ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Published By : Prameya-News7 Bureau | June 07, 2019 IST

ନୂଆଦିଲ୍ଲୀ ୭|୬: ଆଜି ଅଯୋଧ୍ୟା ଯିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଯୋଧ୍ୟା ସୋଧ ସଂସ୍ଥାନ ମ୍ୟୁଜିୟମରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିର ପ୍ରାୟ ସାତ ଫୁଟ ହେବ। ସୁଗନ୍ଧିତ ସୀଶମ ଗଛର ଗୋଟିଏ ଡାଳରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଏହାକୁ ୩୫ ଲକ୍ଷ ଟଙ୍କାରେ କର୍ଣ୍ଣାଟକର ଷ୍ଟେଟ ଆର୍ଟସ ଓ କ୍ରାଫ୍ଟ ଏମ୍ପୋରିୟମରୁ କିଣା ଯାଇଛି।

{"id":120506}

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିଟି ମର୍ଯ୍ୟଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ କୋଦାମ୍ବ ରାମ  ଅବତାର। ଶ୍ରୀରାଚନ୍ଦ୍ରଙ୍କ ୫ଟି ଅବତାର ମଧ୍ୟରୁ ଏହା ଗୋଟିଏ ଅବତାର। ଅଯୋଧ୍ୟା ସୋଧ ସଂସ୍ଥାନ ମ୍ୟୁଜିୟମରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ  ଜୀବନ ସମ୍ପର୍କିତ ଅନେକ ସାମଗ୍ରୀ ରଖାଯାଇଛି। ହେଲେ ଏଠାରେ କୋଦାମ୍ବ ରାମଙ୍କ ସମ୍ପର୍କରେ କୌଣସି  ପ୍ରତିମୂର୍ତ୍ତ ନଥିଲା।  ପ୍ରଭୁ ଶ୍ରାରାମଚନ୍ଦ୍ରଙ୍କ ଜୀବନକୁ ପାଞ୍ଚଟି ପର୍ଯ୍ୟାୟ ବିଭକ୍ତ କରାଯାଇଛି। ବାଲ ରାମ,ରାଜା ରାମ, ଦୁଲ୍ଲା ରାମ,ବନବାସୀ ରାମ ଓ କୋଦାମ୍ବ ରାମ। ଏହି ପାଞ୍ଚଟି ପର୍ଯ୍ୟାୟକୁ ଦେଶର ବିଭିନ୍ନ ପ୍ରାନ୍ତରରେ ଶ୍ରଦ୍ଧାଳୁ ପୂଜା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.