ଯୋଗୀ ସରକାରଙ୍କ ବଡ଼ ଘୋଷଣା, ନିର୍ବାଚନ ଡ୍ୟୁଟିରେ କରୋନାରେ ମୃତ୍ୟୁ ଘଟିଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ୩୦ ଲକ୍ଷ ଟଙ୍କା

Published By : Prameya-News7 Bureau | May 31, 2021 IST

ଲକ୍ଷ୍ନୌ ୩୧/୫: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ବଡ଼ ଘୋଷଣା କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ କରୋନାରେ ମୃତ୍ୟବରଣ କରିଥିଲେ ସେମାନଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନୁକମ୍ପା ରାଶିକୁ ୧୫ ଳକ୍ଷ ଟାଙ୍କାରୁ ୩୦ ଲକ୍ଷ ଟଙ୍କା କରିଦିଆଯାଇଛି।

ନିର୍ବାଚନ ଡ୍ୟୁଟି ପାଇଁ ନିର୍ଦ୍ଧାରିତ ସମୟ ଅବଧିରୁ ୩୦ ଦିନ ମଧ୍ୟରେ କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାର ଏହି ରାଶି ପାଇବାକୁ ହକଦାର ରହିବେ। କୋଭିଡ-୧୯ ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ନେଇ ମୃତକଙ୍କ ପରିବାର ପ୍ରମାଣ ସୁରୂପ ଆଣ୍ଟିଜେନ, ଆରଟିପିସିଆର ପଜିଟିଭ୍‌ ରିପୋର୍ଟ ଦାଖଲ କରିବେ। ଏହା ବ୍ୟତୀତ ସିଟି ସ୍କାନ୍‌ରେ କରୋନା ସଂକ୍ରମଣ ଥିବା ନେଇ ତଥ୍ୟ ମଧ୍ୟ ଦେଇପାରିବେ ମୃତକଙ୍କ ପରିବାର।

କରୋନାରୁ ସୁସ୍ଥ ହେବା ଏବଂ ପ​‌ରେ ରିପୋର୍ଟ ନେଗେଟିଭ୍‌ ଆସିଥିଲେ ମଧ୍ୟ ଯଦି ପରବର୍ତ୍ତୀ ଅବସ୍ଥାରେ କରୋନା ଜନିତ ଜଟିଳତା ପାଇଁ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଏ ତଥାପି ମଧ୍ୟ କ୍ଷତିପୂରଣ ଦେବେ ସରକାର। ତେବେ ଏଥିପାଇଁ ମଧ୍ୟ ୩୦ ଦିନ ସମୟ ସୀମା ଧାର୍ଯ୍ୟ କରିଛି ଯୋଗୀଙ୍କ କ୍ୟାବିନେଟ। ଏଥିରେ କୋଭିଡ୍‌ ଷ୍ଟେଟ୍‌ ଆଡଭାଇଜରି ବୋର୍ଡର ଅଧ୍ୟକ୍ଷ ନିର୍ଦେଶକ ଏମଜିପିଜିଆଇ ସହମତି ପ୍ରକାଶ କରିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.