Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ SIT ଗଠନ କଲେ ଯୋଗୀ ସରକାର

21/09/2021 at 6:03 PM

ପ୍ରୟାଗରାଜ ୨୧/୦୯ : ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବରକୁ ନେଇ ଦେଶ ଚକିତ ହୋଇଯାଇଛି। ମୃତ୍ୟୁ ରହସ୍ୟକୁ ନେଇ ନାନା ମତ ପ୍ରକାଶ ପାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ପ୍ରୟାଗରାଜର ବାଘମ୍ବରୀ ମଠରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି। ବର୍ତ୍ତମାନ ସାଧାରଣ ଲୋକେ ମଧ୍ୟ ମହନ୍ତଙ୍କ ଦର୍ଶନ କରୁଛନ୍ତି।

ଇତି ମଧ୍ୟରେ ଏକ ବଡ଼ ଖବର ଆସିଛି ଯେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଉତର ପ୍ରଦେଶ ଯୋଗୀ ସରକାରଙ୍କ ଦ୍ୱାରା ଏସଆଇଟି ଗଠନ କରାଯାଇଛି। ମହନ୍ତ ନରେନ୍ଦ୍ର ଗିରି ମାମଲାର ତଦନ୍ତ ପାଇଁ ପ୍ରୟାଗରାଜ ଡିଜି SIT ଗଠନ କରିଛନ୍ତି। ଡେପୁଟି ଏସପିଙ୍କ ନେତୃତ୍ୱରେ ଏହି ଏସଆଇଟି ଗଠନ କରାଯାଇଛି। ନରେନ୍ଦ୍ର ଗିରିଙ୍କ ସମାଧି ସଂସ୍କାର ଗୁରୁବାର ଦିନ ଅନୁଷ୍ଠିତ ହେବ। ଆସନ୍ତାକାଲି ସନ୍ଥ ସମାଜ ଏବଂ ଆଖଡ଼ା ପରିଷଦର ବୈଠକ ହେବ। ଆସନ୍ତାକାଲି ସକାଳ ୧୦ ଟାରେ ଏହି ବୈଠକ ବସିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି ଯେ ଘଟଣାର ପର୍ଦାଫାଶ କରାଯିବ। ସେ କହିଛନ୍ତି ଯେ ପୋଲିସ ଅନେକ ପ୍ରମାଣ ସଂଗ୍ରହ କରିଛି। ପୋଲିସର ଏକ ଟିମ୍, ଏଡିଜି ଜୋନ୍, ଆଇଜି ରେଞ୍ଜ ଏବଂ ପ୍ରୟାଗରାଜ ଡିଆଇଜି, ପ୍ରୟାଗରାଜ ବିଭାଗୀୟ କମିଶନର ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଗୋଟି ଗୋଟି କରି ଘଟଣାର ପର୍ଦାଫାଶ ହେବ। ଦୋଷୀ ନିଶ୍ଚୟ ଦଣ୍ଡ ପାଇବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାରେ ଅନାବଶ୍ୟକ ବୟାନବାଜିରୁ ଦୂରେଇ ରୁହନ୍ତୁ। ତଦନ୍ତକାରୀ ସଂସ୍ଥାକୁ ଉଚିତ ତଦନ୍ତ କରିବାକୁ ଦିଅନ୍ତୁ। ଯିଏ ଦୋଷୀ ତାକୁ କଠୋର ଦଣ୍ଡ ଦିଆଯିବ।

   Related Posts