‘ଲଭ ଜିହାଦ’ର ଅପରାଧୀଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଚେତାବନୀ, କହିଲେ- ନସୁଧୁରିଲେ ରାମ ନାମ ସତ୍ୟର ଯାତ୍ରା ବାହାରିବା ସୁନିଶ୍ଚିତ

Published By : Prameya-News7 Bureau | October 31, 2020 IST

ଜୌନପୁର ୩୧।୧୦: ଉତ୍ତର ପ୍ରଦେଶରେ ‘ଲଭ ଜିହାଦ’ର ବଢୁଥିବା ମାମଲା ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୌନପୁର ରାଲିରେ ଏମିତି ଅପରାଧରେ ସାମିଲ ହେଉଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଲିକୁ ସମ୍ବୋଧିତ କରି କହିଛନ୍ତି, ଏହି ଲୋକେ ରାମ ନାମ ସତ୍ୟର ଯାତ୍ରା ପାଇଁ ପ୍ରସ୍ତୁତ ରୁହନ୍ତୁ। ସେମାନଙ୍କୁ କୌଣସି ବି ସ୍ଥିତିରେ ଛଡା ଯିବ ନାହିଁ।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଗତକାଲି ଆହ୍ଲାବାଦ ହାଇକୋର୍ଟ ଏକ ଆଦେଶ ଦେଇଛନ୍ତି ଯେ, ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ ମାନ୍ୟତା ମିଳିବା ଉଚିତ୍ ନୁହେଁ। ଏହି କାରଣରୁ ସରକାର ମଧ୍ୟ ନିର୍ଣ୍ଣୟ ନେଇଛନ୍ତି ଯେ, ଲଭ ଜିହାଦକୁ କଠୋରତାର ସହ ରୋକିବା ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ଏକ ପ୍ରଭାବଶାଳୀ ଆଇନ୍ ଲାଗୁ କରାଯିବ।

wp:html /wp:html

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଛଦ୍ମ ବେଶରେ ନାମ ଲୁଚାଇ ଯେଉଁ ଲୋକ ଝିଅଙ୍କ ଇଜ୍ଜତ ଏବଂ ସମ୍ମାନ ସହିତ ଖେଳୁଛନ୍ତି, ସେମାନଙ୍କୁ ଚେତାବନୀ ଦେଉଛି ଯେ, ସେମାନଙ୍କର ରାମ-ନାମ ସତ୍ୟର ଯାତ୍ରା ବାହାରିକୁ ଯାଉଛି। ସେଥିଲାଗି ଆମେ ମିଶନ ଶକ୍ତି କାର୍ଯ୍ୟକ୍ରମ ଚଳାଉଛୁ। ମିଶନ ଶକ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଆମେ ସମସ୍ତ ମା-ଭଉଣୀଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦେବୁ। ସେମାନଙ୍କର ସମ୍ମାନର ରକ୍ଷା କରିବୁ। ନ୍ୟାୟାଳୟର ଆଦେଶର ପାଳନ ହେବ ଏବଂ ଝିଅ-ଭଉଣୀଙ୍କ ସମ୍ମାନ ହେବ।

ଉଲ୍ଲେଖନୀୟ ଧର୍ମ ପରିବର୍ତ୍ତନକୁ ନେଇ ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ ବୈଧ୍ୟ ନୁହେଁ। ଅଦାଲତ ବୀପରିତ ଧର୍ମର ବିବାହିତ ଯୋଡିଙ୍କ ଆବେଦନ ଖାରଜ କରିଥିଲେ। କୋର୍ଟ କହିଛନ୍ତି ଜଣେ ମୁସଲିମ ତ ଅନ୍ୟ ଜଣେ ହିନ୍ଦୁ। ଯୁବତୀ ୨୦୨୦ ଜୁନ ୨୯ରେ ହିନ୍ଦୁ ଧର୍ମ ସ୍ଵୀକାର କରିଥିଲେ ଏବଂ ଗୋଟିଏ ମାସ ପରେ ଜୁଲାଇ ୩୧ରେ ବିବାହ କରିଥିଲେ। କୋର୍ଟ କହିଛନ୍ତି ମାମଲା ସ୍ପଷ୍ଟ ଯେ, ବିବାହ ପାଇଁ ଧର୍ମ ପରିବର୍ତ୍ତନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.