ବିମାନରେ ବସି ଯୋଗ କରୁଥିବା ବ୍ୟକ୍ତିଙ୍କୁ ଚେନ୍ନାଇ-କଲୋମ୍ବୋ ବିମାନରୁ ଓହ୍ଲାଇ ଦିଆଗଲା

Published By : Prameya-News7 Bureau | November 06, 2019 IST

ଚେନ୍ନାଇ ୦୬।୧୧ - ଏକ ବିମାନରେ ଯାତ୍ରା ବେଳେ ଯୋଗ କରୁଥିବା ଜଣେ ବ୍ୟକ୍ତିଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ସେହି ବ୍ୟକ୍ତି ଜଣଙ୍କ ଚେନ୍ନାଇ- କଲୋମ୍ବୋ ବିମାନରେ ଯାତ୍ରା କରୁଥିଲେ । ତାଙ୍କର ମାନସିକ ସ୍ଥିତି ଠିକ୍‌ ନଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ।

ଯୋଗ କରିବାରୁ ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ହୋଇଥିଲା। ଏହା ସେ ବିଭିନ୍ନ ପ୍ରକାରର ବ୍ୟାୟାମ କରିଥିଲେ । ବିମାନ ବନ୍ଦରରେ ସୁରକ୍ଷାକର୍ମୀ ଓ ସିଆଇଏସ୍‌ଏଫ୍‌ର ଯବାନଙ୍କ ସହାୟତାରେ ତାଙ୍କୁ ଓହ୍ଲାଇ ଦିଆଯାଇଥିଲା। ଟିକେଟ୍‌ର ସମସ୍ତ ଟଙ୍କା ତାଙ୍କୁ ଫେରାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.