ଅନୀଲ ଅମ୍ବାନୀଙ୍କ ସାନ୍ତାକ୍ରୁଜ ଅଫିସ୍ Yes Bank ଦ୍ୱାରା ଜବତ, ସୁଝୁନଥିଲେ ୨, ୮୯୨କୋଟି ଟଙ୍କା

Published By : Prameya-News7 Bureau | July 30, 2020 IST

ମୁମ୍ବାଇ ୩୦।୭: ଇୟେସ୍ ବ୍ୟାଙ୍କ ୨ ହଜାର ୮୯୨ କୋଟି ଟଙ୍କା ଋଣ ଲାଗି ଗୁରୁବାର ଅନୀଲ ଅମ୍ବାନୀ ସମୂହଙ୍କ ସାନ୍ତାକ୍ରୁଜସ୍ଥିତ ଉପନଗରୀୟ ମୁଖ୍ୟାଳୟକୁ ଜବତ କରିଛନ୍ତି। ଏ ନେଇ ବ୍ୟାଙ୍କ ବୁଧବାର ଖବର କାଗଜରେ ଜାରିକରିଥିବା ନୋଟିସ୍ ଅନୁସାରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର ବେକୟା ପୈଠ ନ ହେବାରୁ ବ୍ୟାଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ଅମ୍ବାନୀଙ୍କ ୨ଟି ଫ୍ଲାଟକୁ ମଧ୍ୟ ନିଜ ଅକ୍ତିଆରକୁ ନେଇଛନ୍ତି।

{"id":307851,"width":575,"height":431,"sizeSlug":"large"}

ଅନୀଲ ଧିରୁଭାଇ ଅମ୍ବାନୀ ଗ୍ରୁପ(ଏଡିଏଜି)ଙ୍କ ସବୁ କମ୍ପାନୀର ମୁଖ୍ୟାଳୟ ସାନ୍ତାକ୍ରୁଜସ୍ଥିତ ରିଲାଏନ୍ସ ସେଣ୍ଟରରୁ ପିରଚାଳିତ ହୋଇଥାନ୍ତି। ତେବେ ଗତ କିଛି ବର୍ଷ ହେଲା କମ୍ପାନୀର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ଏଥିରୁ ଅନେକ କମ୍ପାନୀ ଦେବାଳିଆ ହୋଇଯାଇଛନ୍ତି। ଅନୀଲଙ୍କ ଅନେକ କମ୍ପାନୀଙ୍କୁ ତାଙ୍କର ଅଂଶୀଦାରୀ ମଧ୍ୟ ବିକିବାକୁ ପଡିଛି। ଏହା ସତ୍ତ୍ୱେ ଅନୀଲ ଇୟେସ ବ୍ୟାଙ୍କରୁ ନେଇଥିବା ୨ହଜାର ୮୯୨ କୋଟି ୪୪ ଲକ୍ଷ ଟଙ୍କା ସୁଝୁନଥିଲେ। ଏଥିଲାଗି ବ୍ୟାଙ୍କ ପକ୍ଷରୁ ମେ ୬ ତାରିଖ ଦିନ ତାଙ୍କୁ ବକେୟା ଫେରସ୍ତ ଲାଗି ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ଚୁକ୍ତା ନେଇ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନିଆଯିବାରୁ ଶେଷରେ ବ୍ୟାଙ୍କ ବକେୟା ବାବଦ ଅର୍ଥ ଲାଗି କମ୍ପାନୀ ମୁଖ୍ୟାଳୟ ଦଖଲ କରିଛି।

{"id":307852,"width":574,"height":321,"sizeSlug":"large"}

ଏଡିଏଜି ଗତବର୍ଷ ଏହି ସମ୍ପତ୍ତିକୁ ଲିଜ୍‌ରେ ଦେବାକୁ ଚାହିଁଥିଲେ। ଏହି ମୁଖ୍ୟାଳୟ ୨୧ ହଜାର ୪୩୨ ବର୍ଗ ମିଟର ଅଞ୍ଚଳ ଉପରେ ରହିଛି। ସେହିପରି ଫ୍ଲାଟ ୨ଟି ଦକ୍ଷିଣ ମୁମ୍ବାଇର ନାଗିନ ମହଲରେ ଅଛି। ଏଥିରୁ ଗୋଟିଏ ଫ୍ଲାଟ୍ ୧ହଜାର ୭୧୭ ବର୍ଗଫୁଟର ହୋଇଥିବା ବେଳେ ଅନ୍ୟଟି ୪ହଜାର ୯୩୬ ବର୍ଗଫୁଟର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.