Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ପୁଣି ଓଲଟା ପାଲଟା ମନ୍ତବ୍ୟ ଦେଲେ ଓଲି, କହିଲେ- ଯୋଗର ଉତ୍ପତ୍ତି ସ୍ଥଳ ଭାରତ ନୁହେଁ ନେପାଳ

21/06/2021 at 6:36 PM

ନୂଆଦିଲ୍ଲୀ  ୨୧/୬: ସବୁବେଳେ ବିବାଦରେ ରହିବାକୁ ଭଲ ପାଉଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ଏବେ ପୁଣି ଚର୍ଚ୍ଚାରେ। ଅଯୋଧ୍ୟା ଏବଂ ପ୍ରଭୁ ଶ୍ରୀରାମ ନିଜ ଦେଶର ବୋଲି ଦାବି କରିଥିବା ଓଲି ଏବେ ଯୋଗର ଉତ୍ପତ୍ତି ସ୍ଥଳ ଭାରତ ନୁହେଁ ନେପାଳ ବୋଲି କହିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସର​‌ରେ ନିଜର ଭାଷଣରେ ଓଲି କହିଛନ୍ତି, ‘ଏକ ଦେଶ ଭାବେ ଭାରତ ଅସ୍ତିତ୍ବକୁ ଆସିବାର ବହୁ ପୂର୍ବରୁ ନେପାଳରେ ଯୋଗାଭ୍ୟାସ ହେଉଥିଲା ଏବଂ ହୋଇଆସୁଅଛି।’

ନେପାଳ ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗର ଆରମ୍ଭ ଭାରତରେ ହୋଇନାହିଁ। ଯେବେ ଯୋଗର ଆରମ୍ଭ ହୋଇଥିଲା ସେତେବେଳେ ଭାରତ ଗଠନ ହୋଇନଥିଲା। ଭାରତ ଭଳି ଅନେକ ଦେଶ ନଥିଲା। ନେପାଳରେ ଯୋଗ ଆରମ୍ଭ ହେବା ସମୟରେ ବହୁ ସୀମାନ୍ତ ରାଜ୍ୟ ଥିଲା। ଯୋଗର ଉତ୍ପତ୍ତି ନେପାଳ କିମ୍ବା ଉତ୍ତରାଖଣ୍ଡ ପାଖାପଖି ଅଞ୍ଚଳରେ ହୋଇଥିବା ସେ କହିଛନ୍ତି।

ଏହା ବ୍ୟତୀତ ଯୋଗର ସନ୍ଧାନ କରିଥିବା ଋଷିଙ୍କୁ ଆ​‌ମେ ଶ୍ରେୟ ଦେଉନାହୁଁ। ଆମେ ଆମର ଦାବି ସଠିକ ଭାବେ ରଖିପାରିଲେ ନାହିଁ। ବିଶ୍ବକୁ ଜଣାଇବାରେ ଅସମର୍ଥ ହେଲେ । ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ବର୍ଷର ବଡ଼ ଦିନକୁ  ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇ ପ୍ରସିଦ୍ଧି ଦେଇଛନ୍ତି। ଏହା ପରେ ଯୋଗକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ମିଳିଛି ବୋଲି ଓଲି କହିଛନ୍ତି ।

ଏହା ପୂର୍ବରୁ କେପି ଓଲି ଭଗବାନ ରାମଙ୍କ ଜନ୍ମ ନେପାଳର ଚିତବନ ଜିଲ୍ଲାରେ ଅଯୋଧ୍ୟାପୁରୀ ଭାବେ ଜଣାଶୁଣା ମାଡୀ କ୍ଷେତ୍ରରେ ହୋଇଥିଲା ବୋଲି ଦାବି କରିବା ସହ ଭାରତରେ ଅଯୋଧ୍ୟା ନାହିଁ ବୋଲି କହିଥିଲେ। ଏହା ସହ ରାମ, ସୀତା, ଲକ୍ଷ୍ମଣ ଏବଂ ଅନ୍ୟମାନଙ୍କ ବିଶାଳ ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ମଧ୍ୟ ଦେଇଥିଲେ। ବାଲ୍ମିକୀ ଆଶ୍ରମ ଅଯୋଧ୍ୟାପୁରୀରେ ଥିଲା। ମା ସୀତାଙ୍କ ମୃତ୍ୟୁ ଦେବଘାଟରେ ହୋଇଥିବା ନେଇ ଦାବି କରି ଅଯୋଧ୍ୟାପୁରୀ ଏବଂ ବାଲ୍ମିକୀଙ୍କ ଆଶ୍ରମ ପାଖାପାଖି ଥିବା ନେଇ ଅଜବ ଯୁକ୍ତି ବାଢ଼ିଥିଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି।

   Related Posts