Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରାଜ୍ୟ ସରକାରଙ୍କ ଘୋଷଣା: ପ୍ରାଇଭେଟ୍ କର୍ମଚାରୀଙ୍କୁ କରୋନା ହେଲେ ମିଳିବ ୨୮ ଦିନ ଛୁଟି ଓ ବେତନ

26/04/2021 at 8:55 PM

ଲକ୍ଷ୍ନୌ ୨୬।୦୪: ଉତ୍ତର ପ୍ରଦେଶରେ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଯୋଗୀ ଆଦିତ୍ୟନାଥ ସରକାର ଆଜି ବଡ ଘୋଷଣା କରିଛନ୍ତି। ସରକାର ଘରୋଇ କମ୍ପାନୀଗୁଡିକର ସମସ୍ତ କର୍ମଚାରୀଙ୍କୁ ୨୮ ଦିନର ବେତନ ଓ ଛୁଟି ଦେବାକୁ ଘୋଷଣା କରିଛନ୍ତି, ଯେଉଁମାନେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବେ। ସରକାର ଏହି ସମ୍ବନ୍ଧରେ ସୋମବାର ଆଦେଶ ଜାରି କରିଛନ୍ତି।

ଉତ୍ତର ପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ସଂପର୍କରେ ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶରେ କୁହାଯାଇଛି ଯେ, ସରକାରଙ୍କ ଦ୍ଵାରା ବନ୍ଦ କରାଯାଇଥିବା ପ୍ରତିଷ୍ଠାନ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ଆଦେଶ ଲାଗୁ ହେବ। ସେମାନଙ୍କୁ ମଧ୍ୟ କରୋନା ଚିହ୍ନଟ ହେଲେ ବେତନ ଓ ଛୁଟି ଦିଆଯିବ। ଏଥିପାଇଁ କର୍ମଚାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡିବ।

ସରକାରଙ୍କ ଆଦେଶରେ କୁହାଯାଇଛି, ଯେଉଁ କର୍ମଚାରୀ କରୋନା ପଜିଟିଭ୍ ସଂକ୍ରମିତ ଏବଂ ଆଇସୋଲେସନରେ ରହିଛନ୍ତି, ସେମାନଙ୍କ ସଂସ୍ଥା ତରଫରୁ ସେମାନଙ୍କୁ ୨୮ ଦିନର ବେତନ ଏବଂ ଛୁଟି ଦିଆଯିବ। ସରକାର ଏଥିପାଇଁ ସର୍ତ୍ତ ମଧ୍ୟ ରଖିଛନ୍ତି। କର୍ମଚାରୀଙ୍କୁ ସୁସ୍ଥ ହେବା ପରେ କରୋନା ନେଗେଟିଭ୍ ରିପୋର୍ଟ ନିଜର ଉଚ୍ଚ ଅଧିକାରୀଙ୍କୁ ଜମା କରିବାକୁ ପଡିବ। ଯାହା ପରେ ସରକାରଙ୍କ ସୁବିଧା କର୍ମଚାରୀଙ୍କୁ ମିଳିବ।

   Related Posts