Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

“ଆଜମ ଖାନ ଭଳି ଲୋକଙ୍କ ପାଇଁ ତିଆରି ହୋଇଛି ଏଣ୍ଟି ରୋମିଓ ସ୍କ୍ୱାର୍ଡ” : ଯୋଗୀ ଅଦିତ୍ୟନାଥ

ରାମପୁର ୧୫/୪ : ବିଜେପି ପ୍ରାର୍ଥୀ ଜୟା ପ୍ରଦାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ ଖାନ | ଆଜମ ଖାନଙ୍କ ବୟାନକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି | ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜମ ଖାନଙ୍କ ବୟାନକୁ ନେଇ ସମାଲୋଚନା କରିଛନ୍ତି | ସେ କହିଛନ୍ତି ଯେ, ଏମିତି ଲୋକଙ୍କ ପାଇଁ ସରକାର ଏଣ୍ଟି ରୋମିଓ ସ୍କ୍ୱାର୍ଡ ଗଠନ କରିଛନ୍ତି | ଆଜମ ଖାନଙ୍କ ବୟାନ ସମାଜବାଦୀ ପାର୍ଟିର ମାନସିକତା ଦର୍ଶାଉଛି | ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେସ ଯାଦବ କୌଣସି ପ୍ରତିକ୍ରିୟା ନରଖି ଚୁପ ରହିଛନ୍ତି | ଏହା ନିହାତି ଲଜ୍ଜାଜନକ ବୋଲି କହିଛନ୍ତି ଯୋଗୀ |


ଯୋଗୀ ଆଦିତ୍ୟନାଥ ବହୁଜନ ସମାଜବାଦୀ ପାର୍ଟି ନେତା ମାୟାବତୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ, ଜଣେ ମହିଳା ହୋଇ ମଧ୍ୟ ମାୟାବତୀ ଏହି ମାମଲାରେ କିଛି ପ୍ରତିକ୍ରିୟା ନରଖି ଚୁପ ରହିଛନ୍ତି | ଏଥିରୁ ସ୍ପଷ୍ଟ ଦେଖା ଯାଉଛି ଯେ, ଗାଦି ଓ ଶାସନ ପାଇଁ ଲୋକ କେତେ ତଳକୁ ଖସି ଯାଉଛନ୍ତି |

ବିଜେପି ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଆଜମ ଖାନଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି | ସେ ଟ୍ୱିଟ କରି ମୁଲାୟମ ସିଂଙ୍କୁ ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ କହିଛନ୍ତି | ଆଜମ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପାଇଁ ସେ ମୁଲାୟମ ସିଂଙ୍କୁ ଅପିଲ କରିଛନ୍ତି | ସୁଷମା ସ୍ୱରାଜ ଜୟା ବଚ୍ଚନ ଏବଂ ଡିମପାଲଙ୍କୁ ଟ୍ୟାଗ କରି ଅପିଲ କରିଛନ୍ତି | ଆଜମ ଖାନଙ୍କ ଉପରେ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି | ରାମପୁର ମାଜିଷ୍ଟ୍ରେଟ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି |

125 Views

   ସମ୍ବନ୍ଧିତ ଖବର