ୟେସ୍‌ ବ୍ୟାଙ୍କ ସ୍କାଣ୍ଡାଲ: ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର, ରାଣାଙ୍କ ଲିଙ୍କ୍‌ର ୭ ସ୍ଥାନରେ ସିବିଆଇ ଚଢ଼ାଉ

Published By : Prameya-News7 Bureau | March 09, 2020 IST

ମୁମ୍ବାଇ୯/୩: ୟେସ୍‌ ବ୍ୟାଙ୍କ ମାମଲାରେ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ସହ ଜଡ଼ିତ ମୁମ୍ବାଇର ୭ ଠିକଣା ଉପରେ ଛାପା ମାରିଛି ସିବିଆଇ।  ମୁମ୍ବାଇ ବାନ୍ଦ୍ରାରେ ଥିବା DHFLର ଅଫିସରେ ମଧ୍ୟ ରେଡ୍‌ ହୋଇଥିବା ଜଣାପଡ଼ିଛି । ସେହିଭଳି ମନି ଲଣ୍ଡିଂ ମାମଲାରେ ଗିରଫ ରାଣା କପୁର ମାର୍ଚ୍ଚ ୧୧ଯାଏ ପ୍ରବର୍ତ୍ତନ ନିର୍ଦେଶାଳୟ ED ହେପାଜତରେ ରହିବେ । ରାଣା କପୁର କିଭଳି ୨ହଜାର କୋଟିରୁ ଅଧିକ ଟଙ୍କା ଲାଞ୍ଚ ପାଇଛନ୍ତି ସେ ବାବଦରେ ମଧ୍ୟ ପୋଲ୍‌ ଖୋଲିଛି ଇଡି। ସେପଟେ ୟେସ୍‌ ବ୍ୟାଙ୍କରେ ଜମା ଥିବା ଜଗନ୍ନାଥଙ୍କ ୫୪୫କୋଟି ଟଙ୍କା ଫେରସ୍ତ ପ୍ରସଙ୍ଗକୁ ନେଇ ମଧ୍ୟ ସରଗରମ୍‌ ହୋଇଛି ରାଜ୍ୟ ରାଜନୀତି ।

{"id":235699,"sizeSlug":"large"}

ୟେସ୍‌ ବ୍ୟାଙ୍କରେ କେମିତି ବଡ଼ ଧରଣର ଅର୍ଥ ହେରଫେର୍‌ ହୋଇଛି ?  ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର କିଭଳି ୨ହଜାର କୋଟିରୁ ଅଧିକ ଟଙ୍କା ଲାଞ୍ଚ ପାଇଛନ୍ତି ସେ ବାବଦରେ ପୋଲ୍‌ ଖୋଲିଛି ପ୍ରବର୍ତ୍ତନ ନିର୍ଦେଶାଳୟ ED । ଆଉ ଏହି ଲାଞ୍ଚ ରାଣାଙ୍କ ପରିବାର ଦ୍ବାରା ପରିଚାଳିତ କମ୍ପାନୀ ଦ୍ବାରା ମିଳିଛି । ଯାହା ଏବେ ରାଣା କପୁରଙ୍କ ଗଳାରେ କଣ୍ଟା ହୋଇ ଲାଗିଛି ।

{"id":235700,"sizeSlug":"large"}

ରାଣାଙ୍କୁ ଏହି ଲାଞ୍ଚ ମିଳିବା ପଚରେ ମୁଖ୍ୟ ନାୟକ ସାଜିଥିଲା ୟେସ୍‌ ବ୍ୟାଙ୍କ୍‌ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ। ସେପଟେ ୟେସ୍‌ ବ୍ୟାଙ୍କ ମାମଲାରେ ରାଣା କପୁରଙ୍କ ସହ ଜଡ଼ିତ ମୁମ୍ବାଇର ୭ ଠିକଣା ଉପରେ ଛାପା ମାରିଛି ସିବିଆଇ ।  ମୁମ୍ବାଇ ବାନ୍ଦ୍ରାରେ ଥିବା DHFLର ଅଫିସରେ ମଧ୍ୟ ରେଡ୍‌ ହୋଇଥିବା ଜଣାପଡ଼ିଛି ।

{"id":235701,"sizeSlug":"large"}

ସେପଟେ ୟେସ୍‌ ବ୍ୟାଙ୍କ୍‌ ପ୍ରତିଷ୍ଠାତାଙ୍କ ବଡ଼ ଧରଣର ଅର୍ଥ ହେରଫେର୍‌କୁ ନେଇ ତନାଘନା ଚାଲିଥିବା ବେଳେ ଏପଟେ ୟେସ୍‌ ବ୍ୟାଙ୍କରୁ ଜଗନ୍ନାଥଙ୍କ ୫୪୫କୋଟି ଟଙ୍କା ଫେରସ୍ତ ପ୍ରସଙ୍ଗକୁ ନେଇ ମଧ୍ୟ ସରଗରମ୍‌ ହୋଇଛି ରାଜ୍ୟ ରାଜନୀତି । ୨୦୧୫ ଡିସେମ୍ବରରେ ଜଗନ୍ନାଥଙ୍କ ପାଣ୍ଠି ଅନିୟମିତତା ନେଇ ୨୦୧୫ରେ ଜଣାଇଥିଲେ AG  । ତା’ ପରେ ମଧ୍ୟ ସରକାର କାହିଁକି ୫ବର୍ଷ ଚୁପ୍‌ ଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

{"id":235702,"sizeSlug":"large"}

ୟେସ୍‌ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଡିପୋଜିଟ୍‌ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ୨ ସରକାରୀ କର୍ମଚାରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି ବିଜୟ । ଏମିତିକି ଶ୍ରୀମନ୍ଦିର ଟଙ୍କାକୁ ନେଇ ଅଭିଯୁକ୍ତମାନଙ୍କୁ କାହିଁକି ଗିରଫ କରାଯିବନି ବୋଲି ପ୍ରଶ୍ନ କରିଛନ୍ତି । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିବା ବେଳେ ବିରୋଧୀଙ୍କ ପ୍ରଶ୍ନର ଜବାବ୍‌ ରଖିଛନ୍ତି ବିଜେଡି ନେତା ।

{"id":235703,"sizeSlug":"large"}

ୟେସ୍‌ ବ୍ୟାଙ୍କ ବୁଡ଼ିବା ସ୍ଥିତିକୁ ଚାଲି ଆସିଥିବା ବେଳେ ଏହାର ପ୍ରତିଷ୍ଠାତାଙ୍କ ଠାରୁ ଆରମ୍ଭ କରି ବ୍ୟାଙ୍କର ବିଭିନ୍ନ ଅଧିକାରୀମାନଙ୍କୁ ଜେରା କରୁଛି ED । ତେଣୁ ଶ୍ରୀମନ୍ଦିରର ୫୪୫କୋଟି ଟଙ୍କା ଜମା ରଖିବା ପ୍ରସଙ୍ଗରେ ଇଡି ହସ୍ତକ୍ଷେପ କଲେ ବହୁ ବିସ୍ଫୋରକ ତଥ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.