Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ମାତ୍ର ଏକ ଟଙ୍କାରେ ଘର ଦେବେ ଯୋଗୀ ସରକାର, କର୍ମଚାରୀ ଏବଂ ଓକିଲଙ୍କ ପାଇଁ ଆସୁଛି ନୂତନ ସ୍କିମ

1/12/2021 at 4:52 PM

ଲକ୍ଷ୍ନୌ ୦୧।୧୨: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଯୋଗୀ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ବଡ ସ୍କିମ ଉପରେ କାମ କରୁଛନ୍ତି। ଉତ୍ତର ପ୍ରଦେଶ ସରକାର ଗ୍ରୁପ ସି ଓ ଡିର ଲକ୍ଷାଧିକ କର୍ମଚାରୀ ଏବଂ ଓକିଲଙ୍କୁ ସବସିଡିରେ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରସ୍ତୁତି ଜୋରସୋରର ଚାଲିଛି। ଏହି ଘର କିଣିବା ପାଇଁ କର୍ମଚାରୀଙ୍କୁ ମାତ୍ର ଟଙ୍କାଟିଏ ଦେବାକୁ ପଡିବ। କ୍ରେତାଙ୍କୁ ଏହି ସର୍ତ୍ତରେ ଘର ଦିଆଯିବ ଯେ, ସେମାନେ ଏହାକୁ ୧୦ ବର୍ଷ ପର୍ଯ୍ୟନ୍ତ ବିକ୍ରି କରି ପାରିବେ ନାହିଁ।

ସୂତ୍ର ମୁତାବକ, ଏହାର ଡ୍ରାଫ୍ଟ ଉଚ୍ଚ ଅଧିକାରୀଙ୍କ ବୈଠକରେ ପ୍ରସ୍ତୁତ କରାଯାଇଛି। ଉଚ୍ଚସ୍ତରୀୟ ଅଧିକାରୀଙ୍କଠୁ ମଞ୍ଜୁରୀ ମିଳିବା ପରେ ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ରେ ପାରିତ କରାଯିବ। ଏ ପର୍ଯ୍ୟନ୍ତ ଗ୍ରୁପ ସି ଏବଂ ଡିର କର୍ମଚାରୀଙ୍କୁ ରିହାତିରେ କୌଣସି ଘର ଦେବାର  ବ୍ୟବସ୍ଥା ନଥିଲା।

ଗ୍ରୁପ ସି ଏବଂ ଡିର କର୍ମଚାରୀ ଏବଂ ଏମିତି ଓକିଲ ଅଛନ୍ତି ଯାହାଙ୍କ ଆୟ ଅଧିକ ନାହିଁ। ସେମାନଙ୍କୁ ଘର କିଣିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିପାଇଁ ସେମାନଙ୍କୁ ରିହାତିରେ ଘର ଦେବା ଉପରେ ବିଚାର ବିମର୍ଶ କରାଯାଇ ରାଜ୍ୟ ସରକାର ଡ୍ରାଫ୍ଟ ପ୍ରସ୍ତୁତ କରୁଛନ୍ତି।

ଘର ଯୋଗାଇ ଦେବାର ପ୍ରକ୍ରିୟା କଣ ରହିବ ଏ ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ସହମତି ପ୍ରକାଶ ପାଇଛି। କେଉଁ କର୍ମଚାରୀଙ୍କୁ ଘର ଦିଆଯିବ ଏ ନେଇ ମାନଦଣ୍ଡ ମଧ୍ୟ ପ୍ରସ୍ତୁତ କରାଯିବ। ଯୋଗ୍ୟ କର୍ମଚାରୀଙ୍କୁ ଘର ଦେବା ପାଇଁ ଜଣେ ନୋଡାଲ ଅଧିକାରୀ ରହିବେ।

   Related Posts