଲିଯିବେ, କିନ୍ତୁ ଜିଲ୍ଲା ପ୍ରଶାସନ ଏଠାରେ ହିଁ ରହିବେ। ପୀଡିତାଙ୍କ ପରିଜନ ଅଭିଯୋଗ କରିଛନ୍ତି ଯେ, କେସ୍‌ ରଫା ଦଫା କରିବାକୁ ଆମ ଉପରେ ଚାପ ପକାଯାଉଛି। ପୀଡିତାଙ୍କ ଅନ୍ତିମ ସଂସ୍କାରକୁ ନେଇ ମଧ୍ୟ ହାଥରସ ପ୍ରଶାସନ ଉପରେ ବଡ ପ୍ରଶ୍ନ ଉଠିଛି। ପୀଡିତାଙ୍କୁ ଅଧରାତିରେ ପ୍ରାୟ ୨ଟା ୩୦ରେ ଅନ୍ତ୍ୟେଷ୍ଟି କରାଯାଇଥିଲା। ପରିଜନଙ୍କ ଅନୁରୋଧକୁ ମଧ୍ୟ କର୍ତ୍ତୃପକ୍ଷ ଶୁଣିନଥିଲା।

ଅନ୍ୟପଟେ ଏହି ଘଟଣାରେ ସରକାରଙ୍କୁ ହେଉଥିବା କଠୋର ସମାଲୋଚନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୀରବତା ଭାଙ୍ଗି କହିଥିଲେ ଯେ, ମା ଓ ଭଉଣୀଙ୍କ ସୁରକ୍ଷା ଏବଂ ସମ୍ମାନ ସର୍ବୋପରି। ଦୋଷୀମାନଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦହାରଣ ସୃଷ୍ଟି କରିବ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୪ରେ ହାଥରସ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡିତାଙ୍କ ଜିଭ କାଟି ଦେଇଥିଲେ ଏବଂ ମେରୁଦଣ୍ଡର ହାଡ ଭାଙ୍ଗି ଦେଇଥିଲେ। ପୀଡିତାଙ୍କ ନଅ ଦିନ ପରେ ଚେତା ଆସିଥିଲା। ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ଦିଲ୍ଲୀ ହସ୍ତାନ୍ତର କରାଯାଇଥିଲା। ହେଲେ ୧୫ ଦିନ ଜୀବନ ମରଣ ସହ ସଂଘର୍ଷ ପରେ ଶେଷରେ ମଙ୍ଗଳବାର ସକାଳେ ପୀଡିତା ଆଖି ବୁଜିଥିଲେ। ଏହି ମାମଲାରେ ପ୍ରଥମରୁ ହିଁ ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି।

   Related Posts