Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ରାସ୍ତା କଡ଼ରୁ ସମସ୍ତ ଧାର୍ମିକ ସ୍ଥଳ ଉଚ୍ଛେଦ କରିବେ ଯୋଗୀ ସରକାର, ଜାରି କଲେ ନିର୍ଦ୍ଦେଶ

11/03/2021 at 10:23 PM

ଲକ୍ଷ୍ନୌ ୧୧/୦୩: ସଡ଼କ ଉପରେ ହେଉଥିବା ଜବରଦଖଲକୁ ନେଇ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଉତ୍ତରପ୍ରଦେଶ ସରକାର ଧାର୍ମିକ ସ୍ଥଳ ନାଁରେ ସଡ଼କ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ଜିଲ୍ଲାଧିକାରୀ ୧୪ ମାର୍ଚ୍ଚ ସୁଦ୍ଧା ସରକାରଙ୍କୁ ଜବାବ ତଲବ କରିବେ। ଏଥିରେ କେତେ ଧାର୍ମିକ ସ୍ଥଳ ଉଚ୍ଛେଦ ହୋଇଛି ସେନେଇ ଜଣାଇବେ ଜିଲ୍ଲାପାଳ। ଏହା ପୂର୍ବରୁ ରାସନକୁ ନେଇ ହେଉଥିବା ଘୋଟାଲାକୁ ରୋକିବା ପାଇଁ ରାଜ୍ୟ ସରକାର ଏକକ ବିତରଣ ପ୍ରକ୍ରିୟା ଲାଗୁ କରିବାକୁ ଘୋଷଣା କରିଥିଲେ।

ଏହା ଦ୍ବାରା ଭାରତୀୟ ଖାଦ୍ୟ ନିଗମ ଗୋଦାମରୁ ଶସ୍ୟ ସିଧା ଦୋକାନ ପାଖକୁ ଅଣାଯିବ ଏବଂ ଗାଡ଼ିଗୁଡ଼ିକର ପ୍ରତି ଗତିବିଧି ଉପରେ ସରକାର ନଜର ରଖିବେ। ଏହାକୁ ଲାଗୁ କରାଯିବା ପରେ ଅନେକ ସମସ୍ୟା ଦୂର ହୋଇଯିବ ବୋଲି ମତପ୍ରକାଶ ପାଇଛି।

   Related Posts