Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଯୋଗୀ ସରକାରର ମନ୍ତ୍ରୀମଣ୍ଡଳ ବିସ୍ତାର : ଶପଥ ନେଲେ ୭ ସଦସ୍ୟ, କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜିତିନ୍‌ ପ୍ରସାଦ ହେଲେ ମନ୍ତ୍ରୀ

26/09/2021 at 7:02 PM

ଲକ୍ଷ୍ନୌ ୨୬/୦୯ : ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ବହୁ ପ୍ରତୀକ୍ଷିତ ମନ୍ତ୍ରୀମଣ୍ଡଳ ବିସ୍ତାର ହୋଇଛି । ବିଧାନସଭା ନିର୍ବାଚନର ୬ ମାସ ପୂର୍ବରୁ ହିଁ ରବିବାର ସନ୍ଧ୍ୟାରେ ଯୋଗୀ ସରକାରର ମୋଟ ୭ ଜଣ ବିଧାୟକ ମନ୍ତ୍ରୀପଦର ଶପଥ ନେଇଛନ୍ତି । ଗତ ମାସରେ ମୋଦି ସରକାରର କ୍ୟାବିନେଟ ବିସ୍ତାର ସମୟରେ ଉତ୍ତର ପ୍ରଦେଶରୁ ୭ ଜଣ ସାଂସଦଙ୍କୁ ମନ୍ତ୍ରୀପଦ ମିଳିଥିଲା । ସଂଯୋଗବଶତଃ ମୋଦି ସରକାରରେ  ୟୁପିରୁ ଜଣେ ବ୍ରାହ୍ମଣ ଏବଂ ୬ ଜଣ ଓବିସି ଓ ଅନ୍ୟ ବର୍ଗରୁ ମନ୍ତ୍ରୀ କରାଯାଇଥିବା ବେଳେ ଯୋଗୀଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିବା ନୂଆ ୭ ନୂଆ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣ ଏବଂ ୬ ଜଣ ଓବିସି ଓ ଅନ୍ୟ ବର୍ଗର । ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ୭ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ଜୁନ ମାସରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ହେଭିଓ୍ବେଟ୍‌ ନେତା ଜିତିନ୍‌ ପ୍ରସାଦଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିଛି । ଜିତିନ୍‌ ପ୍ରସାଦଙ୍କ ସମେତ ସଙ୍ଗୀତା ବଲଓ୍ବନ୍ତ ବିନ୍ଦ, ଧର୍ମବୀର ପ୍ରଜାପତି, ପଲଟୁରାମ, ଛତ୍ରପାଲ୍ ଗଙ୍ଗଓ୍ବାର, ଦିନେଶ ଖଟିକ୍ ଏବଂ ସଞ୍ଜୟ ଗୌଡ ମନ୍ତ୍ରୀପଦର ଶପଥ ନେଇଛନ୍ତି ।

   Related Posts