କରୋନା କର୍ଫ୍ୟୁ ଉଲ୍ଲଂଘନକାରୀଙ୍କୁ ଏଠାରେ ଦିଆଯାଉଛି ଏପରି ଦୃଷ୍ଟାନ୍ତ ମୂଳକ ଦଣ୍ଡ, ଘରୁ ପଦାକୁ ବାହାରୁ ନାହାନ୍ତି ଲୋକେ

Published By : Prameya-News7 Bureau | May 09, 2021 IST

ଭୋପାଲ ୯।୫:  କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ସାରା ଦେଶ ଏବ ଅସ୍ତବ୍ୟସ୍ତ। ତେବେ କରୋନା ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ନୂଆ ନୂଆ କଟକଣା ଲାଗୁ କରୁଥିଲେ ଏଥିପାଇଁ  ଚାଲେଞ୍ଜ ପାଲଟିଛନ୍ତି ଅମାନିଆ। କର୍ଫ୍ୟୁରେ ବିନା କାମରେ ବାହାରେ ବୁଲିବା ଓ ମାସ୍କ ନ ପିନ୍ଧିବା ଯୋଗୁ ଲୋକଙ୍କୁ ସାନିଟାଇଜ୍‌ ବେତ ମାଡରୁ ଆରମ୍ଭ କରି ଆର୍ଥିକ ଦଣ୍ଡ ମଧ୍ୟ  ଦିଆଯାଉଛି। ତେବେ ସବୁ ବ୍ୟର୍ଥ ହେବା ପରେ ମଧ୍ୟପ୍ରଦେଶର ରାୟସନ ସମେତ କେତେକ ଜିଲ୍ଲାରେ ଏପରି ଉଲ୍ଲଂଘନକାରୀଙ୍କ ଲାଗି ଏବେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଉଛି। ଯାହା ଏବେ କୋକୁଆ ଭୟସୃଷ୍ଟି କରିଛି।

{"id":450458,"sizeSlug":"large","linkDestination":"none"}

ଦେଶର କରୋନା ପ୍ରକୋପ କରୁଥିବା ରାଜ୍ୟଙ୍କ ଭିତରେ ମଧ୍ୟପ୍ରଦେଶ ବି ଅଛି। ଏଠାରେ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ହାର ମଧ୍ୟ ବଢିବଢି ଚାଲିଛି। ପ୍ରଶାସନର ଯାବତୀୟ କଟକଣା ବିଫଳ ହେବା ପରେ ଏବେ କର୍ଫ୍ୟୁ ଉଲ୍ଲଂଘନକାରୀଙ୍କ ଲାଗି ନୂଆ ବ୍ୟବସ୍ଥା ହୋଇଛି। ଏମାନଙ୍କୁ ମାଡ ମରାଯାଉନି କି ଆର୍ଥିକ ଜରିମନା ଆଦାୟ ହେଉନି। ପୋଲିସ ଧରିବା ପରେ ସିଧା ମୁକ୍ତାକାଶ ଜେଲକୁ କିଛି ସମୟ ଲାଗି ପଠାଇ ଦେଉଛି।

{"id":450459,"sizeSlug":"large","linkDestination":"none"}

ମୁକ୍ତାକାଶ ଜେଲରେ ଅମାନିଆଙ୍କୁ କରୋନା ଲାଗି ଦେହରେ ଇମ୍ୟୁନିଟି ସୃଷ୍ଟି ପାଇଁ ଯୋଗ ଶିକ୍ଷା ଦିଆଯାଉଛି। ଦୁଇଘଣ୍ଟା ଯୋଗ ଓ ପ୍ରାଣାୟାମ ପ୍ରଶିକ୍ଷଣ ପରେ ଘରେ ଏପରି ଅଭ୍ୟାସ କରିବାକୁ ଓ ଅନ୍ୟମାନଙ୍କୁ ଶିଖାଇବାକୁ ପରାମର୍ଶ ଦେଇ ଛାଡି ଦିଆଯାଉଛି। ଯୋଜନା ଏବେ ସୁଫଳ ହେଉଥିବା ବେଳେ ଖରାରେ ଯୋଗ ଶିଖିବା ଭୟରେ  ଲୋକେ ଆଉ ରାସ୍ତାକୁ ବାହାରୁ ନାହାନ୍ତି। ରାଜ୍ୟର ରାୟସନରେ ଉଦ୍ୟମ ସଫଳ ହେବା ପରେ ଏବେ ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏହି ପନ୍ଥା ଅବଲମ୍ବନ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.