Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଆକ୍ସନରେ ଯୋଗୀ ! ଚାଷୀଙ୍କୁ ଗାଜିପୁର ବର୍ଡରରୁ ତଡ଼ିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ

28/01/2021 at 6:59 PM

ଗାଜିଆବାଦ ୨୮।୧: ଉତ୍ତରପ୍ରଦେଶ ସରକାର ୟୁପି-ଦିଲ୍ଲୀ ସୀମା ଗାଜିପୁର ବର୍ଡରରେ ଧାରଣାଦେଇ ବସିଥିବା ଚାଷୀଙ୍କୁ ସ୍ଥାନ ଖାଲିକରିବାକୁ ଗୁରୁବାର ଅଲ୍ଟିମେଟମ ଜାରି କରିଛନ୍ତି। ସରକାରଙ୍କ ଆଦେଶ ପରେ ପୋଲିସ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ଗାଜିପୁର ବର୍ଡରରେ ପହଞ୍ଚିସାରିଥିବା ବେଳେ ବିଳମ୍ବିତ ରାତି ସୁଧା ବର୍ଡରରୁ ଚାଷୀଙ୍କୁ ହଟାଇ ଦିଆଯାଇପାରେ ବୋଲି ଆକଳନ କରାଯାଉଛି।

ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଟ୍ରାକ୍ଟର ପରେଡରେ ହୋଇଥିବା ହିଂସାକୁ ନେଇ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଚାଷୀଙ୍କୁ ଆନ୍ଦୋଳନ ସମାପ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ୱେ ଯେଉଁ ଚାଷୀ ଆନ୍ଦୋଳନ ଲାଗି ଅଡି ରହିବେ ତାଙ୍କୁ ହଟାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।  ସେହି ଅନୁସାରେ ଉତ୍ତରପ୍ରଦେଶ ବାଗପତ ଜିଲ୍ଲାରେ ଆନ୍ଦୋଳନତର ଚାଷୀଙ୍କୁ ପୋଲିସ  ହଟାଇ ଦେଇଥିବା ଜଣାପଡିଛି।

ରାଜ୍ୟରେ ଚାଷୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ଏଥିରେ ଚାଷୀଙ୍କ ପ୍ରତି ନିର୍ଦ୍ଦୟତାକୁ ବରଦାସ୍ତ କରାଯିବନି ବୋଲି ସମାଜବାଦୀ ପାର୍ଟ ନେତା ଅଖିଳେଶ ଯାଦବ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସତର୍କ କରିଛନ୍ତି।  

ନିରିହ ଚାଷୀଙ୍କୁ ଷଡ଼ଯନ୍ତ୍ର ଜାଲରେ ଫଶାଇ ସରକାର ଯେପରି ସେମାନଙ୍କ ଆନ୍ଦୋଳନ ଭଣ୍ଡୁର କରୁଛନ୍ତି ତାହା ଦେଶବାସୀ ଜାଣିସାରିଲେଣି ବୋଲି ଅଖିଳେଶ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।  ଏଥିରୁ ଚାଷୀଙ୍କ ପ୍ରତି ଦେଶବାସୀଙ୍କ ସହାନୁଭୂତି ଆହୁରି ବୃଦ୍ଧି ହେଉଥିବା ସେ ଉଲ୍ଲେଖ କରିଛନ୍ତି।

   Related Posts