Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦଙ୍ଗା ବେଳେ ନଷ୍ଟ ସଂପତ୍ତିର ଭରଣା ପାଇଁ ମହତ୍ଵପୂର୍ଣ୍ଣ ଅଧ୍ୟାଦେଶ ପାରିତ କଲେ ଯୋଗୀ ସରକାର

13/03/2020 at 9:06 PM

ଲକ୍ଷ୍ନୌ ୧୩।୦୩: ଉତ୍ତର ପ୍ରଦେଶରେ ଦଙ୍ଗାକାରୀଙ୍କ ପୋଷ୍ଟର ଲଗାଇବା ନେଇ ବିବାଦ ଘେରରେ ଥିବା ଯୋଗୀ ସରକାର ଉପଦ୍ରବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ମହତ୍ଵପୂର୍ଣ୍ଣ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି।। ଲକ୍ଷ୍ନୌରେ ଉପଦ୍ରବୀଙ୍କ ପୋଷ୍ଟର ଲଗାଇବ ନିଷ୍ପତ୍ତି ଉପରେ ହାଇକୋର୍ଟରୁ ରୋକ୍ ଲାଗିବା ଏବଂ ଏହା ଉପରେ ସୁପ୍ରିମକୋର୍ଟରୁ ସ୍ଥଗିତାଦେଶ ନମିଳିବାରୁ ଯୋଗୀ ସରକାର ଶୁକ୍ରବାର ଉତ୍ତର ପ୍ରଦେଶ ରିକଭରୀ ଅଫ ଡ୍ୟାମେଜ୍ ଟୁପ ପବ୍ଲିକ ଆଣ୍ଡ ପ୍ରାଇଭେଟ୍ ପ୍ରପର୍ଟି ଅଧ୍ୟାଦେଶ-୨୦୨୦କୁ ମଞ୍ଜୁରୀ ଦେଇଛି।

ରାଜ୍ୟର ଅର୍ଥ ମନ୍ତ୍ରୀ ସୁରେଶ କୁମାର ଖନ୍ନା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ  ହୋଇଥିବା ବୈଠକରେ ମନ୍ତ୍ରିମଣ୍ଡଳ ଉତ୍ତର ପ୍ରଦେଶ ରିକଭରୀ ଅଫ ଡ୍ୟାମେଜ୍ ଟୁପ ପବ୍ଲିକ ଆଣ୍ଡ ପ୍ରାଇଭେଟ୍ ପ୍ରପର୍ଟି ଅଧ୍ୟାଦେଶ-୨୦୨୦କୁ ମଞ୍ଜୁରୀ ଦେଇଛି।

ଖନ୍ନା ଅଧ୍ୟାଦେଶ ବିଷୟରେ ବିସ୍ତାରରେ ବିଶେଷ କଛି କହି ନାହାନ୍ତି। ସେ କେବଳ ଏତିକି କହିଛନ୍ତି ଯେ, ନିୟମାବଳୀ ବହୁତ ଶୀଘ୍ର ତିଆରି ହେବ , ଯେଉଁଥିରେ ସବୁ କିଛି ସ୍ପଷ୍ଟ କରାଯିବ। ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌରେ ଲାଗିଥିବା ପୋଷ୍ଟରକୁ ମାର୍ଚ୍ଚ ୧୬ ସୁଦ୍ଧା ହଟାଇବାବାକୁ ଆଦେଶ ଦେଇଥିଲେ। କଣ ଏହା ପୂର୍ବରୁ ଏହି ନିୟମାବଳୀ ପ୍ରସ୍ତୁତ ହୋଇଯିବ ପ୍ରଶ୍ନ ଉପରେ ମନ୍ତ୍ରୀ କହିଛନ୍ତି ଯେ, ୧୬ ସୁଦ୍ଧା ନିୟମାବଳୀ କେମିତି ଆସି ପାରିବ।

ଉଲ୍ଲେଖଯୋଗ୍ୟ, ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ସଂଶୋଧିତ ନାଗରିକ ଆଇନ ବିରୋଧରେ ଗତ ବର୍ଷ ଡିସେମ୍ବର ୧୯ରେ ରାଜଧାନୀରେ ଉଗ୍ର ପ୍ରଦର୍ଶନ ମାମଲାରେ ୫୭ ଆରୋପୀଙ୍କ ପୋଷ୍ଟର ଓ ହୋର୍ଡିଂ ସହରର ପ୍ରମୁଖ ଛକଗୁଡିକରେ ଲଗାଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ପ୍ରମାଣ ଅଭାବରୁ ଜାମିନରେ ମୁକୁଳି ସାରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ନିଜ ଆଡୁ ଏଥିରେ ହସ୍ତକ୍ଷେପ କରି ଏହାକୁ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଭାବନାକୁ କ୍ଷୁର୍ଣ୍ଣ କରୁଥିବା ଦର୍ଶାଇ ମାର୍ଚ୍ଚ ୧୬ ସୁଦ୍ଧା ସମସ୍ତ ହୋର୍ଡିଂ ହଟାଇ ଦେବାକୁ ଆଦେଶ ଦେଇଥିଲେ।

   Related Posts