ଲକଡାଉନରେ ବଢ଼ିଲା ଯୋଗର ଗୁରୁତ୍ବ : ଦୂର ହେବ ଏହି ୫ଟି ରୋଗ

Published By : Prameya-News7 Bureau | June 20, 2020 IST

ଆନ୍ତର୍ଜାତୀୟ ଯୋଗ ଦିବସ ପ୍ରତି ବର୍ଷ ଜୁନ୍ ୨୧ତାରିଖରେ ପାଳନ କରାଯାଇଥାଏ। ଯୋଗ କେବଳ ଆପଣଙ୍କ ଶରୀରକୁ ଶକ୍ତିଶାଳୀ କରିନଥାଏ ବରଂ ଏହା ଦ୍ବାରା ବିଭିନ୍ନ ପ୍ରକାରର ରୋଗ ଦୂର ହୋଇଥାଏ। କରୋନା ଭାଇରସ୍ ଭଳି ଭୟଙ୍କର ମହାମାରୀ ଏବଂ ଏହା କାରଣରୁ ହୋଇଥିବା ଲକଡାଉନ୍ ଯୋଗୁଁ ଯୋଗର ଗୁରୁତ୍ବ ଆହୁରି ଅଧିକ ବଢ଼ି ଯାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଲକଡାଉନରେ ଅଧିକାଂଶ ଲୋକଙ୍କ ଫିଜିକାଲ୍ ଓ୍ବାର୍କଆଉଟ୍ ଜିରୋ ହୋଇ ସାରିଛି। ଏହି ସ୍ଥିତିରେ ଯୋଗ କରିବା ଦ୍ବାରା ଆପଣଙ୍କୁ ଏହାର ଅଧିକ ଫାଇଦା ମିଳିବ।

{"id":288785,"sizeSlug":"large"}

୧. ମେଦବହୁଳତା : ଯୋଗ କରିବା ଦ୍ବାରା ମେଦବହୁଳତା ସହ ଜଡ଼ିତ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଯଦି ଆପଣ ନିୟମିତ ଭାବେ ଯୋଗ କରିବେ ତେବେ ଆପଣଙ୍କ ଓଜନ ନିଶ୍ଚିତ କମିଯିବ। ଏହି ସମୟରେ ଆପଣଙ୍କୁ ନିଜ ଡାୟେଟକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ମେଦବହୁଳତା ଯୋଗୁଁ ମନୁଷ୍ୟକୁ ଅନ୍ୟ ରୋଗର ମଧ୍ୟ ଭୟ ରହିଥାଏ।

{"id":288786,"width":589,"height":308,"sizeSlug":"large"}

୨. ଡାଏବେଟିସ୍ : କୁହାଯାଇଥାଏ ଯେ ଡାଇବେଟିସ୍ ଏକ ଏପରି ରୋଗ,ଯାହାର କୌଣସି ଚିକିତ୍ସା ନାହିଁ। ବାସ୍ତବରେ ଆପଣ ଇନସୁଲିନ ପ୍ରତିରୋଧକର ଚିକିତ୍ସା କରି ପାରିବେ ନାହିଁ। କିନ୍ତୁ ନିଜ ବ୍ଲଡ ସୁଗରକୁ କଣ୍ଟୋଲ୍ କରିପାରିବେ। ଯୋଗ ସାହାଯ୍ୟରେ ଶରୀରର ବ୍ଲଡ ସୁଗର ସହଜରେ କଣ୍ଟୋଲ୍ କରାଯାଇପାରିବ।

{"id":288787,"sizeSlug":"large"}

୩. ଶ୍ବାସ ରୋଗ : ଶ୍ବାସ ରୋଗୀଙ୍କ ପାଇଁ ଯୋଗ ଅତ୍ୟନ୍ତ ଲାଭଦାୟକ। ଯୋଗ କରିବା ଦ୍ବାରା ଆପଣଙ୍କୁ ଶ୍ବାସ ଜନିତ ସମସ୍ୟାରୁ ମୁକ୍ତି ମିଳିବ ନାହିଁ ବରଂ ଆପଣଙ୍କୁ ଇହ୍ଲେଲର ନେବାର ଆବଶ୍ୟକତା ପଡ଼ିବ ନାହିଁ। ଯୋଗ ଦ୍ବାରା ଫୁସଫୁସରେ ତାଜା ପବନ ପହଞ୍ଚିଥାଏ ଏବଂ ଶ୍ବାସ ଜନିତ ସମସ୍ୟା ଦୂର ହୋଇଯାଇଥାଏ। କରୋନା ସଙ୍କଟରେ ଫୁସଫୁସର ସୁରକ୍ଷା କରିବା ଏକ ଚ୍ୟାଲେଞ୍ଜ ହୋଇଗଲାଣି। ଏପରି ପରିସ୍ଥିତିରେ ଯୋଗ ଆପଣଙ୍କୁ ରେସପିରେଟରି ଡିସିଜରୁ ମୁକ୍ତି ଦେଇଥାଏ।

{"id":288788,"sizeSlug":"large"}

୪. ହାଇପର ଟେନସନ : ଉଚ୍ଚ ରକ୍ତଚାପରୁ ଅନେକ ରୋଗର ଆରମ୍ଭ ହୋଇଥାଏ। ହାଇପରଟେନସନ ରୋଗକୁ ଦୂର କରିବାରେ ଯୋଗ ଅତ୍ୟନ୍ତ ସହାୟକ। ଯୋଗ ଏବଂ ଧ୍ୟାନ ସହାୟତାରେ ହାଇପରଟେନସନକୁ ଦୂର କରାଯାଇପାରିବ।

{"id":288789,"width":586,"height":328,"sizeSlug":"large"}

୫. ମୁଣ୍ଡବ୍ୟଥା : କିଛି ବର୍ଷ ପରେ ଅଧିକାଂଶ ଲୋକଙ୍କ ମୁଣ୍ଡବ୍ୟଥା ସମସ୍ୟା ହୋଇଥାଏ। ମାଇଗ୍ରେନର ମୁଖ୍ୟ କାରଣ ମସ୍ତିଷ୍କ ଯାଏଁ ରକ୍ତ ପର୍ଯ୍ୟାପ୍ତ ମାତ୍ରାରେ ସଞ୍ଚାରଣ ନ ହେବା। ମାଇଗ୍ରେନରେ ଶୀର୍ଷାସନ ଏବଂ ହେଡଷ୍ଟାଣ୍ଡ କଲେ ଲାଭ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.