Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଅନ୍ତରବା କନ୍ୟାଶ୍ରମରୁ ରାତି ଅଧରେ ହଷ୍ଟେଲ ଛାଡିଥିବା ୨୯ଜଣ ୯ମ ଶ୍ରେଣୀ ଛାତ୍ରୀ ଗଲେ କୁଆଡେ? ଖୋଜି ଖୋଜି ସମସ୍ତେ ନୟାନ୍ତ

27/01/2019 at 8:16 PM

ମୋହନା୨୭|୧: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବା କନ୍ୟାଶ୍ରମରୁ ରାତି ଅଧରେ ହଷ୍ଟେଲ ଛାଡିଲେ ୨୯  ଅନ୍ତେବାସୀ। ଗତ ରାତିରେ ଛାତ୍ରୀମାନେ ହଷ୍ଟେଲ ଛାଡିଥିବା ବେଳେ ବର୍ତମାନ ସୁଦ୍ଧା ସେମାନଙ୍କୁ ଠାବ କରାଯାଇପାରିନି। ତେବେ ଗଲାବେଳେ ସେମାନେ ହଷ୍ଟେଲ କାନ୍ଥରେ ଏକ କାଗଜ ମାରି ଯାଇଛନ୍ତି । ଯେଉଁଥିରେ ଲେଖାଯାଇଛି ଆମେ ଜିଲ୍ଲାପାଳଙ୍କ ପାଖକୁ ଯାଉଛୁ । ପ୍ରଶ୍ନ ଉଠୁଛି କାହିଁକି ଏକ ସମୟରେ ୨୯ ଜଣ ଛାତ୍ରୀ ହଷ୍ଟେଲ ଛାଡିଲେ ।…

ହଷ୍ଟେଲ ଛାଡ଼ିଲେ ୨୯ ଅନ୍ତେବାସୀ । ବର୍ତ୍ତମାନ ସୁଦ୍ଧା ମିଳିନି କାହାରି ପତ୍ତା । ଚିନ୍ତାରେ ଅଭିଭାବକ, ଚିନ୍ତାରେ ପ୍ରଶାସନ । ଗଜପତି ଜିଲ୍ଲା ମୋହନା ଅନ୍ତରବା କନ୍ୟାଶ୍ରମରୁ ୨୯ ଜଣ ଛାତ୍ରୀ ଗତରାତିରେ କୁଆଡ଼େ ଚାଲିଯାଇଛନ୍ତି । ହଷ୍ଟେଲ ଛାଡିଥିବା ଛାତ୍ରୀମାନେ ନବମ ଶ୍ରେଣୀର ।

ସେମାନେ ହଷ୍ଟେଲ ଛାଡିବା ପୂର୍ବରୁ ଜିଲ୍ଲାପାଳଙ୍କ ପାଖକୁ ଯାଉଥିବା ନେଇ ଏକ କାଗଜରେ ଲେଖି କାନ୍ଥରେ ଲଗାଇ ଦେଇ ଯାଇଛନ୍ତି। ତେବେ ଛାତ୍ରୀମାନେ ଜିଲ୍ଲା ପାଳଙ୍କପାଖକୁ ଯାଇନାହାନ୍ତି। କେଉଁ ପରିସ୍ଥିତିରେ ଏତେ ପିଲା ଏକ ସମୟରେ ହଷ୍ଟେଲ ଛାଡ଼ିଲେ ତାହା ଏବେ ଚିନ୍ତାର କାରଣ ପାଲଟିଛି । ସେମାନଙ୍କୁ ଖୋଜିବାରେ ପ୍ରଶାସନ ନାକେଦମ  ହେଲାଣି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୪ ଟିମ ଆର. ଉଦୟଗିରି ଓ ମୋହନା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି।…

ଜିଲ୍ଲା ମଙ୍ଗଳ ଅଧିକାରୀ, ମୋହନା ବିଡିଓ, ଆର.ଉଦୟଗିରି ବିଡିଓ, ସ୍ଥାନୀୟ ଏସଡିପିଓ ଏବଂ ଆଡ଼ବା ଥାନା ପୋଲିସ ମିଳିତ ଭାବେ ଖୋଜା ଖୋଜିରେ ଲାଗିଛନ୍ତି । ଗଜପତି ଜିଲ୍ଲାପାଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଡିଡବ୍ଲୁଓ କହିଛନ୍ତି, ଶିକ୍ଷକମାନଙ୍କ ମଧ୍ୟରେ ସହଯୋଗ ନାହିଁ । ଯେଉଁଥି ପାଇଁ ପିଲାମାନେ ହଷ୍ଟେଲ ଛାଡ଼ିଥାଇ ପାରନ୍ତି। …

ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୂର୍ବରୁ ମଧ୍ୟ ପିଲାମାନଙ୍କର ଅସନ୍ତୋଷ ରହିଥିଲା । ଏବେ ତାହା ଉଗ୍ର ରୂପ ନେଇଥିବାରୁ ପିଲାମାନେ ହଷ୍ଟେଲ ଛାଡ଼ିଥିବା ସନ୍ଦେହ କରାଯାଉଛି ।

   Related Posts