Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଅପରାଧୀଙ୍କୁ ଯୋଗୀଙ୍କ ଚେତାବନୀ,ମହିଳାଙ୍କ ସମ୍ମାନରେ ଆଞ୍ଚ ଆସିଲେ ‘ଦୁର୍ଯ୍ୟୋଧନ’ ଓ ‘ଦୁଃଶାସନ’ର ପରିଣତି ଭୋଗିବାକୁ ହେବ

22/09/2021 at 2:26 PM

ସମ୍ଭଲ ୨୨।୯:  ରାଜ୍ୟରେ ମା ଓ ଭଉଣୀଙ୍କ ସମ୍ମାନ ପ୍ରତି ଯଦି କେହି ଆଞ୍ଚ ବି ଆଣେ ତାର ପରିସ୍ଥିତି ମହାଭାରତର ଦୁର୍ଯ୍ୟୋଧନ ଓ ଦୁଃଶାସନ ଭଳି ହେବ। ଉତ୍ତରପ୍ରଦେଶ ସମ୍ଭଲ କେଲାଦେବୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ୨୭୫ କୋଟି କୋଟି ଟଙ୍କାର ୬୨ଟି ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ଏହି ଅବସରରେ ବିରୋଧୀ ସମାଜବାଦୀ ପାର୍ଟିକୁ ଯୋଗୀ ମହିଳା , ଶିଶୁ, ଦଳିତ, ଅନଗ୍ରସର ଓ ହିନ୍ଦୁ ବିରୋଧୀ ସାଙ୍ଗକୁ ବିକାଶ ବିରୋଧୀ ବୋଲି କହିଛନ୍ତି।

ଜନସମାବେଶକୁ ସମ୍ବୋଧିତ କରି ସମ୍ଭଲ ଜନପଦର ଐତିହାସିକ ଅତୀତ ରହିଛି, ହେଲେ ଏଠି ବି ତାଲିବାନ ସମର୍ଥକଙ୍କ ସଂଖ୍ୟା ବଢିବାରେ ଲାଗିଲାଣି ବୋଲି ଯୋଗୀ କହିଛନ୍ତି। ଭାରତ ବିରୋଧୀ ତତ୍ୱଙ୍କୁ କେବେବି ବରଦାସ୍ତ କରାଯିବନି ବୋଲି ଯୋଗୀ ସତର୍କ କରିଥିବା ବେଳେ ଆଇନ ପରିସରରେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି। ରାଜ୍ୟରେ ୨୦୧୭ ପୂର୍ବରୁ ଝିଅମାନେ ସ୍କୁଲ କଲେଜ ଯାଇପାରୁନଥିଲେ। ଯଦିଓ ଯାଉଥିଲେ ସେମାନେ ସୁରକ୍ଷିତ ଘରକୁ ଫେରିବେ କି ନା ସେ ନେଇ ପରିବାର ଚିନ୍ତାରେ ରହୁଥିଲେ। ହେଲେ ରାଜ୍ୟରେ ବିଜେପି ସରକାର ଏ ବାବଦେ ଲୋକଙ୍କୁ ନିଶ୍ଚିତ କରିପାରିଛି ବୋଲି କହିଛନ୍ତି।

ଯୋଗୀ ତାଙ୍କ ଭାଷଣରେ କରୋନା କାଳକୁ ମଧ୍ୟ ପ୍ରସଙ୍ଗ କରିଥିଲେ। ଯେତେବେଳେ ବିରୋଧୀ ଘରେ ବସି ଟ୍ୱିଟରରେ ସରକାରଙ୍କ କାର୍ଯ୍ୟର ସମାଲୋଚନା କରୁଥିଲେ ସେତେବେଳେ ସରକାର ଜନତାଙ୍କ ସହ ରହି ଜନତାଙ୍କ ଲାଗି କାମ କରୁଥିଲେ ବୋଲି କହଛନ୍ତି। ତେବେ କିଛି ଦଳ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ତତ୍ୱ ସରକାରଙ୍କୁ ବଦନାମ କରିବା ଲାଗି ଅହରହ ଚେଷ୍ଟାରେ ଲାଗିଥିଲେ। ହେଲେ ସେମାନଙ୍କ ଚେଷ୍ଟା ସଫଳ ହୋଇନି କି ଆଗକୁ ମଧ୍ୟ ସଫଳ ହେବାର ନାହିଁ ବୋଲି ଯୋଗୀ ଚେତାଇ ଦେଇଛନ୍ତି।   

   Related Posts