୧୮ ତାରିଖ ସନ୍ଧ୍ୟା ୬ରୁ ୟେସ୍ ବ୍ୟାଙ୍କ କଟକଣା ଉଠିବ, ୨୬ରେ ନୂଆ ବୋର୍ଡ- ଆରବିଆଇ ଗଭର୍ଣ୍ଣର

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ, ୧୬|୦୩:   ୟେସ୍ ବ୍ୟାଙ୍କ ଉପରେ ଲାଗିଥିବା ରୋକ ବୁଧବାର ସନ୍ଧ୍ୟା ୬ଟାରେ ହଟାଇ ଦିଆଯିବ। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ଏନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

{"id":239366,"width":747,"height":420,"sizeSlug":"large"}

ଏକ ସାମ୍ବାଦିକ ସମ୍ମିଳନୀରେ ଶକ୍ତିକାନ୍ତ କହିଛନ୍ତି, ଜମାକାରୀମାନେ ଚିନ୍ତା କରିବା ଆବଶ୍ୟକ ନାହିଁ। ବ୍ୟାଙ୍କର ନୂଆ ବୋର୍ଡ ମାର୍ଚ୍ଚ ୨୬ରେ ଗଠନ ହେବ।

ସେ ଆହୁରି କହିଛନ୍ତି, ସାରା ବିଶ୍ୱରେ କରୋନା ଭାଇରସ ପ୍ରଭାବ ପକାଇଛି। ଏବେ ସୁଦ୍ଧା ଦେଶରେ ୧୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏହାର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଭାଇରସ ପାଇଁ କାରବାର ପ୍ରଭାବିତ ହୋଇଛି। ବିଶ୍ୱ ବଜାରରେ ଭାରତର କାରବାର ଭଲ ରହିଛି। କିନ୍ତୁ ଏହା ଉପରେ କରୋନା ପ୍ରଭାବ ପକାଇବ। ହସ୍ପିଟାଲିଟୀ ଓ ଏୟାରଲାଇନ୍ସ ସମେତ ଅନ୍ୟ କିଛି ଶିଳ୍ପ ଉପରେ ଏହା ଅଧିକ ପ୍ରଭାବ ପକାଇଛି। ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହେବ।  ଆରବିଆଇ ସୁଦ୍ଧ ହାର ଉପରେ ଏକ ଲକ୍ଷ କୋଟି ଟଙ୍କା ଉପରେ ବିଭିନ୍ନ କିସ୍ତୀରେ ଏଲଟିଆରଓ କରିବ। ଏହାପରେ ରିଭ୍ୟୁ ମଧ୍ୟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.