Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବାବା ରାମଦେବ ହାତୀ ଉପରେ ବସି କରୁଥିଲେ ଯୋଗ, ହାତୀ ହଲିବାରୁ ପଡ଼ିଗଲେ ତଳେ

13/10/2020 at 2:50 PM

ନୂଆଦିଲ୍ଲୀ ୧୩/୧୦: ଯୋଗ ଗୁରୁ ବାବା ରାମଦେବ ହାତୀ ଉପରେ ବସି ଯୋଗ ଅଭ୍ୟାସ କରିବା ​‌ବେଳେ ତଳେ ପଡ଼ି ଯାଇଛନ୍ତି। ଅବଶ୍ୟ ତାଙ୍କୁ କିଛି ଆଘାତ ଲାଗି ନାହିଁ। ଏହାର ଏକ ଭିଡ଼ିଓ କିନ୍ତୁ ଏବେ ଭାଇରାଲ ହେଉଛି। ସୋମବାର ମଥୁରାର ରମଣରେତୀ ଆଶ୍ରମରେ ବାବା ସନ୍ଥମାନଙ୍କୁ ଯୋଗ ଶିଖାଇବା ବେଳେ ଏମିତି ଏକ ଅଘଟଣ ଘଟିଛି।

ସେ ଗତକାଲି ଶରଣାନନନ୍ଦ ମହାରାଜଙ୍କ ଆଶ୍ରମ​‌ରେ ସନ୍ଥଙ୍କୁ ଯୋଗ ଶିଖାଉ ଥିଲେ। ମଞ୍ଚ ଉପରେ ଗୁରୁ ଶରଣାନନ୍ଦ ମହାରାଜ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ବାବା ରାମଦେବ ହାତୀ ଉପରେ ଯୋଗ ଆସନ କରିଥିଲେ। ଆଜି ଏହାର ୨୨ ସେକେଣ୍ଡର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ତେବେ ହାତୀ ଉପରେ ବାବା ବସି ଯୋଗ କରୁଥିଲେ। ଅଚାନକ ହାତୀ ହଲିଯିବାରୁ ବାବା ସନ୍ତୁଳନ ରକ୍ଷା କରି ନ ପାରି ପଡ଼ିଯାଇଛନ୍ତି।

ସୂଚନା ଯୋଗ୍ୟ ଯୋଗାଭ୍ୟାସ ଉପକାରିତା ସମ୍ପର୍କରେ ସେ ସାଧୁସନ୍ଥକୁ ବୁଝାଉଥିଲେ। ଅନୁଲୋମ-ବିଲୋମ ସମେତ ଅନେକ ଯୋଗ କରିବାକୁ ସେ ପରାମର୍ଶ ଦେଇ ଥିଲେ।

   Related Posts