Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟେସ୍ ବ୍ୟାଙ୍କ ମାମଲା: ଗିରଫ ହେଲେ ଡିଏଚଏଫଲ ପ୍ରମୋଟର କପିଲ ଓ ଧୀରଜ ବାଧଓ୍ୱାନ

14/05/2020 at 8:45 PM

ନୂଆଦିଲ୍ଲୀ, ୧୪|୦୫ :  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଡିଏଚଏଫଏଲର ପ୍ରମୋଟର କପିଲ ଓ ଧୀରଜ ବାଧଓ୍ୱାନଙ୍କୁ ଗୁରୁବାର ଗିରଫ କରିଛି । ଉଭୟଙ୍କୁ ୟେସ୍ ବ୍ୟାଙ୍କ ସଂସ୍ଥାପକ ଓ ଅନ୍ୟମାନଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି । ଗିରଫଦାରୀ ପରେ ମୁମ୍ବାଇର ସ୍ୱତନ୍ତ୍ର କୋଟ ୧୦ ଦିନିଆ ରିମାଣ୍ଡରେ ପଠାଇଛି । ଏବେ ସେମାନେ ଜେଲରେ ଅଛନ୍ତି । ସିବିଆଇ କପିଲ ଓ ଧୀରଜଙ୍କୁ ଗିରଫ କରିଥିଲା ।

ଏପ୍ରିଲରେ ବାଧଓ୍ୱାନ ବନ୍ଧୁଙ୍କ ପରିବାର ସମେତ ଆଉ କିଛି ବ୍ୟକ୍ତି ବେଆଇନ ଭାବେ ମହାରାଷ୍ଟ୍ରର ମହାବଳେଶ୍ୱର ଯାତ୍ରା କରିଥିବାରୁ ଇଡି ସେମାନଙ୍କ ପାଞ୍ଚୋଟି ଗାଡି ଜବତ କରିଥିଲା । ୟେସ୍ ବ୍ୟାଙ୍କର ୩୪ ହଜାର କୋଟି ଲୋନର ଅଂଶ ୧୦ଟି ବଡ ବ୍ୟବସାୟୀଙ୍କ ସମେତ  ୪୪ଟି କମ୍ପାନୀ ସହ ଜଡିତ ଥିଲା । ଯାହାର ତଦନ୍ତ ଜାରି ରହିଛି । ଏଥିରେ ଅନୀଲ ଅମ୍ବାନୀର ରିଲିଆନ୍ସଙ୍କ ସହ ଆଇଏଲଏଫଏସ, ଡିଏଚଏଫଏଲଓ ଭାରତୀ ଇନଫ୍ରା ସାମିଲ ଅଛି ।

ଇଡି ୟେସ୍ ବ୍ୟାଙ୍କର ପ୍ରବର୍ତ୍ତକ ରାଣ କପୁର ଓ ତାଙ୍କ ପରିବାର ବିରୋଧରେ ୪୩୦୦ କୋଟିର କଳାଧନ ଅଭିଯୋଗ ଲଗାଇଥିଲା । ଏହି ଅର୍ଥକୁ ବ୍ୟାଙ୍କ ଜରିଆରେ ଲୋନ୍ ପ୍ରଦାନରେ ଲାଞ୍ଚ ଭାବେ ବ୍ୟବହାର କରାଯାଇଥିଲା । ଫଳରେ ୟେସ୍ ବ୍ୟାଙ୍କର କ୍ଷତି ହୋଇଥିଲା ।

   Related Posts