ବାବା ରାମଦେବଙ୍କ ୟୁ-ଟର୍ଣ୍ଣ : ଯୋଗଗୁରୁ ନେବେ ଭାକସିନ୍, କହିଲେ ଡାକ୍ତର ହେଉଛନ୍ତି ଦେବଦୂତ

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/୬ : ଏଲୋପାଥି ବନାମ ଆୟୁର୍ବେଦ ନେଇ ଚାଲିଥିବା ଶୀତଳ ଯୁଦ୍ଧରେ ପଡିଛି ଭଟ୍ଟା । ଯୋଗୁଗୁରୁ ବାବା ରାମଦେବ ଏଲୋପାଥି ଔଷଧ ଉପରେ ଦେଇଥିବା ବୟାନ ନେଇ ମାରିଛନ୍ତି ୟୁ ଟର୍ଣ୍ଣ । ସେ କହିଛନ୍ତି ଡାକ୍ତର ହେଉଛନ୍ତି ଦେବଦୂତ । ତାଙ୍କ ହାତରେ ଲୋକଙ୍କ ଜୀବନ ନାଟିକା । କେବଳ ସେତିକି ନୁହେଁ ସେ ଭାକସିନ ନେବାକୁ ବି ତୟାର ଅଛନ୍ତି । କରୋନା ସଂକ୍ରମଣ ଉପରେ ଏଲୋପାଥିକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ବାବା ରାମଦେବ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ ।

ଯାହାକୁ ନେଇ ତମ୍ୱିତୋଫାନ ହୋଇଥିଲା । ଯୋଗ ଗୁରୁ ମଧ୍ୟ କହିଥିଲେ ତାଙ୍କୁ ଭାକସିନ ନେବାର କୌଣସି ଆବଶ୍ୟକତା ନାହିଁ । କାରଣ ତାଙ୍କ ଫାଖରେ ଆୟୁର୍ବେଦ ଚିକିତ୍ସା ଅଛି । ତାଙ୍କର ଏହି ବୟାନ ନେଇ ଡାକ୍ତରମାନେ ମଧ୍ୟ ତୀବ୍ର ବିରୋଧ କରିଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ଘୋଷାଣା କରିଥିଲେ ଯେ ଜୁନ୍ ୨୧ରୁ ସମସ୍ତେ ମାଗଣା କରୋନା ଟିକା ପାଇବେ । ସେତେବେଳେ ବାବାଙ୍କ ମିଜାଜ ସଂପୂର୍ଣ୍ଣ ବଦଳିଯାଇଥିଲା ।

ଆଉ ସେ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସସସ୍ତଙ୍କୁ କରୋନା ଭାସକିନ୍ ନେବା ଉଚିତ୍ । ଡବଲ ଡୋଜ୍ ଟିକା ନେବା ସହ ଆୟୁର୍ବେଦ ଚିକିତ୍ସା ଏବଂ ଯୋଗ ଉପରେ ପ୍ରାଧାନ୍ୟ ଦେବା ଉଚିତ୍ । ତେବେ ସେ ଆହୁରି କହିଥିଲେ ଯେ, ଡାକ୍ତରମାନେ ଆମପାଇଁ ଭଗବାନ, ମୁଁ ଦେଇଥିବା ବୟାନ ଫେରାଇ ନେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.