Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

Yes Bank ମାମଲା: ED ଆଟାଚ୍ କଲେ ରାଣା କପୁରଙ୍କ ଲଣ୍ଡନ ସମ୍ପତ୍ତି, ମୂଲ୍ୟ୧୨୭ କୋଟି ଟଙ୍କା

25/09/2020 at 6:05 PM

ନୂଆଦିଲ୍ଲୀ ୨୫।୯: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଇୟେସ୍‌ ବ୍ୟାଙ୍କର ସହ ସଂସ୍ଥାପକ ରାଣା କପୁରଙ୍କ ଲଣ୍ଡନର ୭୭-ସାଉଥ୍ ଅଡଲୀ ଷ୍ଟ୍ରିଟ୍‌ରେ ଥିବା ବିଳାଶମୟ ଆପାର୍ଟମେଣ୍ଟକୁ କୋରକ କରିଛନ୍ତି। ଏହି ଫ୍ଲାଟର ବଜାର ମୂଲ୍ୟ ୧୩.୫ ମିଲିୟନ ପାଉଣ୍ଡ ଅର୍ଥାତ ୧୨୭ କୋଟି ଟଙ୍କା ହେବ। ଏହି ସମ୍ପତ୍ତିକୁ କପୁର ୨୦୧୭ ମସିହାରେ ୯.୯ ନିୟୁତ ପାଉଣ୍ଡ(୯୩କୋଟି ଟଙ୍କା)ରେ ଡିଓଆଇଟି କ୍ରିଏସନ୍ସ ଜର୍ସି ଲିଃଙ୍କ ନାମରେ କିଣିଥିଲେ।

ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଚାରବିଭାଗୀୟ ହାଜତରେ ଥିବା ରାଣା କପୁର ଲଣ୍ଡନସ୍ଥିତ ଏହି ସମ୍ପତ୍ତିକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ। ଏଥିଲାଗି ଏକ ପ୍ରପର୍ଟି ଆଡଭାଇଜରକୁ ନିଯୁକ୍ତ ମଧ୍ୟ କରିଥିଲେ। ଗତ ମାର୍ଚ୍ଚ ମାସରେ ଇଡିଙ୍କ ହାତକୁ ଇୟେସ୍‌ ବ୍ୟାଙ୍କ ମାମଲା ଆସିଥିଲା। ସେବେଠାରୁ ମାମଲାର ତଦନ୍ତରେ ଏପର୍ଯ୍ୟନ୍ତ ଇଡି ଚଳ ଓ ଅଚଳ ଭାବେ କୋଟି କୋଟି ଟଙ୍କା ଓ ସମ୍ପତ୍ତି ଜବତ କଲେଣି।

ସୂଚନା ଯୋଗ୍ୟଯେ ରାଣା କପୁର ଓ ତାଙ୍କ ପରିବାରର ଲୋକେ ବ୍ୟାଙ୍କ ମାଧ୍ୟମରେ ବଡ ଋଣ ପ୍ରଦାନ ଲାଗି ଲାଞ୍ଚ ନେଉଥିଲେ। ଏହି କ୍ରମରେ କପୁର ଓ ପରିବାର ଲୋକେ ଅନୁନ୍ୟ ୪ହଜାର ୩ଶହ କୋଟି ଟଙ୍କା ଲାଞ୍ଚ ଆକାରରେ ନେଇଥିବା ବେଳେ ଏହି ଅର୍ଥକୁ ସେମାନେ ଏଣେତେଣେ ନିବେଶ କରିଥିଲେ। ପରେ ବ୍ୟାଙ୍କରୁ ମଞ୍ଜୁର ଋଣ  ଏନପିଏ ଆକାଉଣ୍ଟରେ ପରିବର୍ତ୍ତିତ ହୋଇଥିଲା।

ଏପର୍ଯ୍ୟନ୍ତ ଇଡି ରାଣାଓ ତାଙ୍କ ପରିବାର ଲୋକଙ୍କଠୁ ୧ହଜାର ୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲାଣି। ଏଥିରେ ଲଣ୍ଡନ, ନ୍ୟୁୟର୍କ, ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ସମ୍ପତ୍ତି ମଧ୍ୟ ଜବତ ହୋଇଛି। ଏହା ବ୍ୟତୀତ ସେମାନଙ୍କର ଦାମୀ ବାହାନମଧ୍ୟ ଜବତ ହୋଇଛି। ଏହା ଛଡା ଡିଏଚଏଫଏଲ ପ୍ରମୋଟର ଭ୍ରାତା କପିଲ ଓ ଧିରଜ ବଧାବନଙ୍କର ମଧ୍ୟ ୧ହଜାର ୪୦୦ କୋଟିର ସମ୍ପତ୍ତି ଜବତ ହୋଇଛି।

   Related Posts