Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଉତ୍ତର ପ୍ରଦେଶରେ ତିନି ତଲାକ ପୀଡ଼ିତ ମହିଳାଙ୍କୁ ଯୋଗୀ ସରକାର ଦେବେ ମାସକୁ ୬ ହଜାର ଟଙ୍କା

13/10/2020 at 8:55 AM

ଲକ୍ଷ୍ମୌ ୧୩/୧୦: ଉତ୍ତର ପ୍ରଦେଶରେ ତିନି ତଲାକ ପୀଡ଼ିତ ମହିଳାଙ୍କ ସଂଖ୍ୟା  ସାତ ହଜାର। ଏମାନେ ସେହି ମହିଳା ଯେଉଁମା​ନେ ମାମଲା ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି ନଚେତ ସେମାନଙ୍କ ମାମଲା ଫ୍ୟାମିଲି କୋର୍ଟରେ ବିଚରାଧୀନ ଅଛି। ଏହି ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାସକୁ ଛଅ ହଜାର ଟଙ୍କା ଦେବା ଘୋଷଣା କରିଛନ୍ତି। ତେବେ ଏହାକୁ ସେ ଖୁବଶୀଘଝ୍ର କ୍ୟାବିନେଟରେ ପାରିତ କରିବେ।

କେନ୍ଦ୍ର ସରକାର ତିନି ତଲାକ ବିରୋଧରେ ଆଇନ ତିଆରି କରବିା ପରେ ରାଜ୍ୟ ସରକାର ଏମାନଙ୍କ ସହ ସିଧାସଳଖ ଯୋଗାଯୋଗ କଲେ। ୨୦୧୯ ସେ​ପ୍ଟେମ୍ବର ୨୫ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତିନି ତଲାକ ପୀଡ଼ିତ ମହିଳା ଓ ପରିତ୍ୟକ୍ତ ମହିଳାଙ୍କକୁ ମାସକୁ ୫୦୦ ଟଙ୍କା ଆର୍ଥିକ ସହାୟତ ଘୋଷଣା କରିଥିଲେ। ଘୋଷଣା ଅନୁସାରେ ଏହି ସହାୟତା ରାଶି ସେମାନଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଜାରି ରହିବ। ତେବେ ଏହାର ଅନ୍ୟ ଏକ ବିଶେଷତ୍ବ ହେଉଛି ଅନ୍ୟ କଲ୍ୟାଣୀକାରୀ ଯୋଜନା ଭଳି ଏଥିରେ କୌଣସି ବୟସ ସୀମା ନାହିଁ। କେବଳ ତିନି ତଲାକ ପୀଡ଼ିତ ମହିଳା ହିଁ ଏ ପାଇଁ ହେବେ ହକଦାର।

ସରକାରଙ୍କ ନିର୍ଦେଶ ପରେ ବିଭିନ୍ନ ଜିଲ୍ଲାରୁ ତିନି ତଲାକ ପୀଡ଼ିତ ମହିଳାଙ୍କ ସଂଖ୍ୟା ଏକତ୍ର କରାଗଲା। କାରଣ ସଂଖ୍ୟା ଆଧାରରେ ବଜେଟ୍ ପ୍ରସ୍ତୁତ କରାଯିବ। ଏବେ ୭ ହଜାର ତିନି ତଲାକ ପୀଡ଼ିତ ମହିଳା ଅଛନ୍ତି। ମାତ୍ର ଏଥିରେ ଅନ୍ୟାୟ ସହିବା ପରେ ଚୁପ୍ ରହିବା ଓ କୌଣସି ଅଭିଯୋଗ ଦାୟର କରି ନ ଥିବା ମହିଳା ସାମିଲ ନାହାନ୍ତି। ତେବେ ଅଭିଯୋଗ କରି ନ ଥିବା ମହିଳାଙ୍କ ସଂଖ୍ୟା ଖୁବ୍ କମ ଓ ସେମାନଙ୍କୁ ଟ୍ରେସ କରିବା ସହଜ ନୁହେଁ। ଏଣୁ ପ୍ରଥମ ପର୍ଯ୍ୟାୟରେ ଏତଲା ରୁଜୁ କରିଥିବା ନଚେତ କୋର୍ଟରେ କେସ କରିଥିବା ମହିଳାଙ୍କୁ ଏଥିରେ ସାମିଲ କରାଯାଇଛି।

   Related Posts