ୟେସ୍ ବ୍ୟାଙ୍କ ମାମଲାରେ ନୂତନ ଖୁଲାସା, ୨ କୋଟି ଟଙ୍କାରେ ପ୍ରିୟଙ୍କା ଗାନ୍ଧୀଙ୍କ ପେଣ୍ଟିଂ କିଣିଥିଲେ ରାଣା କପୁର, ଅଡୁଆରେ କଂଗ୍ରେସ

Published By : Prameya-News7 Bureau | March 08, 2020 IST

ନୂଆଦିଲ୍ଲୀ ୦୮।୦୩- ୟେସ୍ ବ୍ୟାଙ୍କକୁ ନେଇ ମୋଦୀ ସରକାରକୁ ଘେରିବାକୁ ଉଦ୍ୟମ ଚଳାଇଥିବା କଂଗ୍ରେସ ଏବେ ନିଜେ ଏହି ମାମଲାରେ ଫସି ଯାଇଛି। ରାଣା କପୁରଙ୍କ ଗିରଫଦାରୀ ପରେ ଏହି ମାମଲାରେ ଅନେକ ମହତ୍ଵପୂର୍ଣ୍ଣ ଖୁଲାସା ହେବାରେ ଲାଗିଛି। ତଦନ୍ତରୁ ଜଣା ପଡିଛି ଯେ, ରାଣା କପୁର କଂଗ୍ରେସ ପାର୍ଟିର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପେଟିଂକୁ ଦୁଇ କୋଟି ଟଙ୍କାରେ କିଣି ଥିଲେ। ଏହି ତଥ୍ୟ ଗଣମାଧ୍ୟମରେ ଆସିବା ପରେ ବିଜେପି ପୁଣି ଥରେ କଂଗ୍ରେସ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛି।  ବିଜେପି ଆରୋପ ଲଗାଇଛି ଯେ, ଭାରତର ପ୍ରତ୍ୟେକ ଆର୍ଥିକ ଅପରାଧ ଗାନ୍ଧୀ ପରିବାର ସହିତ ଜଡିତ ରହିଛି।
ଶନିବାର ଇଡିର ଚଢାଉ ପରେ ରାଣା କପୁରଙ୍କୁ ରବିବାର ସକାଳେ ଗିରଫ କରାଯାଇଥିଲା। ବିଜେପି ୟେସ୍ ବ୍ୟାଙ୍କରେ  ହୋଇଥିବା ଆର୍ଥିକ ଅନିୟମିତତା ନେଇ କଂଗ୍ରେସକୁ ଘେରିବାକୁ ଚେଷ୍ଟା କରିଛି। ଶୁକ୍ରବାର ବିଜେପି ରାଣା କପୁରଙ୍କ ସହିତ ଚିଦାମ୍ବରମଙ୍କ ଫଟୋ ଦେଖାଇ କଂଗ୍ରେସ ପାର୍ଟି ଉପରେ ହମଲା କରିଥିଲା। ଗଣମାଧ୍ୟମର ସୂଚନା ମୁତାବକ, ୟୁପିଏ ସରକାର ଅମଳରେ ୟେସ୍ ବ୍ୟାଙ୍କର ସହ ସଂସ୍ଥାପକ ରାଣା କପୁର  ପ୍ରିୟଙ୍କା ଗାନ୍ଧୀଙ୍କ ପେଣ୍ଟିଂକୁ ୨ କୋଟି ଟଙ୍କାରେ କିଣି ଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ଆୟକର ବିଭାଗ ମଧ୍ୟ ତଦନ୍ତରେ ଜୁଟି ଯାଇଛି।

{"id":235057,"width":750,"height":559,"sizeSlug":"large"}

ବିଜେପି ଆକ୍ରମଣାତ୍ମକ ହେବା ପରେ କଂଗ୍ରେସ ସଫେଇ ଦେଇ ପ୍ରିୟଙ୍କା ଗାନ୍ଧୀ ଓ ରାଣା କପୁରଙ୍କ ମଧ୍ୟରେ ହୋଇଥିବା ରାଜିନାମା ସ୍ଵୀକାର କରିଛି। ମାତ୍ର ପାର୍ଟି ରାଣାଙ୍କ ସହିତ କୌଣସି ପ୍ରକାରର ସମ୍ବନ୍ଧ ମାନିବାକୁ ପ୍ରସ୍ତୁତ ନୁହଁ। କଂଗ୍ରେସ ନେତା ରାଶିଦ ଅଲଭି କହିଛନ୍ତି, ଏଥିରେ କଣ ଫରକ ପଡୁଛି। ଯଦି ପ୍ରିୟଙ୍କା ଗାନ୍ଧୀ କୌଣସି ଜିନିଷ ବିକ୍ରି କରିବେ ଏବଂ କିଏ ଏହାକୁ କିଣେ ତେବେ ଏଥିରେ ଅନିୟମିତତା କଥା କୁଆଡୁ ଆସିଲା। ଏଥିରେ କ୍ରେତା ମଧ୍ୟ ଯିଏ ହେଲେ ହୋଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.