ଭୁବନେଶ୍ବରରୁ ବ୍ରହ୍ମପୁର ହେଲିକେପ୍ଟରରେ ଯିବାକୁ ଅନୁମତି ଦେଲେନି ବିମାନ ବନ୍ଦର କର୍ତ୍ତୃପକ୍ଷ, ଯୋଗୀ ଆଦିତ୍ୟନାଥ ଯୋଗ ଦେଇପାରିଲେନି ବ୍ରହ୍ମପୁର ସଂକଳ୍ପ ସମାବେଶରେ
6/04/2019 at 6:10 PM

ଭୁବନେଶ୍ବର୬|୪: ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇପାରିନଆହଁନ୍ତି । ସମାବେଶରେ ଯୋଗ ଦେବା ପାଇଁ ଯୋଗୀ ଉତ୍ତର ପ୍ରଦେଶରୁ ବିମାନଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ହେଲେ ଭୁବନେଶ୍ବରରୁ ବ୍ରହ୍ମପୁର ଯିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଯୋଗୀଙ୍କୁ ଅନୁମତି ଦେଇ ନାହାଁନ୍ତି ।

ଫଳରେ ବାଧ୍ୟ ହୋଇ ଯୋଗୀ ଆଦିତ୍ୟନାଥ ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ସମବେତ ଜନତାଙ୍କୁ ଫୋନଯୋଗେ ସମ୍ବୋଧିତ କରିଛନ୍ତି । ଖବରନେବାରେ ଜଣାପଡିଛି ଯେ, ବିଳମ୍ବରେ ଯୋଗୀ ପହଂଚିବା ସହ ବ୍ରହ୍ମପୁରରୁ ଫେରିବାରେ ଅସୁବିଧା ହେବ ବୋଲି ହେଲିକେପ୍ଟର ଉଡାଣକୁ ବୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଅନୁମତି ଦେଇନଥିଲେ ।

ସୂଚନାଯୋଗ୍ୟଯେ, ବ୍ରହ୍ମପୁର ଆମ୍ବପୁଆଠାରେ ଆଜି ବିଜେପିର ସଂକଳ୍ପ ସମାବେଶ ହୋଇଥିଲା । ଦିନ ୩.୧୫ ମିନିଟରେ ଯୋଗୀ ଏହି ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ହେଲିକେପଟ୍ରକୁ ଉଡାଣ ପାଇଁ ଅନୁମତି ନମିଳିବାରୁ ସେ ସମାବେଶରେ ଯୋଗ ଦେଇପାରିନଥିଲେ । ତେବେ ଫୋନରେ ଯୋଗୀ ରାଜ୍ୟସରକାରଙ୍କୁ ତୀବ୍ର ସମାଲୋଚନା କରି ସମବେତ ଲୋକଙ୍କୁ ଉଦବୋଧନ ଦେଇଥିଲେ । ବ୍ରହ୍ମପୁର ଲୋକସଭା ଆସନର ଦଳୀୟ ପ୍ରାର୍ଥୀ ଓ ୭ଟିଯାକ ବିଧାନସଭା ଆସନର ପ୍ରାର୍ତୀଙ୍କୁ ବିପୁଳଭୋଟରେ ବିଜୟୀ କରିବା ପାଇଁ ଯୋଗୀ ନିବେଦନ କରିଥିଲେ ।