Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

୧୯ ବର୍ଷୀୟ ପ୍ରେମିକ ପାଇଁ ବ୍ରିଟେନ୍‌ ଛାଡ଼ି ଆମାଜନ୍‌ ଜଙ୍ଗଲରେ ରହିଲେ ୩୩ ବର୍ଷୀୟା ଯୋଗ ଟ୍ରେନର, ଫିଲ୍ମ କାହାଣୀଠୁ କିଛି କମ୍‌ ନୁହେଁ ଏହି ‘ଲଭ୍‌ ଷ୍ଟୋରୀ’

27/01/2021 at 10:19 PM

ଲଣ୍ଡନ ୨୭/୦୧: ପ୍ରେମ ପାଇଁ କିଛି ବି କରିପାରେ। ଏହାକୁ ସତ କରି ଦେଖାଇଛନ୍ତି ଇଂଲଣ୍ଡର ଜରେ ଯୋଗ ଶିକ୍ଷୟିତ୍ରୀ। ନିଜ ପ୍ରେମକୁ ପାଇବା ପାଇଁ ବ୍ରିଟେନ୍‌ ଛାଡ଼ି ଆମାଜନ୍‌ ଜଙ୍ଗଲରେ ପହଞ୍ଚିଥିଲେ । ଉଲ୍ଲଗ୍ନ ଯୋଗ ଶିକ୍ଷକ ଭାବେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଥିବା କରୋଲିନ୍‌ ନାଇଟ୍‌ ନିଜର ୧୯ ବର୍ଷୀୟ ପ୍ରେମିକ ପାଇଁ ସବୁ କିଛି ଛାଡ଼ି ଜଙ୍ଗଲରେ ରହୁଛନ୍ତି । ଏମିତି କରିବାକୁ ତାଙ୍କ କଣ କଣ କରିବାକୁ ପଡ଼ିଛି ସେନେଇ ନିଜେ କରୋଲିନ ଖୁଲାସା କରିଛନ୍ତି।

କରୋଲିନଙ୍କ ବୟସ ୩୩ ବର୍ଷ ହୋଇଥିବା ବେଳେ ​‌ସେ ଜନବସିତି ଅଞ୍ଚଳରୁ ୭୦ ମାଇଲ୍‌ ଦୁରରେ ଘନ ଆମାଜନ୍‌ ଜଙ୍ଗଲରେ ରହୁଛନ୍ତି। ତାଙ୍କ ପ୍ରେମିକ ୧୯ ବର୍ଷୀୟ ପେରୁର ଜଣେ କୋକା ଚାଷୀ ରୋମ ରୋଲିଭ ଅମନ ରୋକ୍‌। ପ୍ରକୃତରେ କାରୋଳିନ ଲଣ୍ଡନରେ ଜଣେ ପ୍ରସିଦ୍ଧ ଯୋଗ ଶିକ୍ଷୟିତ୍ରୀ। ଜଣେ ବନ୍ଧୁଙ୍କ ପାଖରୁ ନିମନ୍ତ୍ରଣ ପାଇବା ପରେ କାରୋଲିନ ମାର୍ଚ୍ଚ ୨୦୨୦ରେ ଦକ୍ଷିଣ ଆମେରିକା ଯାତ୍ରା କରିଥିଲେ। ସେଠରେ ତାଙ୍କୁ ୧୦ ଦିନ ଯୋଗ କ୍ଳାସ କରିବାର ଥିଲା।

ଦକ୍ଷିଣ ଆମେରିକା ଯାଇଥିବା ବେଳେ କାରୋଲିନ୍‌ ତାଙ୍କ ପ୍ରେମକୁ ପାଇଥିଲେ। ରୋମ ରୋଲିଭଙ୍କ ସମ୍ପର୍କରେ କାରୋଲିନ୍‌ କହିଛନ୍ତି, ‘ମୁଁ ଦେଖିଲି ରୋମ ରୋଲିଭ ପଶୁମାନଙ୍କ ଯତ୍ନ ନେଉଥିଲେ। ସନ୍ଧ୍ୟା ସମୟରେ ଆମେ ଗ୍ରୁପ୍‌ରେ କଥା ହେଉଥିବା ବେଳେ ସେ ଶେଷରେ ପହଞ୍ଚୁଥିଲେ। ସେ ଳାଜକୁଳା ପ୍ରକୃତିରେ ଥିଲେ। ସବୁ ବେଳେ ତଳକୁ ମୁଁହ ପୋତି ରହୁଥିଲେ। ସେ ଆମ ସହିତ ସମ୍ପର୍କ ବଢ଼ାଇବା ଚାହୁଁଥିବା ବେଳେ ତାଙ୍କୁ ଲାଜ ଲାଗୁଥିବା ମୁଁ ଜାଣିବାକୁ ପାଇଥିଲି। କିନ୍ତୁ ମୁଁ ଯେତେବେଳେ ରୋମ ରୋଲିଭଙ୍କ ସହ କଥା ହେଲି ଜାଣି ସେ ଜଣେ ବହୁତ ଭଲ ମଣିଷ। ଠିକ ସେହି ସମୟରେ ପେରୁରେ ଲକ୍‌ଡାଉନ ଘୋଷଣା ହୋଇଥିଲା।’

ଏହା ସହ ସେ ଆହୁରି କହିଛନ୍ତି, ‘ମୁଁ ସେହି ଜଙ୍ଗଲରେ ରହିବାକୁ ନିଷ୍ପତ୍ତି କଲି। ମୋତେ ୧୦ ପାଉଣ୍ଡ ପ୍ରତି ରାତିକୁ ଏକ ଘର ମିଳିଥିଲା। କ୍ବାରେଣ୍ଟାଇନ୍‌ ଅବଧି ସରିବା ପର୍ଯ୍ୟନ୍ତ ଅପେକ୍ଷା କଲି। ମୁଁ ଗୋଟିଏ କୁଡ଼ିଆରେ ରହିଥିଲି। ଅନ୍ୟମାନେ ଲଣ୍ଡନ ପାଇଁ ଟିକେଟ୍‌ ବୁକ୍‌ କରିଥିଲେ। କିନ୍ତୁ ମୁଁ ଜାଣିପାରିନଥିଲି। ତେଣୁ ମୁଁ ଏକା ଫେରିବାକୁ ନିଷ୍ପତ୍ତି କଲି। ରୋମ ରୋଲିଭ ୩ ସପ୍ତାହ ପାଇଁ ଜଙ୍ଗଲ ଭିତରକୁ କାର୍ଯ୍ୟ କରିବାକୁ ଫେରିଯାଇଥିଲେ। ମୁଁ ଲକ୍‌ଡାଉନ୍‌ ଉଠିବା ପାଇଁ ଅପେକ୍ଷା କଲି। କିନ୍ତୁ ଲକ୍ଷ ଥିଲା ରୋମ ରୋଲିଭ କେବେ ଫେରିବେ। ୧୦ ଦିନ ପରେ ରୋମ ରୋଲିଭଙ୍କ ମେସେଜ୍‌ ଆସିଥିଲା। ପରେ କଥା ଚାଲିଲା। ଏମିତି କିଛି ବର୍ଷ ଗଲା ପରେ ସେ କହିଥିଲେ ମୋତେ​‌ କିଛି କହିବାର ମୁଁ ତୁମକୁ ଭଲ ପାଉଛି। ମୁଁ କିଛି ଦିନ ତାଙ୍କ ସହ ମିଶିଥିଲି କିନ୍ତୁ ମୋତେ ବି ସମାନ ଅନୁଭବ ହୋଇଥିଲା।’

ଏବେ ବି କାରୋଲିନ ରୋମ ରୋଲିଭଙ୍କ ସହ ଅଛନ୍ତି। ଏବେ ପୁଣି ଥରେ ଲଣ୍ଡନ ଫେରିବାକୁ ତାଙ୍କର ଇଚ୍ଛା ନଥିବା କହିଛନ୍ତି। ଜଙ୍ଗଲ ମଧ୍ୟରେ ରୋମ ରୋଲିଭଙ୍କ ସହ ରହିବା ଅତ୍ୟନ୍ତ ଖୁସି ଦାୟକ ବୋଲି କାରୋଲିନ କହିଛନ୍ତି।

   Related Posts