Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଯୋଗୀଙ୍କ କ୍ୟାବିନେଟରେ ସାମିଲ ହେବେ ୬ ନୂଆ ମନ୍ତ୍ରୀ ! ଆରମ୍ଭ ହେଲା କସରତ

5/12/2020 at 5:55 PM

ନୂଆଦିଲ୍ଲୀ ୦୫/୧୨ : ଉତ୍ତର ପ୍ରଦେଶ ବିଜେପି ପ୍ରଭାରୀ ରାଧାମୋହନ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଯାଉଛି । ଏହି ବୈଠକରେ ବିଧାନ ପରିଷଦ ନିର୍ବାଚନ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି । ତେବେ ଏହି ବୈଠକର ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ବିସ୍ତାର ହେବା ନେଇ ମଧ୍ୟ ଚର୍ଚ୍ଚା ​‌ହେବ ।

ଯୋଗୀଙ୍କ କ୍ୟାବିନେଟରେ ୬ ନୂଆ ମନ୍ତ୍ରୀ ଶପଥ ନେଇ ପାରନ୍ତି । ରାଧାମୋହନ ସିଂହଙ୍କ ସହିତ ଏହି ବୈଠକରେ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହ, ସଂଗଠନ ମନ୍ତ୍ରୀ ସୁନୀଲ ବଂଶଲଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ । ଯୋଗୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଚେତନ୍ ଚୌହାନ ଏବଂ କମଲା ରାଣୀଙ୍କର କିଛି ଦିନ ତଳେ ଦେହାନ୍ତ ହୋଇଛି । ଯେଉଁଥିପାଇଁ କି କ୍ୟାବିନେଟରେ ଦୁଇଟି ମନ୍ତ୍ରୀ ପଦ ଖାଲି ରହିଛି । ତେବେ ନୂଆ ଚେହେରାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ନେଇ ଚର୍ଚ୍ଚା ଯୋର ଧରିଛି । ଏହାରି ମଧ୍ୟରେ ଶୁଣିବାକୁ ମିଳୁଛି ଯେ, ଯୋଗୀ ସରକାରଙ୍କର କ୍ୟାବିନେଟ ବିସ୍ତାର ପାଇଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ।  

ଉତ୍ତର ପ୍ରଦେଶ ପ୍ରଭାରୀ ରାଧାମୋହନ ସିଂହ ଏବେ ମିଶନ ୨୦୨୨ ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ତେବେ ଯଦି ଏବେ ଯୋଗୀ ସରକାରଙ୍କ ମନ୍ତ୍ରୀ ମଣ୍ଡଳ ବିସ୍ତାର ହୁଏ ତେବେ ଏହା ଆଗାମୀ ନିର୍ବାଚନ ପୂର୍ବରୁ ଶେଷ ବିସ୍ତାର ହେବ । ଏବେ ବିଜେପିର ଫୋକସ୍ ଆସନ୍ତା ବିଧାନସଭା ଉପ-ନିର୍ବାଚନ,ଏମଏଲସି ନିର୍ବାଚନ ଏବଂ ତା ସହିତ ପଞ୍ଚାୟତ ନିର୍ବାଚନ ଉପରେ ରହିଛି ।   

   Related Posts