୫ତାରିଖ ସନ୍ଧ୍ୟାରେ ନ୍ୟୁଜ୍‌ ସେଭେନ୍‌ ସର୍ଟଫିଲ୍ମ କଣ୍ଟେଷ୍ଟ୍‌ 'ସୋ-କେଶ୍‌ ୨୦୨୦'ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର

Published By : Prameya-News7 Bureau | March 04, 2021 IST

ଭୁବନେଶ୍ୱର, ୦୪/୦୩: ସୃଜନଶୀଳତା, ନୂଆ ପ୍ରତିଭା, ନୂୀତନ ଚିନ୍ତାଧାରା ସହ ସମାଜ ପାଇଁ ଏକ ନିଆରା ଶୈଳୀରେ ସଚେତନତାର ବାର୍ତ୍ତା ଦେବାର ପ୍ରୟାସକୁ ଆଗକୁ ନେବାର ଉଦ୍ୟମ କରି ଆସିଛି ନ୍ୟୁଜ୍‌ ସେଭେନ୍‌ । ସୁମାରିଅଲ୍‌ ମିଡିଆ ଅଧିନରେ ଥିବା ରାଜ୍ୟର ଅଗ୍ରଣୀ ନ୍ୟୁଜ୍‌ ଚ୍ୟାନେଲ୍‌ ନ୍ୟୁଜ୍‌ ସେଭେନ୍‌ ଏହି ଧାରାରେ ଏକ ଅନନ୍ୟ ପ୍ରୟାସ ଆରମ୍ଭ କରିଛି । ତାହା ହେଲା ସର୍ଟଫିଲ୍ମ ବା କ୍ଷୁଦ୍ର ଚଳଚ୍ଚିତ୍ରକୁ ପ୍ରୋତ୍ସାହନ । ନ୍ୟୁଜ୍‌ ସେଭେନ୍‌ ପକ୍ଷରୁ ଏହି ପ୍ରୟାସର ପ୍ରଥମ ସଂସ୍କରଣ ନ୍ୟୁଜ୍‌ ସେଭେନ୍‌ ସର୍ଟଫିଲ୍ମ କଣ୍ଟେଷ୍ଟ ସୋ-କେଶ୍‌ ୨୦୨୦ । ଏହି ସଂସ୍କରଣର ପୁରଷ୍କାର ପ୍ରଦାନ ଉତ୍ସବ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।

{"id":417973,"sizeSlug":"large","linkDestination":"none"}
ଟ୍ରଫି ଉନ୍ମୋଚନ ବେଳର ଫଟୋ

ସୋ-କେଶ୍‌ ୨୦୨୦ରେ ମୋଟ ୮୭ଟି କ୍ଷୁଦ୍ର ଚଳଚ୍ଚିତ୍ର ସାମିଲ୍‌ ହୋଇଥିଲେ । କିଛି ନିର୍ଦ୍ଧିଷ୍ଟ ନିୟମ, ବିଷୟ ବସ୍ତୁ ଭିତ୍ତିରେ ଏହି ପ୍ରତିଯୋଗିତାରେ ସାମିଲ୍‌ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକ ଏକ ମିନିଟ୍‌ରୁ ୧୨ ମିନିଟ୍‌ ସମୟ ଅବଧି ବିଶିଷ୍ଟ । ବିଶେଷ ଯୋଗ୍ୟତା, ପ୍ରିତିଷ୍ଠା ଓ ଅଭିଜ୍ଞତା ସଂପନ୍ନ ସିନେ ବ୍ୟକ୍ତିତ୍ୱ ତଥା ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁବାଷ ଦାସ, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଏବଂ ଅଭିନେତ୍ରୀ ଅନୁ ଚୈଧୁରୀଙ୍କୁ ନେଇ ଗଠିତ ୩ ଜଣିଆ ବିଚାରକ ମଣ୍ଡଳୀ ଏହି ୮୭ଟି କ୍ଷୁଦ୍ର ଚଳଚ୍ଚିତ୍ରକୁ ବିଭିନ୍ନ ଦିଗରୁ ତର୍ଜମା କରି ବିଚାର କରି ୩୭ଟି ଚଳଚ୍ଚିତ୍ରକୁ ନ୍ୟୁଜ୍‌ ସେଭେନ୍‌ରେ ପ୍ରସାରଣ ପାଇଁ ମନୋନୀତ କରିଥିଲେ । ସେହି ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ୧୨ଟି ବର୍ଗରେ କିଛି ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ କଳାକାର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ପୁରସ୍କୃତ କ୍ଷୁଦ୍ର ସିନେମା ଏବଂ କଳକାରଙ୍କୁ ପୁରସ୍କୃତ କରିବା ଲାଗି ଆସନ୍ତା ୫ ତାରିଖ, ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇଛି । ସୁମାରିଅଲ୍‌ ମିଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ଅଭିନେତା, ଅଭିନେତ୍ରୀ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.