Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବାବା ରାମଦେବଙ୍କ ବିରୋଧରେ ଏକାଠି ହେଲେ ଡାକ୍ତର : DP ବ୍ଲାକ ରଖିବା ସହ ଜୁନ୍ ୧ରେ କଳା ବ୍ୟାଜ୍ ପିନ୍ଧି କରିବେ କାମ

30/05/2021 at 11:23 AM

ନୂଆଦିଲ୍ଲୀ ୩୦/୫ : ଡାକ୍ତରଙ୍କୁ ନେଇ ଯୋଗ ଗୁରୁ ବାବା ରାମଦେବଙ୍କ ବିବୃତ୍ତି ଦିନକୁ ଦିନ ତେଜିବାରେ ଲାଗିଛି । ପ୍ରତି ଦିନ ନୂଆ ନୂଆ ବାବା ରାମଦେବଙ୍କ ଅସୁବିଧା ବଢିବାରେ ଲାଗିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପରେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (FAIMA) ବାବାଙ୍କୁ ଆଇନଗତ ନୋଟିସ୍ ଦେଇସାରିଛି ।

ବର୍ତ୍ତମାନ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡା) ଜୁନ୍ ୧ରେ ସାରା ଦେଶରେ କଳା ଦିବସ ପାଳନ କରିବାକୁ ଘୋଷଣା କରିଛି । ଭାକସିନ ଏବଂ ଏଲୋପାଥି ସମ୍ବନ୍ଧରେ ବାବା ରାମଦେବଙ୍କ ବିବୃତ୍ତିରେ ନେଇ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଗଠନ ବିରୋଧ ପ୍ରଦର୍ଶନକୁ ତୀବ୍ର କରିବାକୁ ଘୋଷଣା କରିଛି ।

ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡା) ସଭାପତି ଡାକ୍ତର ମନୀଷ କହିଛନ୍ତି ଯେ ଏହି ଅନୁଷ୍ଠାନ ସହ ଜଡିତ ଦେଶର ସମସ୍ତ ରେସିଡେଣ୍ଟ ଡାକ୍ତର ଜୁନ ୧ରେ କଳାଦିବସ ପାଳିବେ। ଡାକ୍ତର ମନୀଷ କହିଛନ୍ତି ଯେ କରୋନା ଡ୍ୟୁଟିରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ପିପିଏ କିଟ୍ ଉପରେ ଏକ କଳା ବ୍ୟାଜ୍ ବାନ୍ଧି କାମ କରିବେ । ଆହୁରି ମଧ୍ୟ, ଡାକ୍ତରମାନେ ତାଙ୍କର ହ୍ୱାଟସ୍ ଆପର DPକୁ ବ୍ଲାକ କରିବେ ।

   Related Posts