Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ବୟସ କେବଳ ଏକ ସଂଖ୍ୟା ! ପୁଣି ପ୍ରମାଣିତ କଲେ ରାଜସ୍ଥାନର ଏହି ଓକିଲ, ୧୦୦ ବର୍ଷ ବୟସରେ ବି ଜାରି ରଖିଛନ୍ତି ଓକିଲାତି

8/06/2021 at 4:06 PM

ଯୋଦ୍ଧପୁର ୮।୬: ରାଜସ୍ଥାନ ଯୋଦ୍ଧପୁରର ବିଶିଷ୍ଟ ଓକିଲ ଲେଖରାଜ ମେହେଟ୍ଟା ଗତ ଜୁନ ୪ ତାରିଖ ଦିନ ୧୦୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ବୟସର ଏହି ପାହାଚରେ ବି ସେ ସୁରୁଖୁରୁରେ ନିଜ ଓକିଲାତି ବୃତ୍ତି ଜାରି ରଖିଛନ୍ତି। ଏହି ଶତାୟୁଙ୍କ ଲାଗି ବୟସ ଏବେ ସଂଖ୍ୟାରେ ପରିଣତ ହୋଇଛି। କୋଭିଡ-୧୯ ଯୋଗୁ ସେ ଇଣ୍ଟରନେଟ୍‌ର ବ୍ୟବହାର ଶିଖିବା ସହ ଜୁମ୍‌ରେ କୋର୍ଟଙ୍କ ଭର୍ଚୁଆଲ ଶୁଣାଣିରେ ଯୋଗ ଦେଉଛନ୍ତି।

ରାଜ୍ୟ ଆଇନ ଜୀବି ବୃତ୍ତିରେ ମେହେଟ୍ଟା ଜଣେ ଜଣାଶୁଣା ନାମ। ଦେଶର ପୂର୍ବତନ ଚିଫ୍ ଜଷ୍ଟିସ୍‌ ଆର.ଏମ.ଲୋଢା, ଜଷ୍ଟିସ୍‌ ଦଲବୀର ଭଣ୍ଡାରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଓ ଏମ.ଏଲ.ସିଂଘବିଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ତାଙ୍କଠାରୁ ଆଇନ ଶିକ୍ଷା ନେଇଥିବାର ଇତିହାସ ରହିଛି ।  ୧୯୪୭ ମସିହାରେ ସେ ଆଇନ ବ୍ୟବସାୟ କ୍ଷେତ୍ରରେ ପାଦ ରଖିଥିଲେ।  ସେବେଠାରୁ ଓକିଲାତି ତାଙ୍କ ଲାଗି ଉଭୟ ପେଷା ଓ ନିଶା ହୋଇ ରହିଛି।

ମେହେଟ୍ଟା ନିଜକୁ ଜଣେ ‘ଅଭ୍ୟାସଗତ ଶିକ୍ଷାର୍ଥୀ’ ବୋଲି କହିଥାନ୍ତି। ସେ ନିଜ ମାମଲାମାନଙ୍କ ସମ୍ପର୍କରେ ନିଜେ ଅପଡେଟ୍ ରହିଥାନ୍ତି। ପ୍ରସଙ୍ଗରେ ସେ ଲୋକଙ୍କୁ ଭେଟନ୍ତି ଓ ଘଟଣାରେ ହୋଇଥିବା ନୂଆ ଡେଭଲପମେଣ୍ଟର ସୂଚନା ସଂଗ୍ରହ କରନ୍ତି। ତେବେ କରୋନା ଭାଇରସ ମହାମାରୀ କାରଣରୁ କୋର୍ଟ ସ୍ୱଭାବିକ ଚାଲିପାରୁନଥିବାରୁ ମେହେଟ୍ଟାଙ୍କ କାମ ଦାମ ପ୍ରଥମେ ପ୍ରଥମେ ପ୍ରଭାବିତ ହୋଇଥିଲା। ତେବେ ତାଙ୍କ ନାତି ରାମିଲ ମେହେଟ୍ଟା ଇଣ୍ଟରନେଟ୍‌ରେ ତାଙ୍କୁ ଭିଡିଓ କନଫରେନସିଂ, ଭିଡିଓ କଲିଂ ଏବଂ ଭିଡିଓ ମିଟିଂରେ ଯୋଗ ଦେବାର କଳା ଶିକ୍ଷା ଦେବା ଏବେ ତାଙ୍କ କାମକୁ ବେଶ୍ ସୁଗମ କରିଛି। 

ତେବ ମେହେଟ୍ଟା ଭିଡିଓ କଲ ମାଧ୍ୟମରେ ତାଙ୍କ ମହକିଲମାନଙ୍କୁ ଭେଟୁଥିଲେ ହେଁ ସେମାନଙ୍କ ମାମଲାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାରେ ତାଙ୍କ ପ୍ରବୃତ୍ତି କିନ୍ତୁ ଏପର୍ଯ୍ୟନ୍ତ ଛାଡି ନାହାନ୍ତି।  ତେବେ ଇଣ୍ଟରନେଟ ଯୋଗୁ ମହାମାରୀକାଳରେ ବି ବିଶ୍ୱ ସଚଳ ଥିବାର ମେହେଟ୍ଟା ଦାବି କରନ୍ତି।

ମେହେଟ୍ଟା ଲଢୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ମୋକଦ୍ଦମା
ବଲିଉଡ ଅଭିନେତା ସଲମାନଙ୍କ କୃଷ୍ଣସାର ମୃଗ ଶିକାର ମାମଲା କାହାକୁ ଅଛପା ନାହିଁ। ବନ୍ୟପ୍ରାଣୀ  ଅଧିନିୟମ ଆଇନରେ ଦୋଷୀ ସଲମାନଙ୍କ ଲାଗି ମେହେଟ୍ଟା ନ୍ୟାୟାଳୟରେ ମୋକଦ୍ଦମା ଲଢିଛନ୍ତି। ମାମଲାର ଶୁଣାଣିରେ ମେହେଟ୍ଟା ସଲମାନଙ୍କୁ ତାଙ୍କ ଭିସା ସୁନିଶ୍ଚିତ କରାଇବା ସହ ବିଦେଶ ଯାଇ ସୁଟିଂରେ ସାମିଲ ହେବାକୁ କୋର୍ଟଙ୍କ ଦ୍ୱାରା ଅନୁମତି ଦିଆଇଥିଲେ। ସେହିପରି ମମଲାରେ କୋର୍ଟ ସଲମାନଙ୍କୁ କରିଥିବା ଦଣ୍ଡାଦେଶ ଉପରେ ମଧ୍ୟ ମେହେଟ୍ଟା ଅତୀତରେ ରହିତାଦେଶ ଜାରି କରାଇଛନ୍ତି।

କେବଳ ସଲମାନଙ୍କ କୃଷ୍ଣସାର ମୃଗ ଶିକାର ମାମଲା ନୁହେଁ କଂଗ୍ରେସ ନେତା ସି.ପି. ଯୋଶୀ ଗୋଟିଏ ଭୋଟ ଲାଗି ବିଧାନସଭା ନିର୍ବାଚନରେ ହାରି କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚାହିଁଥିଲେ। ମହେଟ୍ଟାହିଁ ଏକମାତ୍ର ବ୍ୟକ୍ତିଯିଏ ତାଙ୍କୁ କଲ୍ୟାଣ ସିଂହଙ୍କ ବିରୋଧରେ ନିର୍ବାଚନରେ ଜିତିବାର ଜିଦ ନ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଭେରୋ ସିଂହ ସେଖାୱତଙ୍କ ବିଜୟକୁ ଦୁଇ ଦୁଇଥର କୋର୍ଟରେ ଚାଲେଞ୍ଚ କରାଯାଇଥିଲା। ତେବେ ମେହେଟ୍ଟାହିଁ ଏକମାତ୍ର ଓକିଲ ଯିଏତାଙ୍କ ବିଜୟ ଦୁଇଥର ଜାକ କୋର୍ଟରେ କାୟମ ରଖିଥିଲେ।

   Related Posts