Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଗ୍ରାହକଙ୍କ ଟେନସନ୍, କିନ୍ତୁ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର କହୁଛନ୍ତି ‘କଣ ହେଉଛି ମୁଁ କିଛି ଜାଣିପାରୁନି କି ବୁଝିପାରୁନି

6/03/2020 at 6:49 PM

ନୂଆଦିଲ୍ଲୀ  ୦୬|୦୩: ୟେସ୍ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପ୍ରତିବନ୍ଧକ ଲଗାଇବା ପରେ ଗ୍ରାହକ ଚିନ୍ତିତ ହୋଇପଡିଛନ୍ତି। ତେବେ ସରକାର ୟେସ୍ ବ୍ୟାଙ୍କ ପାଇଁ ରି-ଷ୍ଟ୍ରକଚରିଂ ପ୍ଲାନ୍ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି।

ରାଣା କହିଛନ୍ତି ଯେ, ସେ ଗତ ୧୩ ମାସ ହେଲା ବ୍ୟାଙ୍କ କାର୍ଯ୍ୟରେ ସକ୍ରିୟ ନାହାଁନ୍ତି। କଣ ହେଉଛି ସେ କିଛି ଜାଣିନାହାଁନ୍ତି। ସୂଚନାଯୋଗ୍ୟ, ବ୍ୟାଙ୍କ୍ ନଭେମ୍ବର ୨୦୧୯ରେ ସେୟାର ବଜାରକୁ ରାଣାଙ୍କୁ ବୋର୍ଡରୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯାଇଥିବା କହିଥିଲା।

ରାଣା କପୁର ଓ ତାଙ୍କ ପ୍ରମୋଟର ଏଟିଟି-ୟେସ୍ କ୍ୟାପିଟାଲ ଓ ମୋର୍ଗାନ୍ କ୍ରେଡିଟସ୍ ବ୍ୟାଙ୍କରେ ଥିବା ୦.୮ ଅଂଶଧନ ବିକ୍ରି କରିଦେଇଥିଲେ। ଏହା ପୂର୍ବରୁ ରାଣା ଓ ତାଙ୍କ ଗ୍ରୁପର କମ୍ପାନୀ ବ୍ୟାଙ୍କରେ ନିଜର ୨.୧୬ ପ୍ରତିଶତ ଅଂଶଧନ ଓପନ୍ ମାର୍କେଟ୍ ଟ୍ରାଞ୍ଜାକସନ୍ ଜରିଆରେ ୫୧୦ କୋଟି ଟଙ୍କାରେ ବିକ୍ରି କରିଥିଲେ। ଅର୍ଥାତ ରାଣାଙ୍କ ସେୟାର ଏବେ ବ୍ୟାଙ୍କରେ ନାହିଁ।

   Related Posts