Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଦୀପିକା ପାଦୁକୋନ, ଶ୍ରଦ୍ଧା ଓ ସାରାଙ୍କୁ ବାବା ରାମଦେବଙ୍କ ପରାମର୍ଶ, କହିଲେ-ନିଶା ଛାଡ, ଯୋଗରେ ଦିଅ ମନ

27/09/2020 at 6:13 PM

ମୁମ୍ବାଇ ୨୭/୦୯: ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଚର୍ଚାରେ ରହିଛି। ଏହି ମାମଲାର ତଦନ୍ତ ଚଳାଇ ଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡର ଡ୍ରଗ୍ସ ଜାଲକୁ ସଫା କରିବାରେ ଅଣ୍ଟା ଭିଡ଼ିଛି। ଏହି କ୍ରମରେ ଗତକାଲି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଜେରା କରିଛି। ଏହା ସହ ତିନିଜଣଙ୍କ ଫୋନ୍ ମଧ୍ୟ ଜବତ କରିଛି ଏନସିବି।

ଏବେ ଏହି ଷ୍ଟାରମାନଙ୍କର ଡ୍ରଗ୍ସ ବ୍ୟବହାରକୁ ନେଇ ଯୋଗ ଗୁରୁ ବାବା ରାମଦେବ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂତ୍ର ଅନୁସାରେ ନିଶା ଛାଡ଼ିବାର ଉପାୟ ସେ ଏକ ନ୍ୟୁଜ ଚାନେଲକୁ ଜଣାଇଛନ୍ତି। ସେ ବଲିଉଡ ଡ୍ରଗ୍ସ ମାମଲାରେ ସାମିଲ ଥିବା କଳାକାରଙ୍କୁ ଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ବାବା ରାମଦେବ କହିଛନ୍ତି- ବଳିଉଡ ସୁନ୍ଦରୀ ସାରା ଅଲୀ ଖାନ, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କୁ ସକାଳେ ଓଲଟା ଲଟକାଇ ଦିଅ। କିନ୍ତୁ ଫାଶିରେ ଝୁଲାଅ ନାହିଁ। ନିଜ ଦେଶର ଏମାନେ ପିଲା, କିଛି ତ ଏମାନଙ୍କ ଉପରେ ଦୟା ଦେଖାଅ। ସକାଳୁ ସକାଳୁ ଏମାନଙ୍କୁ ଓଲଟା ଲଟକାଇ ଶୀର୍ଷାସନ କରାଯାଉ। ସକାଳୁ ସକାଳୁ ଏହି ଯୋଗ କଲେ ସେମାନଙ୍କ ନିଶା ଅଭ୍ୟାସ ଛାଏଁ ଛାଡିଯିବ। ଏଣୁ ଯୋଗରେ ମନ ଦେବା ଏମାନଙ୍କ ପାଇଁ ଜରୁରୀ।

ସେ ଆହୁରି କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ଅଧିକାଂଶ କଳାକାରଙ୍କୁ ସେ ଯୋଗ ଶିଖାଇଛନ୍ତି। ମାତ୍ର ଏମାନେ ସେଲିବ୍ରେସନ ପାଇଁ ଯୋଗ କରନ୍ତି। କେବଳ ହେମା ମାଳିନୀ ନିତିଦିନ ଯୋଗ, ଅଧ ଘଂଟା କପାଳଭାର୍ତି ଓ ଅନୁଲୋମ ବିଲୋମ କରନ୍ତି। ସେ କିଛି ନିଶା ନିଅନ୍ତି ନାହିଁ। ଅମିତାଭ ବଚ୍ଚନକୁ ଯୋଗ ଶିଖାଇ ଥିବା ବାବା ରାମଦେବ କହିଛନ୍ତି।

   Related Posts